Odisha News Portal

ମାର୍ଚ୍ଚ 31 ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ବନ୍ଦ, ରାଜ୍ୟ ସରକାରଙ୍କ ଘୋଷଣା, ହେବନି ବାର୍ଷିକ ପରୀକ୍ଷା

0 5

ବର୍ତ୍ତମାନ ସାରା ଦେଶରେ କରୋନା ଯେମିତି ତାର ତାଣ୍ଡବ ରଚାଉଛି ଏଥିରେ ସାରା ବିଶ୍ବ ହନ୍ତସନ୍ତ ତଥା ଅସ୍ତବ୍ୟସ୍ତ ହୋଇ ପଡିଲେଣି । ଏହାସତ୍ବେ ମଧ୍ୟ ଆଜି ଯାଏ ଏହାର ପ୍ରତିଶେଧକ ବାହାରି ପାରୁନାହିଁ । ସାରା ବିଶ୍ବର ବୈଜ୍ଞାନିକ ମାନେ ଦିନରାତି କଠିନ ପରିଶ୍ରମ କରି ଦିନରାତି ଏକ କରି ଏହାର କୋଭେକ୍ସିନ ବାହାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି କିନ୍ତୁ ସେଥିରେ ମଧ୍ୟ ସଫଳ ହୋଇ ପାରୁନାହାଁନ୍ତି । ଆଉ ଯାହା ଫଳରେ ଦେଶର ଲୋକମାନଙ୍କର ଆର୍ଥିକ ସଂଙ୍କଟ ଦୂର ହୋଇ ପାରୁନାହିଁ କି ପିଲାମାନଙ୍କର ପାଠପଢା ମଧ୍ୟ ସମ୍ଭବ ହୋଇ ପାରୁନାହିଁ । ବିଶେଷ କରି ପିଲାମାନେ ଏଥିରେ ବହୁତ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତେବେ ଦେଶରେ କରୋନା ଭୂତାଣୁର ଦ୍ୱିତୀୟ ଲହରକୁ ନେଇ ଭୟ ରହିଛି । ଦୈନିକ ସଂକ୍ରମଣ କମିଥିଲେ ବି ବିପଦ ସମ୍ପୂର୍ଣ୍ଣ ଭାବେ ଟଳି ନାହିଁ । ବିଭିନ୍ନ ରାଜ୍ୟରେ ସ୍କୁଲ କଲେଜ ସବୁ ବନ୍ଦ ରହିଛି । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ଆସନ୍ତା 2021 ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏକ ସମୀକ୍ଷା ବୈଠକ ପରେ ଏହି ଘୋଷଣା କରିଛନ୍ତି ।


ତେବେ ମାନବ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ କହିଛନ୍ତି , ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ଚଳିତ ଶିକ୍ଷାବର୍ଷରେ ଆଉ ନିୟମିତ ପାଠପଢ଼ା ହୋଇପାରିବ ନାହିଁ ତେଣୁ ବାର୍ଷିକ ପରୀକ୍ଷା ମଧ୍ୟ ହେବ ନାହିଁ । ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରୋଜେକ୍ଟ ୱାର୍କ ମୂଲ୍ୟାୟନ ଆଧରରେ ନମ୍ବର ମିଳିବ । ସେହିଭଳି ନବମ ଏବଂ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ନିୟମିତ ସ୍କୁଲ ଆସିବେ ନାହିଁ । ସେମାନେ ସପ୍ତାହକୁ ଥରେ କିମ୍ବା ଦୁଇଥର ସ୍କୁଲକୁ ଆସିବେ । ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଠାରୁ ସେମାନେ ପାଠ ସମ୍ପର୍କରେ ପଚାରି ବୁଝିପାରିବେ ଓ କୌଣସି ଡାଉଟ୍ ଥିଲେ ଫୋନ୍ କିମ୍ବା ଅନଲାଇନରେ ଜଣାଇବେ ।

କିନ୍ତୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀରେ ବୋର୍ଡ ପରୀକ୍ଷା ହେବାକୁ ଥିବାରୁ ଏହି ଦୁଇଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲକୁ ଆସିବେ । ଖୁବଶୀଘ୍ର ସେମାନଙ୍କର ନିୟମିତ ପାଠପଢ଼ା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସ୍କୁଲରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି ।

ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଏପ୍ରିଲ 1 ତାରିଖରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ । ତେବେ ସ୍କୁଲ ଫି ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ଯେତେଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ସେହିଦିନ ପର୍ଯ୍ୟନ୍ତ ଘରୋଇ ସ୍କୁଲମାନେ କେବଳ ଟ୍ୟୁସନ ଫି ନେବେ । ଏହା ବ୍ୟତୀତ ଅନ୍ୟ କୌଣସି ଫି ଘରୋଇ ସ୍କୁଲମାନେ ଆଦାୟ କରିପାରିବେ ନାହିଁ । ଏହି ନିଷ୍ପତ୍ତି କଡାକଡି ଭାବେ ପାଳନ ପାଇଁ ସେ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।