Odisha News Portal

ଆଶ୍ଚର୍ଯ୍ୟ ! ମନ୍ଦିର ବାହାରେ ଗୋଡ଼ ଟେକି କୁକୁର ଦେଉଛି ଲୋକଙ୍କୁ ଆର୍ଶୀବାଦ, ଦେଖନ୍ତୁ ଭାଇରାଲ୍ ଭିଡିଓ

0 66

ଆପଣ ମାନେ ଅନେକ ସମୟରେ ଭିନ୍ନ ଭିନ୍ନ ଚକିତ କରିବା ଭଳି ଖବର ସଂସ୍ପର୍ଶରେ ନିଶ୍ଚିତ ଆସୁଥିବେ । ତେବେ ବେଳେବେଳେ ଆମ ଦୁନିଆରେ ଏମିତି କିଛି ଘଟଣା ବା ଖବର ଶୁଣିବାକୁ ବା ଜାଣିବାକୁ ପାଇଥାଉ ଯାହାକି ବିଶ୍ବାସ ଯୋଗ୍ୟ ହୋଇନଥାଏ । ଆଉ ସେହି ଘଟଣା ଗୁଡିକ ଆମକୁ ଏକ କାଳ୍ପନିକ କାହାଣୀ ପରି ପ୍ରତିୟ ମାନ ହୋଇଥାଏ କିନ୍ତୁ ତା ପଛରେ ଏମିତି ଏକ ସତ୍ୟ କାହାଣୀ ରହିଥାଏ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏହିପରି ଘଟଣା ଗୁଡିକ ଆମେ କେବଳ ଆମର ଗଣତାନ୍ତ୍ରୀକ ରାଷ୍ଟ୍ରର ମୁକ୍ତ ଗଣ ମାଧ୍ୟମ ଦ୍ବାରା ହିଁ ଜାଣିବାକୁ ପାଇଥାଉ ।

ତେବେ ଆଜି ଆମେ ସେହିପରି ଗୋଟିଏ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣ ପୂରା ଆଶ୍ଚର୍ଯ୍ୟଚକିତ ହୋଇଯିବେ । କିନ୍ତୁ ତାହା ବାସ୍ତବରେ ସତ ଏବଂ ଏହି ଘଟଣା ନିକଟ ଅତୀତ ରେ ଘଟିଛି ଏବଂ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଛି ।

ଆଜିର ସମାଜରେ ଆମେ ମାନେ ସମସ୍ତେ ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ଯୋଡିତ ଥିବା । ତେବେ ଏହି ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ପୋଷ୍ଟ ହୋଇଥିବା ଦେଖିବାକୁ ମିଳିଥାଏ । ଏମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଗୋଟିଏ କୁକୁର ମନ୍ଦିର ପ୍ରାଙ୍ଗଣରେ ରହି ଲୋକଙ୍କୁ ଆଶିର୍ବାଦ ଦେଉଛି ।

 

ତେବେ କୁକୁରକୁ ଏହି ଦୁନିଆର ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ଭାବରେ ବିବେଚନା କରାଯାଏ, ଆଉ ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। କିନ୍ତୁ ଆପଣ କେବେ କୁକୁରକୁ ଆଶୀର୍ବାଦ ଦେଉଥିବାର ଦେଖିଛନ୍ତି କି? ହେଲେ ଏପରି ଘଟିଛି, ମହାରାଷ୍ଟ୍ରର ଥିବା ସିଦ୍ଧବିନାୟକ ମନ୍ଦିରରେ କୁକୁରର ହାତ ହଲାଇ ଭକ୍ତମାନଙ୍କୁ ଆଶୀର୍ବାଦ କରିବାର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକାରୀ ଅରୁଣ ଲିମିଡିଆ ଫେସବୁକରେ ସେୟାର କରିଛନ୍ତି ।


ଭାଇରାଲ୍ ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ସିଦ୍ଧବିନାୟକ ମନ୍ଦିର ପ୍ରବେଶ ଦ୍ୱାର ବାହାରେ ଏକ କୁକୁର ଏକ ଉଚ୍ଚ ସ୍ତମ୍ଭ ଉପରେ ବସିଛି। ଭକ୍ତମାନେ ମନ୍ଦିରରୁ ବାହାରିବା ମାତ୍ରେ କେହି କେହି କୁକୁର ଆଡକୁ ହାତ ବଢାଇଲେ। ଏହା ଦେଖି କୁକୁର ମଧ୍ୟ ହାତ ହଲାଇ ଏକ ଗୋଡ ଉଠାଇ ଆର୍ଶୀବାଦ ଦେଉଛି। କୁକୁରର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ମନ୍ଦିରରୁ ବାହାରି କୁକୁର ଆଗରେ ନଇଁ ପଡ଼ିଛନ୍ତି। କୁକୁରଟି ତା ଅଙ୍ଗଭଙ୍ଗୀରେ ତାଙ୍କୁ ଆଶୀର୍ବାଦ ଦେଉଛି।

ଏହି ଦୁଇଟି ଭିଡିଓ କ୍ଲିପ୍ ଫେସବୁକରେ ସେୟାର ହେବା ପରେ ଏହା ତୁରନ୍ତ ଭାଇରାଲ ହୋଇଛି। ଏହାକୁ ଏପର୍ଯ୍ୟନ୍ତ 1.3 ମିଲିୟନରୁ ଅଧିକ ଲୋକ ଦେଖିଛନ୍ତି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ସେହି କୁକୁର ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଥିଲେ ଏବଂ ଆଶୀର୍ବାଦ ଦେବାବେଳେ ସେହି କୁକୁରଟି କେତେ ସୁନ୍ଦର ଦେଖାଯାଉଥିଲା ତାହା ଲେଖିଥିଲେ।