ବନ୍ଧୁଗଣ ବର୍ତ୍ତମାନ ର ସବୁଠାରୁ ବଡ଼ ସୂଚନା ରହିଛି କି ମାର୍ଚ୍ଚ ମାସ ଶେଷ ଅର୍ଥାତ ମାର୍ଚ୍ଚ ୨୮ ଏବଂ ୨୯ ରେ ଭାରତ ବନ୍ଦ ହେବାକୁ ଯାଉଛି। ତେବେ ଆପଣ ସମସ୍ତେ ଜାଣିଛନ୍ତି କି ଆମ ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଅଟେ ,ଆଉ ଏଠାରେ ଲୋକଙ୍କ ହାତରେ ସମସ୍ତ କ୍ଷମତା ରହିଥାଏ। ତେବେ କେବଳ ଲୋକଙ୍କ ପାଖରେ ନୁହେ ବରଂ କେତେକ ସଙ୍ଘଠନ ମଧ୍ୟ ରହିଛନ୍ତି ଯେଉଁ ମାନେ ସରକାର ଙ୍କୁ ତାଙ୍କର ତଥା ଗୋଟିଏ ନିର୍ଦ୍ଦିଷ୍ଟ ସମସ୍ୟା କୁ ନେଇ ଦାବି ରଖିପାରନ୍ତି ବୋଲି। ତେବେ ଯେତେବେଳେ ସରକାର ତାଙ୍କର ଏହି ଦାବି କୁ ପୂରଣ କରିପାରନ୍ତି ନାହିଁ କିମ୍ବା ତାଙ୍କର ଯୋଜନା ଦ୍ବାରା ଲୋକମାନେ ସମସ୍ୟା ରେ ପଡ଼ିଥାନ୍ତି।ସେତେବେଳେ ସେମାନେ ଭାରତ ବନ୍ଦ ଡାକରା ଦେଇଥାନ୍ତି।
ତେବେ ମାର୍ଚ୍ଚ ୨୮ ଓ ୨୯ ତାରିଖ ରେ ବିଶ୍ୱ କୃଷି ସଂଘ ତରଫ ରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ତେବେ ଏହି ଭାରତ ବନ୍ଦ ଡାକରା ରେ ଭାରତ ର ଭିନ୍ନ ଭିନ୍ନ ରାଜ୍ୟ ରୁ କୃଷି ସଂଗଠନ ଗୁଡ଼ିକ ଏକତ୍ରିତ ହୋଇ ସରକାର ଙ୍କର ନୂଆ ନିୟମ ବିରୋଧ ରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ଙ୍କୁ ଏହି ଭାରତ ବନ୍ଦ ଡାକରା ରେ କଣ କାରଣ ରହିଛି ଏବଂ ଏଥିରେ କଣ ଖୋଲା ରହିବ ଏବଂ କଣ ବନ୍ଦ ରହିବ ସେ ନେଇ ସମ୍ପୂର୍ଣ୍ଣ ସୂଚନା ଜଣେଇବୁ।
ତେବେ ଏହି ଭାରତ ବନ୍ଦ ଡାକରା ରେ ସମସ୍ତ କୃଷି ମାନଙ୍କ ର ସମସ୍ୟା ତଥା ସରକାର ଙ୍କ ଦ୍ଵାରା ପ୍ରଚଳିତ ଥିବା ନୂଆ କୃଷି ଆଇନ ବିରୋଧ ରେ କୃଷକ ମାନେ ସ୍ଵର ଉତ୍ତୋଳନ କରିଛନ୍ତି। ତେବେ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି ଭାରତ ସରକାର ପ୍ରାୟ ଦୁଇ ବର୍ଷ ହେବ କୃଷି ଆଇନ ରେ ସଂଶଧନ ଆଣିଥିଲେ। ମାତ୍ର କୃଷି ଆଇନ କୁ ସଂଶଧନ କରିବା ପରେ ଯେଉଁ ନୂଆ ନିୟମ ଲାଗୁ କରାଯାଇଥିଲା ତାହା କୃଷକ ମାନଙ୍କ ର ବିରୋଧୀ ଥିଲା। ତେଣୁ ସେମାନେ ଏନେଇ ସରକାର ଙ୍କୁ ଦାବି କରିଥିଲେ କିନ୍ତୁ ସରକାର ନଶୁଣିବା ରୁ ବର୍ତ୍ତମାନ ଭାରତ ବନ୍ଦ ଡାକରା ଦେଇଛନ୍ତି।
ତେବେ ଏହି ଭାରତ ବନ୍ଦ ଡାକରା ରେ ସବୁଠାରୁ ଅଧିକ ସମସ୍ୟା ର କଥା ଏହା କି ଦେଶ ର ସମସ୍ତ ବ୍ୟାଙ୍କ ଏହି ଭାରତ ବନ୍ଦ ଡାକରା କୁ ନେଇ ୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବା ର ସୂଚନା ରହିଛି। ତେବେ ମାର୍ଚ୍ଚ ୨୬ ରୁ ୨୯ ଯାଏ ଦେଶ ର ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ତେବେ କୃଷି ସଂଗଠନ କୁ ସବୁ ଆଡେ ସମର୍ଥନ ମିଳିଛି। ତେବେ କିନ୍ତୁ ଏହି ଦୁଇ ଦିନିଆ ଭାରତ ବନ୍ଦ ଡାକରା ରେ ସାଧାରଣ ଲୋକେ ଅନେକ ସମସ୍ୟା ର ସମୁଖୀନ ହେବା ନେଇ ଆଶଙ୍କା କରାଯାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।