ଆଜି ଆମେ ଆପଣ ମାନଙ୍କୁ କହିବୁ କି ମଙ୍ଗଳବାର ଦିନ ଭଗବାନ ହନୁମାନ ପାଇବା ପାଇଁ ଏବଂ ତାଙ୍କୁ ଖୁସି କରିବା ପାଇଁ ଆପଣ ମାନଙ୍କୁ କଣ କରିବା ଆବଶ୍ୟକ । ହିନ୍ଦୁ ଧର୍ମର ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଦିନ ମାନଙ୍କରେ ଅଲଗା ମହତ୍ତ୍ୱ ରହିଥାଏ । ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବୀ ଦେବତା ଏବଂ ଗ୍ରହ ମାନଙ୍କର ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ ମଙ୍ଗଳ ଗ୍ରହର କାରକ ମଧ୍ୟ କୁହାଯାଏ ଏହା ସହିତ ଏହି ମଙ୍ଗଳବାର ଦିନଟି ହନୁମାନଙ୍କର ଦିନ ବୋଲି ମାନ୍ୟତା ରହିଛି । ମଙ୍ଗଳବାର ଦିନ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ଯଦି କୌଣସି ଉପାୟ କରାଯାଏ ତେବେ ତାହାର ଫଳ ମଧ୍ୟ ବହୁତ ଶୀଘ୍ର ମିଳିଥାଏ ।
ମାତ୍ର କିଛି ଏମିତି ମଧ୍ୟ କାମ ରହିଛି ଯାହାକୁ ମଙ୍ଗଳବାର ଦିନ କରିବା ଉଚିତ ନୁହେଁ ନହେଲେ ହନୁମାନ ଜୀ ସେହି ଜାଗାର ପାଖ ମାଡନ୍ତି ନାହିଁ । ସେହି ମନୁଷ୍ୟ ଉପରେ ସେ ରିଷ୍ଟ ହୋଇଥାନ୍ତି ଏହାର ପ୍ରଭାବ ଆମ ମାନଙ୍କ ଉପରେ ବା ଆମ ପରିବାର ଉପରେ ମଧ୍ୟ ପଡିଥାଏ । ତେବେ ଆସନ୍ତୁ ଜାଣିବା ସେହି କଥା ବିଷୟରେ ।
1–ମଙ୍ଗଳବାର ଦିନ ଧନ ଉଧାର ଦିଅନ୍ତୁ ନାହିଁ
ଶାସ୍ତ୍ର ଅନୁସାରେ ମାନ୍ୟତା ରହିଛି କି ମଙ୍ଗଳବାର ଦିନ ଧନର ଉଧାର ଦେବା ଏବଂ ନେବା ଠିକ ହୋଇନଥାଏ କାହିଁକିନା ଏମିତି କରିବା ଦ୍ୱାରା ଆପଣ ମାନଙ୍କର ଆର୍ଥିକ ସଂଙ୍କଟ ଦେଖା ଦେଇଥାଏ । ତେଣୁ ଏହି ଦିନ ପଇସା ନେବା ଏବଂ ଦେବା ପାଖରୁ ଆପଣ ମାନେ ସଂପୂର୍ଣ୍ଣ ଦୂରେଇ ରହିବା ଉଚିତ ।
2–ମଙ୍ଗଳବାର ଦିନ ସାତ୍ତ୍ୱିକ ରୁହନ୍ତୁ
ମଙ୍ଗଳବାର ଦିନ ହନୁମାନଙ୍କର ଖାସ ହୋଇଥାଏ ଏହି ଦିନ ଆପଣ ମାନେ ପିଆଜ , ରସୁଣ ଏବଂ ସମସ୍ତ ପ୍ରକାର ଆମିଷ ଦ୍ରବ୍ୟ ଠାରୁ ଦବରରେ ରହିବା ଉଚିତ ହୋଇଥାଏ । ଏହି ଦିନ ଆପଣ ମାନେ ପୂର୍ଣ୍ଣ ରୂପରେ ସାତ୍ତ୍ୱିକ ରହିଲେ ଆପଣଙ୍କ ଉପରେ ହନୁମାନଙ୍କର କୃପା ରହିଥାଏ ଏବଂ କୌଣସି ପ୍ରକାର ବାଧା ମଧ୍ୟ ଆସିନଥାଏ ।
3–ମଙ୍ଗଳବାର ଦିନ ରାମ ମନ୍ଦିର ଯାଆନ୍ତୁ
ଯଦି ଆପଣ ମାନଙ୍କୁ ବହୁତ ଦିନରୁ କୌଣସି ମନସ୍କାମନା ଅଦିରା ରହିଛି ବା ସଂପୂର୍ଣ୍ଣ ହୋଇ ପାରିନାହିଁ ତେବେ ଆପଣ ମାନେ ମଙ୍ଗଳବାର ଦିନ ପ୍ରଭୁ ଶ୍ରୀ ରାମଙ୍କର ମନ୍ଦିରକୁ ଯାଆନ୍ତୁ । ଏହା ସହିତ ନିଜର ଡାହାଣ ହାତର ଆଙ୍ଗୁଳି ଦ୍ୱାରା ହନୁମାନଙ୍କର ମଥାରି ସିନ୍ଦୁର ଆଣି ମାତା ସୀତାଙ୍କର ଚରଣରେ ଲଗାଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣ ମାନଙ୍କର ସମସ୍ତ ମନସ୍କାମନା ବହୁତ ଶୀଘ୍ର ପୂରଣ ହୋଇଯିବ ।
4--ମଙ୍ଗଳବାର ଦିନ ନଖ , ଚୁଚି, କାଟନ୍ତୁ ନାହିଁ
ମଙ୍ଗଳବାର ଦିନ ଦାଡି ଏବଂ ଚୁଟି କାଟିବା ଉଚିତ ନୁହେଁ ଏହା ଦ୍ୱାରା ଆପଣ ମାନଙ୍କୁ ମଙ୍ଗଳ ଦୋଷ ଲାଗିପାରେ । ଏହା ସହିତ ଏଦି ଦିନ ନଖ କାଟିବା ମଧ୍ୟ ଅଶୁଭ ବିଚାର କରାଯାଇଥାଏ । ଯେଉଁଥିପାଇଁ ଆପଣ ମାନେ ବହୁତ ସମସ୍ୟାରେ ପଡିପାରନ୍ତି ।
5–ମଙ୍ଗଳବାର ଦିନ ଧାରୁଆ ଜିନିଷ ଆଣିନ୍ତୁ ନାହିଁ
ମଙ୍ଗଳବାର ଦିନ କୌଣସି ଧାରୁଆ ଜିନିଷ ଯେପରିକି ଛୁରୀ ଏବଂ କଇଁଚି କିଣି କରି ଘରକୁ ଆଣନ୍ତୁ ନାହିଁ । ଏହା ସହିତ ଯଦି ଘରେ ଏପରି କିଛି ବସ୍ତୁ ରହିଛି ତେବେ ତାହାକୁ ମଙ୍ଗଳବାର ଦିନ ଘରର ଦକ୍ଷିଣ ଦିଗରେ ଆଦୌ ରଖନ୍ତୁ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।