Odisha News Portal

ମାମୁଁ ଘରେ ଗୋଠେ ଗାଈ ରାତି ପାହିଲେ ମୋଟେ ନାହିଁ, କହିଲ ଏହା କଣ ? କେବଳ ବୁଦ୍ଧିମାନ ଲୋକ ହିଁ ଏହାର ଉତ୍ତର କହି ପାରିବେ

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ ଢଗଢମାଳି଼ ବା ପ୍ରହେଳିକା ସମ୍ପର୍କିତ କିଛି ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ପ୍ରହେଳିକା ସମ୍ପର୍କୀୟ ଚତୁର ପ୍ରଶ୍ନ;

(୧) ପ୍ରଶ୍ନ:- ଗୋଟିଏ ଗୁମ୍ଫାରେ ବତିଶୀ ଚୋର, ଦିନରେ କରନ୍ତି କାମ, ରାତି ହେଲେ ସିଏ ଆରାମ କରନ୍ତି କୁହ ତେବେ ତାଙ୍କ ନାମ ?

ଉତ୍ତର: ଦାନ୍ତ।

(୨) ପ୍ରଶ୍ନ:- ମାମୁଁ ଘରେ ଗୋଠେ ଗାଈ ରାତି ପାହିଲେ ମୋଟେ ନାହିଁ, ଏହା କଣ ?

ଉତ୍ତର: ତାରା।

(୩) ପ୍ରଶ୍ନ:- ବାପାଙ୍କର ଭଉଣୀ ସିଏ, ଜେଜେଙ୍କର ଝିଅ, ବୋଉର ସେ ନଣଦ ହେବ, କିଏ ସିଏ କୁହ ?

ଉତ୍ତର: ପିଉସୀ ନାନୀ।

(୪) ପ୍ରଶ୍ନ:- ବାଛୁରୀର ହକ ମାରି ମହାଦେବ ପିଏ, ମଣିଷ ପିଇଲେ ଭାରି ଶକ୍ତିଶାଳୀ ହୁଏ, କହିଲ ଦେଖି କି ଦଇବ ଇଏ ?

ଉତ୍ତର: ଦୁଗ୍ଧ।

(୫) ପ୍ରଶ୍ନ:- ବାହାରକୁ ସବୁଜ ଭିତରେ ଲାଲ, ଲତାରେ ଫଳେ ସେ ଫଳଟି ଗୋଲ , କଟା ହେଲେ ହୁଏ ଖାଇ, ଖରାଦିନେ ଯାହାକୁ ଯେତେ ଲୋ, ଶୀତ ଦିନେ ଦିଶେ ନାହିଁ, କଣ ଏହା ?

ଉତ୍ତର: ତରଭୁଜ।

(୬) ପ୍ରଶ୍ନ:- ମୋତେ କଟାଯାଏ, ମୋତେ ଛେଚା ଯାଏ, ମୋତେ ଭାରି ବାଧେ, ହେଲେ ମୋତେ କାଟୁଥିବା ଲୋକ ଲୁହ ଝାରି କାନ୍ଦେ, କହିଲ ଏହା କଣ ?

ଉତ୍ତର: ପିଆଜ।

(୭) ପ୍ରଶ୍ନ:- ସବୁଜ ବେଣ୍ଟକୁ ନାଳିଆ ଛୁରୀ କଷ୍ଟ ଦିଏ ସିଏ ଜହର ପରି, ପାଣି ପାଣି କହି ଚିଲାଏ ମଣିଷ ସତେକି ଜୀବନ ବାହାରି ଯାଏ, ଏହା କଣ ?

ଉତ୍ତର: ନାଲି ଲଙ୍କା।

(୮) ପ୍ରଶ୍ନ:- ଖରା ଦେଖିକି ମୁଁ ଆସିଥାଏ, ଛାଇ ଦେଖିକି ମୁଁ ଲୁଚି ଯାଏ, ପବନ ଛୁଆଁଇଲେ ମୋତେ ଲାଜରେ ମୁଁ ମରିଯାଏ, କହିଲ ଏହା କଣ ?

ଉତ୍ତର: ଝାଳ।

(୯) ପ୍ରଶ୍ନ:- ତାଟିଆ ଭିତରେ ତାଟିଆ ଅଛି, ତାଟିଆ ଭିତରେ ଅମୃତ ଅଛି କହିଲ ଦେଖି ଏହା କି ପ୍ରକାର ଗଣିତ ?

ଉତ୍ତର: ନଡ଼ିଆ।

(୧୦) ପ୍ରଶ୍ନ:- ନାକରେ ଯଦି ମୁଁ ଚଢି ଯିବି କାନ ଧରିକି ମୁଁ ପଢେଇବି, ଏହାର ଉତ୍ତର କଣ ?

ଉତ୍ତର: ଚଷମା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।