ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଦେଖିବା ପାଇଁ ମିଳୁଛି। ଡକାୟତ, ମାଡ଼ପିଟ ଓ ଚୋରି ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି| ସମାଜରେ ମନୁଷ୍ୟ ମାନେ ସମୟ ସୁବିଧା ଦେଖି ଚୋରି ଓ ଡକାୟତ କରି ଥାଆନ୍ତି। ସେମାନେ ସବୁବେଳେ ସୁଯୋଗର ଅପେକ୍ଷାରେ ରହି ଥାଆନ୍ତି, ଯେତେବେଳେ ଯେଉଁ ସୁଯୋଗ ମିଳେ ତାକୁ ହାସଲ କରି ରହନ୍ତି। ବେଳେ ବେଳେ ସେହି ମାନେ ହିଁ ସବୁ ଦେବାଦେବୀ ମନ୍ଦିରରେ ଚୋରି କରି ଥାଆନ୍ତି। ସେମାନେ ଚୋରି କରିଲା ବେଳେ ଭାବି ଥାଆନ୍ତି ଯେ, ତାଙ୍କୁ କେହେ ହେଲେ ବି ଦେଖୁ ନାହାଁନ୍ତି। କିନ୍ତୁ ଭଗବାନ ହେଉଛନ୍ତି ବଡ଼ ଲୋକ, କେହି ନଦେଖିଲେ ବି ଭଗବାନ ହିଁ ଦେଖୁ ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଜଣେ ବ୍ୟକ୍ତି ଚୋରି କଲା ବେଳେ ସାପ ତାକୁ ଜଗି ଦେଇଥିଲା ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର ଜାଣିବା;
ଏଭଳି ଏକ ଘଟଣା ପିପିଲି ବେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜ ପୁର ସ୍ଥିତ ସୋମନାଥ ମନ୍ଦିରରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଜଟଣୀ ଥାନା ପିତା ପଲି ଅଞ୍ଚଳର ରଶ୍ମି ରଞ୍ଜନ ପ୍ରଧାନ ନାମକ ଜଣେ ଯୁବକ, ସେ ଥରେ ସୋମନାଥ ମନ୍ଦିରକୁ ଭଗବାନଙ୍କ ଦର୍ଶନ କରିବା ପାଇଁ ଯାଇ ଥାଆନ୍ତି। ସେହି ଯୁବକ ଜଣଙ୍କ ମୁଣ୍ଡରେ ଟୋପି ଓ ମୁହଁରେ ମାସ୍କ ଲଗାଇ ପୁରା ଭକ୍ତି ସହକାରେ ମନ୍ଦିର ଭିତରକୁ ପ୍ରବେଶ କରୁଛି।
ସେହି ଯୁବକ ଜଣଙ୍କ ଆଗକୁ ଯାଉଛି ପୁଣି ପଛକୁ ଫେରି ଆସୁଛି। ସେ ଭକ୍ତ ହୋଇ ମନ୍ଦିର ଭିତରକୁ ପ୍ରେବେଶ କରୁଛି କିନ୍ତୁ ମନରେ ମନ୍ଦିରର ହୁଣ୍ଡି ଚୋରି କରିବା ତାର ଉଦେଶ୍ୟ ରହିଥିଲା। ସେ କିଛି ସମୟ ପର୍ଯ୍ୟନ୍ତ ଏପଟ ସେପଟ ହେବା ପରେ, ହୁଣ୍ଡି ନିକଟରେ ଯାଇଁ ପହଁଛି ଯାଇ ଥିଲା। ଆଉ ଶେଷରେ ହୁଣ୍ଡି ଭାଙ୍ଗି ଲୁଟି ନେଇଗଲା। ସେ ଭାବି ଥିଲା ଯେ, ମୁହଁ ଘୋଡେଇ ଦେଲେ ତାକୁ ଆଉ କେହି ହେଲେ ବି ଦେଖି ପାରିବେ ନାହିଁ, ସେ ସୁରୁଖୁରୁରେ ସେଠାରୁ ଚାଲି ଯିବ।କିନ୍ତୁ ସେ ଭାବି ନଥିଲା ଯେ, ତାର ଏହି କାରନାମା ସବୁ ସିସିଟିଭି ଫୁଟେଜରେ କଏଦ ହୋଇ ରହିଥିଲା।
ତେବେ ସିସିଟିଭି ଫୁଟେଜର ଭିଡ଼ିଓ ଦେଖି ବେଲାଙ୍ଗ ପୋଲିସ ଚୋରକୁ ଗିରଫ କରିବା ସହିତ ତା’ ପାଖରୁ ୨୧ ହଜାର ୧୧୭ ଟଙ୍କା ପୋଲିସ ଜବତ କରିଛନ୍ତି। ଏଥି ସହିତ ତାକୁ ମଧ୍ୟ କୋର୍ଟ ଚାଲାଣ କରିଛନ୍ତି। ତେବେ ସବୁ ଠାରୁ ଆଶ୍ଚର୍ଯ୍ୟର କଥା ଯେ, ସେହି ଚୋରଟିକୁ ସାପ ଧରି ନେଲା। ‘କଥାରେ ଅଛି ଯେମିତି କର୍ମକୁ ସେମିତି ଫଳ’ ତାକୁ ନାଗ ସାପ ଜଗି ଥିଲା ଓ ସେ ଭୟ ଭିତ ହୋଇ ଯାଇ ଥିଲା ବୋଲି ଚୋର ପୋଲିସ ଆଗରେ ସବୁ ସତ କଥା କହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।