Odisha News Portal

ମଶା ଘଉଡେଇବା ପାଇଁ ୩ ଟି ଜବରଦସ୍ତ ଘରୋଇ ଉପାୟ, ୧ ମିନିଟରେ ସବୁ ମଶା ଗାୟବ ଗ୍ୟାରେଣ୍ଟି

ବନ୍ଧୁମାନେ ଆପଣ ମାନେ ଜାଣିଛନ୍ତି ମଶା କାମୁଡିବା ଦ୍ଵାରା ଆମକୁ କେତେ ପ୍ରକାରର ରୋଗ ହେଇଥାଏ ।ଆଉ ସନ୍ଧ୍ୟା ଓ ସକାଳ ସମୟରେ ଆମ ଘର ଭିତରକୁ ଅଧିକ ମଶା ପ୍ରବେଶ କରିଥାନ୍ତି ।ଆଉ ସେହି ମଶା ମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଆମେ ମଶାରୀ ,ବିଭିନ୍ନ କଏଲ ଆଦି ବ୍ୟବହାର କରିଥାଉ କିନ୍ତୁ ତାପରେ ବି ଆମେ ମଶା ଦାଉରୁ ମୁକ୍ତି ପାଇପାରୁ ନାହିଁ ।ତେବେ ଆମେ ଆଜି ଏମିତି 3ଟି ଉପାୟ ବିଷୟରେ କହିବୁ ଯାହା କରିଲେ ମଶା ଘରଛାଡି ପଳେଇ ଯିବେ ।

ପ୍ରଥମ ଉପାୟ:-

1.ପ୍ରଥମ ଉପାୟ ଆପଣ ଦୁଇଟି ସମାନ ଆକୃତିର ମାଟିର ସରା ନିଅନ୍ତୁ, ଆଉ ଗୋଟିଏ ସରାକୁ ଓଲଟାଇ ଗୋଟିଏ କପଡା ଉପରେ ରଖନ୍ତୁ ।ତାପରେ ସେହି ସରାର ଉପରେ କିଛି କଣା କରନ୍ତୁ, ତେବେ କପଡା ଦେଲେ ସରା ଭାଙ୍ଗିବ ନାହିଁ ।

2.ଏବେ ଆପଣ କିଛି ହୋମ ହେଉଥିବା ସାମଗ୍ରୀ ବଣିଆ ଦୋକାନରୁ ଆଣିବେ,ଆଉ କିଛି କର୍ପୂର ।ତେବେ ଲକ୍ଷ କରିଥିବେ ଯୋଉଦିନ ଘରେ କିଛି ପୂଜା ଓ ହୋମ ହେଇଥାଏ ସେହିଦିନ ଘରେ ମଶା ରହି ନଥାଏ ।ତେବେ ଆପଣ ସେହି ହୋମ ସାମଗ୍ରୀରେ କିଛି କର୍ପୁର କୁ ଗୁଣ୍ଡ କରି ମିଶାଇ ଦିଅନ୍ତୁ, ଆଉ ଯେଉଁ ସରାଟି କଣା କରି ନଥିବେ ସେଥିରେ ସେହି ସାମଗ୍ରୀ କୁ ରଖି ସେଥିରେ ନିଆଁ ଲଗାନ୍ତୁ ।ଏବେ କଣା କରିଥିବା ସରାକୁ ନେଇ ନିଆଁ ଲଗାଇଥିବା ସରା ଉପରେ ଘଉଡ଼ାଇ ଦିଅନ୍ତୁ ।

3.ତାପରେ ଦେଖିବେ ସେଥିରୁ ଧୁଆ ବାହାରିବ ଓ ଘରସାରା ଥିବା ସବୁ ମଶା ଘରୁ ବାହାରକୁ ଚାଲିଯିବେ ।ଆଉ ଏହି ଧୁଆ ସ୍ୱାସ୍ଥ୍ୟ ପକ୍ଷେ କ୍ଷତି କାରକ ବି ନୁହେଁ ।

ଦ୍ଵିତୀୟ ଉପାୟ:-

1.ଏହି ଉପାୟରେ ଆପଣ କିଛି କଞ୍ଚା ନିମ୍ବ ପତ୍ର ନିଅନ୍ତୁ ଆଉ ତାକୁ ପାଣି ନଦେଇ ଭଲକରି ଗ୍ରାଇଣ୍ଡିଂ କରି ନିଅନ୍ତୁ ।ଏବେ ସେହି ଗୁଣ୍ଡରେ କିଛି କର୍ପୂର କୁ ଗୁଣ୍ଡ କରି ମିଶାନ୍ତୁ, ତାପରେ ସେହି ସବୁକୁ ଛୋଟ ଛୋଟ ଗୋଲ କରନ୍ତୁ ।ତାପରେ ସେହି ଗୋଲ ଗୁଡିକୁ ଛାଇରେ ଶୁଖାଇ ଦେବେ, ଠିକରେ ଶୁଖିଗଲା ପରେ ସେହି ଗୋଲ ଗୁଡିକ ପୂର୍ବପରି ଭଲ ସରାରେ ଗୋଟିଏ ନିମ୍ବପତ୍ର ଗୋଲକୁ ରଖି ତା ଉପରେ କିଛି କର୍ପୂର ଗୁଣ୍ଡ ବୁଣି ସେଥିରେ ନିଆଁ ଲଗେଇ । ତାପରେ ସେହି ସରା ଉପରେ କଣା କରିଥିବା ସରାକୁ ଘୋଡେ଼ଇ ଦିଅନ୍ତୁ ଅମ୍ଳଜାନ ଅଭାବରେ ଧୂଆଁ ହେବ ।

2.ସେହି ଧୁଆରେ ଘରେ ଥିବା ସମସ୍ତ ମଶା କୁଆଡ଼େ ଚାଲିଯିବେ ।ଏହି ଧୂଆଁ ବି ଶରୀର ପ୍ରତି କ୍ଷତି କାରକ ନୁହେଁ ।

ତୃତୀୟ ଉପାୟ:-

1.ଏହି ଉପାୟ ପାଇଁ ଆପଣ ପ୍ରଥମେ ଗୋଟିଏ ମାଟି ଦୀପ ନିଅନ୍ତୁ, ଆଉ ସେହି ଦୀପରେ କିଛି ଶୋରିଷ ତେଲ ବା ରାଶି ତେଲ ଦିଅନ୍ତୁ ।ଏବେ ସେଥିରେ ସଳିତା ଦିଅନ୍ତୁ, ତେବେ ଏବେ ଆପଣ ଗୋଟିଏ ପିଆଜର ମୁଣ୍ଡିକୁ ଆଣି ସେହି ତେଲରେ ଭଲକରି ବୁଡ଼େଇ ଦିଅନ୍ତୁ ।ଆପଣ ଜାଣିଥିବେ ପିଆଜର ମୁଣ୍ଡି କାଟିଲେ ଆଖିରୁ ପାଣି ବହିବା ଆରମ୍ଭ ହେଇଥାଏ ।ଆଉ ଏହି ଦୀପ ଜଳିଲେ ଏହାର ଧୂଆଁରେ ପିଆଜର ଝାଞ୍ଜି ରହିଥାଏ ତେଣୁ ମଶା ମାନେ ଧୂଆଁ ଡାଉରେ ରହିପାରି ଘରଛାଡି ପଳେଇ ଯାଆନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।