Odisha News Portal

ମନ୍ଦିର ଭିତରେ ଭକ୍ତ ନିଜ ବେକକୁ କାଟିଲେ , ଯିଏ ଦେଖିଲେ ଏହି ଭୟାନକ ଦୃଶ୍ୟ କରିବାକୁ ଲାଗିଲେ ଚିତ୍କାର ! ମନରେ ଭକ୍ତିଥିଲେ ଲେଖନ୍ତୁ ଓଁଃ ନମଃ ଶିବାୟଃ….

0 84

ସଂସ୍କୃତି ତଥା ଆଧ୍ୟାତ୍ମିକତା ର ଦେଶ ହେଉଛି ଭାରତ । ଆମ ଦେଶର ପ୍ରତ୍ୟେକ ନାଗରୀକ ମାନେ ଧାର୍ମିକ କାର୍ଯ୍ୟ କ୍ରମରେ ସବୁବେଳେ ମଜ୍ଜିତ ରହିଥାନ୍ତି । ତେବେ ଆମେ ଏବେ ଏକ ଅତ୍ୟାଧୁନିକ ତଥା ଗ୍ଲବଳାଇଜଡ଼ ଦେଶରେ ବସବାସ କରୁଛୁ ଏହାର କାରଣ ହେଉଛି ଆମ ଚିନ୍ତା ତଥା ଜୀବନଯାପନ ପ୍ରଣାଳୀରେ ଉନ୍ନତି ଘଟିଛି । କିନ୍ତୁ ଏହାର ବିପରୀତ ଦିଗଟୀକୁ ଦେଖିଲେ ଜଣାଯାଏ ଯେ ଆମେ ଉନ୍ନତି ନୁହେଁ ବରଂ ନିଜର ଅବନତି କରୁଛନ୍ତି । କିନ୍ତୁ ସବୁବେଳେ ଆମ ମନରେ ଏକ ପ୍ରଶ୍ନ ଉଙ୍କିମାରେ କି କଣ ଆମେ ଏବେ ଶିଖିତ ..?

କଣ ଆମ ସମାଜରେ ଏବେ କୌଣସି କୁସଂସ୍କାର ଏବଂ ଅନ୍ଧବିଶ୍ୱାସର ଛାୟା ଠାରୁ ଦୁରେଇ ଯାଇଛି …ନା ଏବେ ବି ଆମେ ସେହି କୁସଂସ୍କାର ଏବଂ କୁପ୍ରାଥର ଶିକାର ହେଉଚୁ..? ଆଉ ଆମେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ଭୁଲିଯିବେ କି ଆପଣ ଏକ ଶିକ୍ଷିତ ଓ ଅତ୍ୟାଧୁନିକ ସମାଜରେ ବସବାସ କରୁଛନ୍ତି ବୋଲି ।

ସୂଚନାଯୋଗ୍ୟ ଯେ, ଗତ ଶନିବାର ଦିନ ଉତ୍ତରପ୍ରଦେଶରେ ଆସ୍ଥାନରେ ଘଟିଛି ଏକ ଅତ୍ୟନ୍ତ ବିସ୍ମୟକର ଘଟଣା ଯାହା ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ।

ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶରେ ହିମପୁର ଜିଲ୍ଲାର ଆସ୍ଥାନ ଗ୍ରାମରେ ଜଣେ 48 ବର୍ଷୀୟ ବ୍ୟକ୍ତି ଭଗବାନ ଶିବଙ୍କ ପାଖରେ ନିଜେ ବେକ କାଟି ସମର୍ପଣ କରିବାକୁ ପ୍ରୟାସ କରିଥିଲେ । କିନ୍ତୁ ସୌଭାଗ୍ୟବସତ୍ୱ ସେଠାରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ତାଙ୍କୁ ଠିକ ସମୟରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ ତଥାପି ତାଙ୍କର ପରିସ୍ଥିତି ଏବେ ମଧ୍ୟ ଗମ୍ଭୀର ରହିଛି ।

ସୁଚନା ଅନୁଯାୟୀ , ସେହି 48 ବର୍ଷୀୟ ବ୍ୟକ୍ତି ଜଣଙ୍କ ନିଜର ତାନ୍ତ୍ରିକ ଗୁଣକୁ ସାଧନ କରିବା ନିମନ୍ତେ ଗତ ଶନିବାର ଦିନ ରାତିରେ ହିମପୁରରେ ଥିବା କୋଟଶ୍ୱର ଶିବ ମନ୍ଦିରକୁ ଯାଇଥିଲେ । ସେଠାରେ ସେ ଶିଵଙ୍କଲିଙ୍ଗ ଥିବା ସ୍ଥାନକୁ ଯାଇ କିଛି ସମୟ ସ୍ଥିର ହୋଇ ବସି ରହିଥିଲେ ।

ପରେ ଯେତେବେଳେ ଶିବ ଲିଙ୍ଗ ପାଖରେ କେହିବି ଉପସ୍ଥିତ ନଥିଲେ ,ଠିକ ସେତିକି ବେଳେ ଏକ ଛୁରୀ ମାଧ୍ୟମରେ ଦୁଇରୁ ତିନି ଥର ନିଜର ବେକକୁ କଟିବାକୁ ପ୍ରୟାସ କରିବା ପରେ ସେ ଜୋରରେ ପାଟି କରି ଉଠିଥିଲେ । ତାଙ୍କର ଏହି ଚିତ୍କାର ଶୁଣି ସେହି ମନ୍ଦିର ପାଖରେ ଉପସ୍ଥିତ ଥିବା ବ୍ୟକ୍ତି ମାନେ ମନ୍ଦିର ଆଡ଼କୁ ଧାଇଁ ଆସିଥିଲେ ।

ଲୋକମାନେ ଆସିବା ପରେ ଦେଖିଥିଲେ କି ଜଣେ ବ୍ୟକ୍ତି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଗବାନ ଶିବଲିଙ୍ଗ ପାଖରେ ବେହୋସ ହୋଇ ପଡିଥିଲେ । ପରେ ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଡାକ୍ତରଙ୍କର ସୂଚନା ଅନୁସାରେ ସେହି ବ୍ୟକ୍ତିଙ୍କର ପରିସ୍ଥିତି ଏବେ ମଧ୍ୟ ଗମ୍ଭୀର ରହିଛି । ତେବେ ଏହାର ପଛରେ ଥିବା କାରଣ ଜାଣିବାକୁ ଲୋକମାନେ ଚେଷ୍ଟା କରିଥିଲେ ଏବଂ ଜଣା ଯାଇଛି ଯେ ନିଜର ତାନ୍ତ୍ରିକ ଗୁଣକୁ ସାଧନା କରିବା ନିମନ୍ତେ ସେ ଭଗବାନ ଶିବଙ୍କୁ ନିଜର ବେକ କାଟି ଖୁସି କରିବାକୁ ଚାହୁଁଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।