Odisha News Portal

ମାର୍ଚ୍ଚ ମାସରେ 10 ଦିନ ରହିବ ବ୍ୟାଙ୍କ ବନ୍ଦ , ଏବେଠୁ ତୁଟାଇ ନିଅନ୍ତୁ ଜରୁରୀ କାମ

ଆପଣମାନେ ଜାଣିଛନ୍ତି କି ସବୁ ବର୍ଷ ମାସ ହେଉଛି ଆର୍ଥିକ ମାସର ଶେଷ ମାସ , ଏହି ମାସରେ ବ୍ୟଙ୍କ ସହିତ ଜଡିତ କାର୍ଯ୍ୟ ଅଧିକ ରହିଥାଏ । ଆପଣମାନେ ଜାଣି ରଖନ୍ତୁ କି ଚଳିତ ବର୍ଷ ମାର୍ଚ୍ଚ ମାସରେ ପୂରା 10 ଦିନ ବ୍ୟାଙ୍କ ବନ୍ଦ ରହିବ ଏବଂ କେଉଁ କେଉଁ ତାରିଖରେ ବ୍ୟାଙ୍କ ବନ୍ଦ ରହିବ ତାର ଲିଷ୍ଟ ଯାଞ୍ଚ କରି ଶୀଘ୍ର ଆପଣଙ୍କ ବ୍ୟାଙ୍କ କାର୍ଯ୍ୟ ଶେଷ କରନ୍ତୁ । ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ମୁତାବକ ଦେଶର ସମସ୍ତ ବ୍ୟାଙ୍କ ରବିବାର ବ୍ୟତୀତ ମାସର ଶେଷ ବା ଚତୁର୍ଥ ଶନିବାର ବନ୍ଦ ରହୁଛି । ଏହା ବ୍ୟତୀତ ମାର୍ଚ୍ଚ ମାସର କିଛି ଅତିରିକ୍ତ ଛୁଟି ସହିତ କିଛି ଆଞ୍ଚଳିକ ପର୍ବପର୍ବାଣୀ ପାଇଁ ମଧ୍ୟ ବ୍ୟାଙ୍କ ଛୁଟି ରହିବ ।ସୂଚନା ଅନୁସାରେ ଭିନ୍ନ ଭିନ୍ନ ଦିନ ଗୁଡିକରେ ବ୍ୟାଙ୍କ ବନ୍ଦ ରହିବ , ମାର୍ଚ୍ଚା 7 ତାରିଖ , 11 ତାରିଖ , 13 ତାରିଖ , 14 ତାରିଖ , 15 ତାରିଖ , 16 ତାରିଖ , 21 ତାରିଖ , 27 ତାରିଖ , 28 ତାରିଖ ଏବଂ 29 ତାରିଖ ବ୍ୟାଙ୍କ ବନ୍ଦ ରହିବ । ମାର୍ଚ୍ଚ 13 ଓ 27 ତାରିଖ ଦ୍ୱିତୀୟ ଓ ଚତୁର୍ଥ ଶନିବାର ହୋଇଥିବାବେଳେ , ମାର୍ଚ୍ଚ 7 , 14 , 21 ଓ 28 ହେଉଛି ରବିବାର , ତେଣୁ ଏହି 6 ଦିନ ସ୍ୱାଭାବିକ ଭାବରେ ବ୍ୟାଙ୍କ ବନ୍ଦ ରହିବ । ମାର୍ଚ୍ଚ 11 ତାରିଖରେ ମହାଶିବରାତ୍ରୀ ଥିବାରୁ ପୂରା ଦେଶରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । 15 ମାର୍ଚ୍ଚ ଦିନ କିଛି ବ୍ୟାଙ୍କ ଯୁନିଅନ ଆନ୍ଦୋଳନକୁ ଓହ୍ଲାଇବାକୁ ଘୋଷଣା କରୁଥିବାରୁ ଏହି ଦିନ ମଧ୍ୟ କିଛି ବ୍ୟାଙ୍କ ବନ୍ଦ ରହିବ ।

ଅନ୍ୟପଟେ 29 ମାର୍ଚ୍ଚରେ ହୋଲି ହୋଇଥିବାରୁ ସେଥିପାଇଁ ବ୍ୟାଙ୍କ ବନ୍ଦ ରହିବ , ତେବେ ଗୋଟିଏ ମାସରେ 10 ଦିନ ବ୍ୟାଙ୍କ ବନ୍ଦ ରହିବ । ତାହା ପୁଣି ଆର୍ଥିକ ବର୍ଷ ଶେଷ ମାର୍ଚ୍ଚ ମାସରେ , ତେଣୁ ମାତ୍ର 20 ଦିନ ବ୍ୟାଙ୍କ ଖୋଲା ରହିଥିବାରୁ ବ୍ୟାଙ୍କ ନିଶ୍ଚିତ ଭାବରେ ଭିଡ ରହିବ । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଆପଣ ଆପଣଙ୍କ ବ୍ୟାଙ୍କ ସମ୍ୱନ୍ଧିତ କୌଣସି ବି କାର୍ଯ୍ୟ ଶୀଘ୍ର ସାରିନେଲେ ଆଗକୁ ଆସୁବିଧାର ରକ୍ଷା ପାଇଁ ପାରିବେ ।

ତେଣୁ ଆପଣ ମାନେ ଏବେଠୁ ବ୍ୟାଙ୍କ ସମ୍ୱନ୍ଧିତ ଯେକୌଣସି ବି କାମ ରହିଛି ତାହାକୁ ଶୀଘ୍ର ତୁଟାଇ ନିଅନ୍ତୁ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ଏହା କରିବା ଦ୍ୱାରା ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ଏବଂ ତୁରନ୍ତ ଯାଇ ବ୍ୟାଙ୍କରେ କୌଣସି ସମସ୍ୟା ଥିଲେ ତାହାକୁ ତୁଟାଇବା ଅତ୍ୟନ୍ତ ଜରୁରୀ ଅଟେ । କାରଣ ମାର୍ଚ୍ଚ ମାସରେ ପୂରା 10 ଦିନ ବ୍ୟାଙ୍କ ବନ୍ଦ ରହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।