ଦେଖନ୍ତୁ Socking :ଭିଡିଓ ହେ ଭଗବାନ ! ମଣିଷର ମୂର୍ଖାମୀ ପାଇଁ କଷ୍ଟ ପାଉଛି ଷଣ୍ଢ , ଭିଡିଓ ଟି ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହେବେ… ?

ମଣିଷମାନଙ୍କ ସାମାନ୍ୟ ଭୁଲ ପାଇଁ କଷ୍ଟରେ ଛଟପଟ ହେଉଛନ୍ତି ନିରୀହ ଜୀବଜନ୍ତୁ ମାନେ।ବେଳେବେଳେ ମଣିଷ ମାନେ ଏମିତି କିଛି ଭୁଲ କରି ବସନ୍ତି ଯେଉଁ କାରଣରୁ ବିନା କାରଣରେ କଷ୍ଟରେ ଛଟପଟ ହୁଅନ୍ତି ନିରୀହ ଜୀବଜନ୍ତୁ ମାନେ। ଯାହାର ଜ୍ୱଳନ୍ତ ଉଦାହରଣ ବର୍ତ୍ତମାନ ସମୟରେ ଦେଖିବା ପାଇଁ ମିଳିଛି।ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇ ରାଲ ହେବାରେ ଲାଗିଛି।
ଏହି ଭିଡିଓଟିକୁ ବେଶ୍ ଭଲ ଭାବରେ ଦେଖି ନିଅନ୍ତୁ। ଭିଡ଼ିଓରେ ଦେଖିବାକୁ ମିଳୁଛି ଏକ କଳା ଷଣ୍ଢଟି ଖୁଣ୍ଟରେ ବନ୍ଧା ହୋଇଛି।ତା ପାଟିରେ ଗୋଟିଏ ଟିଣ ଡବା ଲାଗି ରହିଛି। ଆଉ ପାଟିରୁ ଡବା ବାହାର୍ କରିବା ପାଇଁ କିଛି ଯୁବକ ମିଶି ଚେଷ୍ଟା କରୁଛନ୍ତି। କିନ୍ତୁ ପାଟିରେ ଟିଣ ଡବା ଟି ଲାଗି ରହିଥିବା ରୁ ଷଣ୍ଢ ଟି କଷ୍ଟରେ ସ୍ଥିର ହୋଇ ଛିଡା ହୋଇ ପାରୁ ନାହିଁ। କି ଡବା କାଢିବା ପାଇଁ ହେଉନାହିଁ। କାରଣ କଷ୍ଟ ତାର ଏତେ ଯେ ସେ ପୁରା ଅସ୍ଥିର ହୋଇ ଗଲାଣି।

ସହର ଭିତରେ ଏହି ଷଣ୍ଢଟି ଗତ ଚାରି ଦିନ ହେବ ଏମିତି ମୁହଁରେ ଟିଣ ଡବା ଧରି ଶିଖରଚଣ୍ଡୀ ଅଞ୍ଚଳରେ ବୁଲୁଛି ଏହି କଳା ଷଣ୍ଢଟି। ନା କିଛି ଖାଇ ପାରୁଛି ନା ତା କଷ୍ଟ ବାବଦରେ କାହାକୁ କହି ପାରୁଛି। ଖାଲି ଯନ୍ତ୍ରଣା ରେ ଏପଟ ସେପଟ ହୋଇ ବୁଲୁଛି ଏହି କଳା ଷଣ୍ଢଟି। ଷଣ୍ଢକୁ ଦେଖିଲେ ଲାଗୁଛି ସେ ଖୁବ୍ ଭୋକିଲା ରହିଛି ଆଉ ସେ ଠିକ୍ ରେ ଚାଲି ମଧ୍ୟ ପାରୁ ନାହିଁ। କେତେବେଳେ ଥକା ଲାଗିଲେ ରାସ୍ତାରେ ଶୋଇ ପଡୁଛି ତ ଆଉ କେତେବେଳେ ଉଠି ଏପଟ ସେପଟ ବୁଲୁଛି। ଦିନେ କି ଦୁଇ ଦିନ ନୁହେଁ ଚାରି ରୁ ପାଞ୍ଚ ଦିନ ଧରି ଏମିତି ବୁଲି ଚାଲିଛି ଏହି ଷଣ୍ଢଟି।

ଆଉ ଷଣ୍ଢର ଏପରି କଷ୍ଟ ଦେଖି କିଛି ଯୁବକ ଡବାଟିକୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଷଣ୍ଢଟି ଯୁବକ ମାନଙ୍କୁ ଦେଖି ଦୌଡି ପଳାଇ ଯାଉଛି। ଆଉ ଏହାପରେ କିଛି ଗୋସେବକ ଆସି ବହୁତ୍ ପ୍ରୟାସ ପରେ ଷଣ୍ଢ ମୁହଁରୁ ଏହି ଡବାଟିକୁ କାଢ଼ିବାରେ ସକ୍ଷମ ହୋଇ ପାରିଛନ୍ତି। ଏକ ଧାରୁଆ କରତରେ ଷଣ୍ଢ ମୁହଁରେ ଲାଗିଥିବା ଟିଣ ଡବାଟିକୁ କାଟି ବାହାର କରାଯାଇଥିଲା। ଆଉ କୁହା ଯାଉଛି କି ଟିଣ ଡବାଟି ଏପରି ଭାବରେ ପଶି ରହିଥିବାରୁ ଷଣ୍ଢଟିର ମୁଁହରେ କ୍ଷତ ସୃଷ୍ଟି ହୋଇଛି। ତେବେ ଏଠାରେ ପ୍ରଶ୍ନ ଉଠିଛି ବାରମ୍ବାର ସଚେତନ ସ୍ଵତେ କାହିଁକି ଏପରି ବର୍ଜ୍ୟବସ୍ତୁକୁ ବାହାରେ ପକାଉଛନ୍ତି ରାଜଧାନୀବାସୀ। ମଣିଷର ଏହି ସାମାନ୍ୟ ଭୁଲ ପାଇଁ କଷ୍ଟରେ ଛଟପଟ ହେଉଛନ୍ତି ଏହି ନିରୀହ ଜୀବଜନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment