Odisha News Portal

ମନ୍ଦିର ର ମୂର୍ତ୍ତିର ଆକାର ବଢୁଛି,ବୈଜ୍ଞାନିକ ମାନେ ଯାହା କହିଲେ ,ତେବେ ଆସନ୍ତୁ ଜାଣିବା ଭଗବାନ ଙ୍କର ଲୀଳା ସମ୍ପର୍କରେ

0 0

ଆମେ ସମସ୍ତେ ଜାଣିଥାଉ ଭଗବାନ ଙ୍କ ଲୀଳା କେହି ଜାଣିପାରନ୍ତି ନାହିଁ।ଭାରତ ଏକ ବହୁଧର୍ମଲମ୍ବୀ ଦେଶ, ଏଠାରେ ସବୁ ଧର୍ମକୁ ସମ୍ମାନ ଦିଆଯାଇଥାଏ।କିନ୍ତୁ ଆଜି ଆମେ ଏମିତି ଏକ ମୂର୍ତ୍ତି ବିଷୟରେ କହିବୁ ଯାହାର ଆକାର ସମସ୍ତଙ୍କୁ ଚମକେଇ ଦେଇଛି,ଏହି ମୂର୍ତି ଅନବରତ ଭାବେ ବୃଦ୍ଧି ହେଉଅଛି। ଏହାର କାରଣ ଜାଣିବା ପାଇଁ ବୈଜ୍ଞାନିକ ମାନେ ବହୁତ ଚେଷ୍ଟା କଲା ପରେ ମଧ୍ୟ ଜାଣିପାରୁ ନାହାନ୍ତି।ଭାରତ ରେ ଏମିତି ଅନେକ ମନ୍ଦିର ଅଛି ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।ଏବେ ଆପଣଙ୍କୁ ଦକ୍ଷିଣ ଭାରତର ଏକ ମନ୍ଦିର ସମ୍ପର୍କରେ କହିବୁ, ଯେଉଁଠି ମନ୍ଦିର ର ମୂର୍ତ୍ତିର ଆକାର ବଢିବାରେ ଲାଗିଛି।

ହିନ୍ଦୁ ଧର୍ମରେ ପ୍ରାୟତଃ ସବୁ ଭଗବାନ ଙ୍କର ବାହନ ରହିଥାନ୍ତୁ।ସେହିପରି ଏହି ମନ୍ଦିର ଟି ଶିବ ପାର୍ବତୀ ମନ୍ଦିର ଏବଂ ବାହନ ନନ୍ଦି। ଯାହା ଆକାର ଆଶ୍ଚର୍ଯ୍ୟଜନକ ଭାବରେ ବଢ଼ିବାରେ ଲାଗିଛି। ଏହି ତଥ୍ୟକୁ ପ୍ରତ୍ନତତ୍ୱ ସର୍ବେକ୍ଷଣ ବିଭାଗ ସବୁ ତଦାରଖ ପରେ ଦେଇଛି।

ଏହି ମନ୍ଦିର ଟି ଆନ୍ଧ୍ରପ୍ରଦେଶ ର କୁର୍ନୁଲ ରେ ଅବସ୍ଥିତ। ମନ୍ଦିର ର ନାମ ୟଙ୍ଗତି ଉମା ମହେଶ୍ୱର। ଏଠାରେ ଥିବା ନନ୍ଦି ଙ୍କ ମୂର୍ତି ଏତେ ମାତ୍ରାରେ ବୃଦ୍ଧି ହେଉଛି ଯେଉଁଠି ପାଇଁ ମନ୍ଦିର ରେ ଥିବା ସ୍ତମ୍ଭ କୁ ଭାଙ୍ଗିବାକୁ ପଡୁଛି। ଏହା ବୈଷ୍ଣବ ପରମ୍ପରାରେ ନିର୍ମିତ ହୋଇଅଛି। ଏହି ମନ୍ଦିର ୧୫ତମ ଶତାବ୍ଦୀ ରେ ବିଜୟା ନଗର ସାମ୍ରାଜ୍ୟର ସଙ୍ଗମ ରାଜବଂଶ ରାଜା ହରିହର ବୁକାରାୟଙ୍କ ଦ୍ୱାରା ତିଆରି କରା ଯାଇଥିଲା।

ଯାହାର ଅବସ୍ଥିତି ହାଇଦ୍ରାବାଦ ଠାରୁ ୩୦୮ କିଲୋମିଟର ଏବଂ ବିଜୟୱାର୍ଡ ଠାରୁ ୩୫୯ କିଲୋମିଟର ଦୂରରେ ରହିଛି।ପ୍ରାଚୀନ ସମୟର ପଲ୍ଲବ, ଚୋଳ,ଏବଂ ବିଜୟ ନଗରର ଶାସକ ମାନଙ୍କର ପରମ୍ପରାକୁ ସୂଚାଇ ଥାଏ, ଯାହା ଏବେ ସୂଚନାରୁ ଜଣାପଡିଛି।

କିଛି ଭକ୍ତ ମାନେ କହିଥାନ୍ତି ଏହି ମନ୍ଦିର ସାମ୍ନାରେ ଥିବା ନନ୍ଦି ମୂର୍ତ୍ତି ପୁର୍ବେ ବହୁତ ଛୋଟ ଥିଲା । ଆଉ ବୈଜ୍ଞାନିକ ମତରେ ଏହି ମୂର୍ତି ୨୦ ବର୍ଷରେ ୧ ଇଞ୍ଚ ବଢୁ ଅଛି।ସେମାନେ କହୁଛନ୍ତି ମୂର୍ତ୍ତି ଟି ଯେଉଁ ପଥରରେ ନିର୍ମିତ ହୋଇଥିଲା ତାହା ସମୟ କ୍ରମେ ବିସ୍ତାରିତ ହୋଇଥାଏ।ଶୁଣା ଯାଉଛି ଯେ ଅଭିଶାପ ହେତୁ ଏହାର ଆଖପାଖରେ କାଉ ମାନେ ଦେଖା ଯାଆନ୍ତି ନାହିଁ।

ଏହି ମନ୍ଦିର ଅଗସ୍ତି ଋଶି ଙ୍କ ଦ୍ୱାରା ସ୍ଥାପନ ହୋଇଥିଲା ବୋଲି କୁହାଯାଏ। ସେ ଏଠାରେ ପ୍ରଭୁ ଭେଂକେଟଶ୍ବର ଙ୍କ ମନ୍ଦିର ନିର୍ମାଣ ପାଇଁ ଚାହିଁଥିଲେ ହେଲେ ନିର୍ମାଣ ସମୟରେ ମୂର୍ତ୍ତି ର ଆଙ୍ଗୁଠି ଭାଙ୍ଗି ଯିବାରୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା।ତେଣୁ ଅଗସ୍ତି ଋଷି ନିରାଶ ହୋଇ ଭଗବାନ ଶଙ୍କର ଙ୍କୁ ତପସ୍ୟା କରିଥିଲେ ପରେ ଭଗବାନ ଶିବ ପ୍ରସନ୍ନ ହୋଇ ସ୍ଥାପନ କରିବାକୁ କହିଥିଲେ।

ଲୋକମାନଙ୍କ କଥା ଅନୁସାରେ ଋଷି ତାପସ୍ୟାକରିବା ସମୟରେ କାଉ ମାନେ ହଇରାଣ କରୁଥିଲେ, ଋଷି କ୍ରୋଧିତ ହୋଇ ଅଭିଶାପ ଦେଇଥିଲେ ସେହି ଦିନ ଠାରୁ ଆଉ କାଉ ସେଠାରେ ଦେଖା ଯାଆନ୍ତି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।