Odisha News Portal

ହେ ଭଗବାନ ! ଶୁଭ ସଂଙ୍କେତ ଗୋଟିଏ ବାଛୁରୀ ତିନୋଟି ଆଖି ,ବିଶ୍ୱାସ ଓ ଅନ୍ଧବିଶ୍ୱାସ ଭିତରେ ଚାଲିଛି ପୂଜାର୍ଚ୍ଚନା , ମନରେ ଭକ୍ତିଥିଲେ ଲେଖନ୍ତୁ ଓଁ “ନମଃ ଶିବାୟଃ….

ବିଶ୍ବାସ ଆଉ ଅନ୍ଧ ବିଶ୍ବାସ ଭିତରେ ମଣିଷ ସବୁବେଳେ ଦ୍ବନ୍ଦରେ ରୁହେ , ଶୁଣା କଥା ଅପେକ୍ଷା ଆଖିରେ ଦେଖିଲେ ହିଁ ବିଶ୍ବାସ ଆସେ । ତେବେ ଆଜି ଆମେ ଏମିତି ଏକ ଘଟଣା ବିଷୟରେ ଆପଣଙ୍କୁ ଜଣାଇବୁ ଯାହା ଆପଣଙ୍କୁ ଅଲୌକିକ ଭିତରକୁ ନିଶ୍ଚୟ ଟାଣି ନେବ । ଆଉ ଯଦି ଆପଣ ଏହି ଦୃଶ୍ୟକୁ ନିଜ ଆଖିରେ ଦେଖିବେ ତେବେ କେବେ ବି ବିଶ୍ବାସ କରିପାରବିେ ନାହିଁ । ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପଶୁ ପକ୍ଷୀଙ୍କ ଫୋଟ ଏବଂ ଭିଡିଓ ସବୁ ଭାଇରାଲ ହେଉଥିବାର ଆପଣ ମାନେ ଦେଖିଥିବେ କିନ୍ତୁ ଏପରି ଭିଡିଏ କେବେ ଦେଖି ନଥିବେ ।

ସମସ୍ତେ ଜାଣିଛନ୍ତି ଗାଈ ବାଛୁରୀ ମାନଙ୍କ ଦୁଇଟି ଲେଖାଏଁ ଆଖି ଥାଏ କିନ୍ତୁ ଭାଇରାଲ ହେଉଥିବା ସେହି ଭିଡିଓରେ ଦେଖିବା ପାଇଁ ମିଳିଛି ଯେ ଗୋଟିଏ ବାଛୁରୀ ଜନ୍ମ ହେବା ପରେ ତାର ତିନୋଟି ଆଖି ଥିବାର । ତେବେ ବାଛୁରୀର ତିନୋଟି ଆଖି , ବାସ୍ ଏତିକି ଜାଣିବା ପରେ ଏବେ ଲୋକଙ୍କର ସୁଅ ଝୁଟୁଛି ବାଛୁରୀ ଟି କୁ ଦେଖିବା ପାଇଁ ।

ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଚର୍ଚ୍ଚାରେ ତ୍ରିନେତ୍ର ବାଛୁରୀ । ସାରା ଅଞ୍ଚଳରେ ଧୂପଦୀପ ନୈବେଦ୍ୟର ବାସ୍ନା , ଚାଲିଛି ପୂଜାର୍ଚ୍ଚନା । କାରଣ ସମସ୍ତେ ମାନି ନେଇଛନ୍ତି ଏଇ ବାଛୁରୀ ସାମାନ୍ୟ ନୁହେଁ ତାକୁ ଟିକେ ପୂଜା କରିବାକୁ ଲୋକଙ୍କର ତ ଲମ୍ବା ଲାଇନ୍ । ବାଛୁରୀଟି ଦେଖିବାକୁ ସାଧାରଣ ହେଲେ ଆଖି ତାର ତିନୋଟି । ତେବେ ସ୍ବଂୟ ଶିବଙ୍କର ଅନ୍ୟ ଏକ ରୂପ ଭାବି ନେଇଛନ୍ତି ସ୍ଥାନୀୟ ବାସିନ୍ଦା ଏହି ବାଛୁରୀକୁ ।


ସଂଯୋଗ ବି ଏହାର ବହୁତ ଚମତ୍କାରୀ, ଗାଳି ଗାଈ କିଛି ଦିନ ତଳେ ଜନ୍ମ ଦେଇଛି ଏପରି ଏକ ତ୍ରିନେତ୍ର ବିଶିଷ୍ଠ ବାଛୁରୀକୁ । ସହଜେ କାଳି ଗାଈ ସମସ୍ତଙ୍କର ପସନ୍ଦ , ଗାଈର ମାଲିକ ଶ୍ରୀକାନ୍ତ ଦେହୁରୀ , ସସ୍ମିତା ଦେହୁରୀ ବାଛୁରୀଟିକୁ ଯେତେବେଳେ ଦେଖିଲେ ଭାବବିହୁଳ ହୋଇଯାଇଥିଲେ । ବାଛୁରୀଟି ଶରୀରରେ ପୂରା ସାମାନ୍ୟ କିନ୍ତୁ ତାର ମୁଣ୍ଡରେ ତିନୋଟି ଆଖି ଥିଲା । ଭଗବାନ ତାଙ୍କ ଗୁହାଳରେ ଜନ୍ମ ନେଇଛନ୍ତି ଭାବି ପୂଜାର୍ଚ୍ଚନା କରିବାକୁ ଲାଗିଥିଲେ ବାଛୁରିଟୀର ମାଲିକ ।

ସବୁ ସେହି ଶ୍ରଷ୍ଠାଙ୍କ ଇଚ୍ଛାରେ ହୋଇଛି , ହୁଏତ କଳି ଯୁଗରେ ଏହା କୌଣସି ଘଟଣା କୁ ଇଙ୍ଗିତ କରୁଥାଇ ପାରେ ତେଣୁ ଏହାକୁ ଏଡାଇ ଦିଆ ଯାଇନ ପାରେ । ଏକଥା ଆମେ କହୁନୁ ଖୋଦ୍ ସ୍ଥାନୀୟ ଲୋକେ କହିଛନ୍ତି ।

ଆଉ ଏହି ଖବର ପ୍ରସାରିତ ହେବା ପରେ ଦେଖଣାହାରୀ ଙ୍କ ଧାଡି ଲାଗିଛି, ଲୋକଙ୍କ ଆସ୍ଥା ବିଶ୍ବାସ ସବୁ କିଛି ଏହି ଠାରେ ଯେମିତି ଅଟକି ଯାଇଛି, ହେଲେ କାଳି ଗାଈ କିନ୍ତୁ ଟିକେ ଚିନ୍ତାରେ ରହିଛି , ଏହି ବାଛୁରୀର ଆୟୁଷ କେତେ ତାକୁ ନେଇ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।