Odisha News Portal

ମନ୍ତ୍ରୀଙ୍କ ବୋହୂଙ୍କ କାରନାମା: କଲେଜ ନ ଯାଇ ବି ନେଇଛନ୍ତି ୨ ବର୍ଷର ଦରମା, ଆପଣଙ୍କ ମତରେ ମନ୍ତ୍ରୀ ଙ୍କ ବୋହୁ ଙ୍କୁ କିପରି ଦଣ୍ଡବିଧାନ ହେବା ଦରକାର ?

ଆଜିର ସମାଜ ବହୁତ ପରିବର୍ତ୍ତନ ହେଲାଣି , ଏବେକା ସମୟରେ ପ୍ରତ୍ୟେକ ପିଲା ମାନେ ଶିକ୍ଷା ଗ୍ରହଣ କରୁଛନ୍ତି ଏବଂ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚୁଛନ୍ତି । ମାତ୍ର ଆଗ ସମୟରେ ଯେମିତି ଗୁରୁକୁଳ ଶିକ୍ଷା ରହିଥିଲା ସେହିଠାରେ ପିଲାମାନେ ଗୁରୁକୁଳ ଆଶ୍ରମରେ ରହି ଶିକ୍ଷା ଗ୍ରହଣ କରୁଥିଲେ ଏବଂ ଶିକ୍ଷାର ଶେଷ ବର୍ଷରେ ସେମାନେ ନିଜର ଗୁରୁଙ୍କୁ ପାଉଣା ପ୍ରଦାନ କରୁଥିଲେ । ଏହି ପାଉଣାରେ ଗୁରୁ ନିଜର ଶିଷ୍ୟ ମାନଙ୍କୁ ଯାହା ମାଗୁଥିଲେ ଶିଷ୍ୟ ମାନଙ୍କୁ ପାଉଣାରେ ସେହି ଜିନିଷ ଦେବାକୁ ପଡୁଥିଲା । ଏପରି ନକଲେ ସେମାନଙ୍କର ଶିକ୍ଷା ପୂର୍ଣ୍ଣାଙ୍ଗ ହୋଇପାରୁନଥିଲା ।

ଆଜିର ସମାଜରେ ଆଉ ସେମିତି କିଛି ଦେଖିବାକୁ ମିଳୁନାହିଁ ଏବେ ସେହି ସମୟରେ ଗୁରୁକୁଳ ବଦଳରେ ସ୍କୁୁଲ , ବିଦ୍ୟାଳୟ ମାନ ଚାରିଆଡେ ପ୍ରତିଷ୍ଟା ହେବାରେ ଲାଗିଛନ୍ତି ଏବଂ ପ୍ରତ୍ୟେକ ଧରଣର ପିଲାମାନେ ଶିକ୍ଷା ଗ୍ରହଣ କରୁଛନ୍ତି । ସେମାନଙ୍କର ଶିକ୍ଷା ଗ୍ରହଣ ପାଇଁ ଉପଯୁକ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ନିଯୁକ୍ତି କରାଯାଉଛି ଏବଂ ଶେଷରେ ତାଙ୍କୁ ତାଙ୍କର ଦରମା ମଧ୍ୟ ମିଳିଯାଉଛି ।

ତେଣୁ ସେମାନେ ନିଜର ବେତନ ଅନୁସାରେ ପିଲା ମାନଙ୍କୁ ସଠିକ ସମୟରେ ଶିକ୍ଷା ଯୋଗାଇଦେବା ନିତାନ୍ତ ଆବଶ୍ୟକ । ମାତ୍ର ଏବେକା ସମୟରେ ଏପରି କିଛି ଦେଖିବାକୁ ମିଳୁଛି କି ଯେଉଁଥିରେ ଶିକ୍ଷକ ଏବଂ ଶିକ୍ଷାର୍ଥୀ ମାନେ ଉପଯୁକ୍ତ ବେତନ ପାଉଛନ୍ତି ମାତ୍ର ସେହି ବେତନ ଅନୁସାରେ ଶିକ୍ଷାର୍ଥୀ ମାନଙ୍କୁ ଶିକ୍ଷା ପ୍ରଦାନ କରୁନାହାନ୍ତି । ବିନା ପରିଶ୍ରମରେ ସେମାନେ ଟଙ୍କା ପାଇ ଯାଉଛନ୍ତି । କାହିଁକିନା ସେହିପରି ଏକ ଘଟମା ଏବେକା ସମୟରେ ଦେଖିବାକୁ ମିଳିଛି , ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । 

ଆପଣ ମାନେ ତ ଜାଣିଛନ୍ତି କି ବଡ ଘର ବଡ ଗୁମର କଥା , ଏହା ସହ ବଡ ଘରର ଲୋକମାନେ ନିଜ ଇଚ୍ଛା ଅନୁସାରେ ସର୍ବଦା କାମ କରିଥାନ୍ତି ସେମାନେ ତାଙ୍କର କର୍ତ୍ତବ୍ୟ ଏବଂ ମାନବିକତାକୁ ଭୁଲିଯାଆନ୍ତି । ବିଶେଷ କରି ଯେଉଁ ମାନେ ପଲିଟିକ୍ସ କରୁଥିବେ ସେହି ଘରର ବ୍ୟକ୍ତି ମାନେ ଅଧିକାଂଶ ସମୟରେ ନିଜ ଇଚ୍ଛାରେ କାମ କରନ୍ତି । ଏହା ସହ ସେମାନଙ୍କର ସେହି କାମ ଦାଣ୍ଡରେ ପଡି ହାଟରେ ଗଡିବାରେ ଲାଗିଛି ।

ଏହି ସମୟରେ ଏମିତି ଏକ ଖବର ପ୍ରସାର ହେବାରେ ଲାଗିଛି ଯେଉଁଥିରେ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନ କାମାକ୍ଷାଗରର ଏକ ମହାବିଦ୍ୟାଳୟରେ ଶିକ୍ଷକ ଅଛନ୍ତି । ମାତ୍ର ସେ ଶିକ୍ଷକ ଥିବା ସତ୍ତ୍ୱେ ବି କେହିଦିନେ କଲେଜ ଆସନ୍ତି ନାହିଁ କି ପିଲା ମାନଙ୍କୁ ପାଠ ପଢାନ୍ତି ନାହିଁ । ସୂଚନା ଅଧିକାରୀ କର୍ମୀ ଜୟକୃଷ୍ଣ ବେହେରାଙ୍କ RTI

ତଥ୍ୟରୁ ଜଣାପଡ଼ିଛି ଯେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ କଲେଜ ନଯାଇ ଦରମା ନେଇଛନ୍ତି । ତେବେ ସେ ହେଉଛନ୍ତି ଏକ ପାୱାରଫୁଲ ମିନିଷ୍ଟରଙ୍କର ବୋହୂ ଯେଉଁଥିପାଇଁ ସେ କ୍ଲାସ ନକରି ମଧ୍ୟ ସମସ୍ତ ଟଙ୍କା ଉଠାଉଛନ୍ତି ।

ତାଙ୍କର ଏପରି ଏକ ନୀତିହୀନ କାମ ପାଇଁ ମହାବିଦ୍ୟାଳୟକୁ ଲୋକେ ଏବେ ଦୁର୍ନୀତିର ପାଠଶାଳା ବୋଲି କହୁଛନ୍ତି । ଏହି ଘଟଣାର ଏବେ ତଦନ୍ତ ଚାଲିଛି ଏହା ସହିତ 2 ମାସ ଭିତରେ ସରକାରଙ୍କୁ ଏ ଘଟଣାର ସମସ୍ତ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ କରାଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।