Odisha News Portal

ମାଳିକା ଭବିଷ୍ୟବାଣୀ: ଜଣାନ୍ତୁ କେବେ ସରିବ କରୋନା ? ମାଳିକା ଦେଲା ପ୍ରମାଣ !

ଆପଣମାନେ ମହାପୁରୁଷ ମାନଙ୍କ ଦ୍ଵାରା ବର୍ଣ୍ଣିତ ମାଳିକା କୁ ଶୁଣିବାକୁ ଜାଣିବାକୁ ଶ୍ରଦ୍ଧା, ଭକ୍ତି ଏବଂ ଆଗ୍ରହ ରଖି ଥିବାରୁ ଆମେ ମାଳିକା ସହିତ ଜଡ଼ିତ କିଛି ତଥ୍ୟ ଆପଣଙ୍କୁ ଅବଗତ କରାଉଛୁ। ଆପଣ ମାନେ ଜାଣି ରଖନ୍ତୁ ମାଳିକା ର ବର୍ଣ୍ଣନା ବା ବାଣୀ କାହାକୁ ଭୟଭୀତ କରିବା ପାଇଁ ନୁହେଁ ବରଂ ଏହା ଆମକୁ ସତର୍କ ସଚେତନ କରିବା ପାଇଁ।ଏହାର ସତ୍ୟା ସତ୍ୟ ଏବଂ ଗୁରୁତ୍ଵ କୁ ଉପଲବ୍ଧି କଲେ ଆପଣ ମାନେ ଜାଣି ପାରିବେ ଯ ମାଳିକା ସବୁ ସତ୍ୟ ଘଟଣା ଉପରେ ଏକ ଭବିଷ୍ୟବାଣୀ ସ୍ୱରୂପ କରିଥାଏ।ଯାହା ସମସ୍ତଙ୍କୁ ଚେତେଇବା ପାଇଁ ଏବଂ ସମସ୍ତଙ୍କୁ ସଚେତନ କରିବା ସହିତ ଏକ ଉଚିତ୍ ମାର୍ଗ ଦର୍ଶନ କରାଇବା ପାଇଁ।

ତେଣୁ ଯାହା ଆମ ସହ ଘଟିବାର ଅଛି ତାହା ନିଶ୍ଚୟ ଘଟିବ। ତାକୁ କେହି ଏଡାଇ ଦେଇ ପାରିବେ ନାହିଁ। ଏବେ ଆମକୁ କବଳିତ କରି ରଖିଥିବା କରନା ମହାମାରୀ ସମ୍ପର୍କରେ ମଧ୍ୟ ମହାପୁରୁଷ ଯାହା କଲମ କରିଥିଲେ ତାହା ଘଟିଛି ଏବଂ ଅନେକ କିଛି ଘଟିବକୁ ମଧ୍ୟ ଯାଉଛି। ତେବେ ଏହି କରନା ମହାମାରୀ ର ଭୟାବହତା କୁ ନେଇ ଆପଣ ଭୟଭୀତ ଥିବା ବେଳେ ଏହି ମହାମାରୀ କେବେ ସରିବ ଏବଂ ମାନବ ସମାଜ କେବେ ଏଥିରୁ ତ୍ରାହି ପାଇବ ତାହା ସମସ୍ତଙ୍କ ମନରେ ପ୍ରଶ୍ନ ରହିଥିବା ବେଳେ ଆମେ ଆଜି ଆପଣଙ୍କୁ କହିବୁ ଏହାକୁ ନେଇ ମାଳିକା ରେ କଣ ବର୍ଣ୍ଣିତ ରହିଛି। ମାଳିକା ଅନୁସାରେ ଏକ ବର୍ଷ ୧୦ ମାସ ପର୍ଯ୍ୟନ୍ତ ଏହି ମହାମାରୀର ପ୍ରଭାବ ରହିବ।

ଅର୍ଥାତ୍ ୨୦୧୯ ନଭେମ୍ବର ରୁ ଆରମ୍ଭ ହୋଇଥିବା ଏହି ମହାମାରୀ ୨୦୨୧ ଅକ୍ଟୋବର ପର୍ଯ୍ୟନ୍ତ ରହିବ।ଏହି ସମୟରେ ଅନେକ ଧନ ଜୀବନ କ୍ଷୟ କ୍ଷତି ଘଟିବ ଏବଂ ଲୋକେ ଅନେକ ଦୁର୍ଦ୍ଦଶା ଭୋଗିବେ। ମଣିଷ ତୁଣ୍ଡି ପିନ୍ଧିବା କଥା ଯେଉଁ ବର୍ଣ୍ଣନା ଥିଲା ତାହା ସତ ହୋଇଛି। ଧନୀ, ଗରିବ କିଛି ଦେଖିବ ନାହିଁ ଏହି ସଂକ୍ରମଣ। କାହାର ଜୀବନ ଯିବ କହିବା ମୁସ୍କିଲ। ଯାହା ସତ ହେବାରେ ଲାଗିଛି। ଯେତେ ଧନ ସମ୍ପତ୍ତି ଥିଲେ ମଧ୍ୟ କେହି ଏଥିରୁ ଉଦ୍ଧାର ପାଇ ପାରୁ ନାହାଁନ୍ତି।ଏହା ଧନୀ ଗରିବ ନଦେଖି ସମସ୍ତଙ୍କୁ ସଂକ୍ରମିତ କରୁଛି। ଏଥିରେ ଅନେକ ଟଙ୍କା ଥିବା ଲୋକେ, ପ୍ରଭାବଶାଳୀ ଲୋକେ ମଧ୍ୟ ମୃତ୍ୟୁ ବରଣ କରୁଛନ୍ତି।

ମାଳିକା ବଚନ ଅନୁଯାୟୀ କେହି କାହାର ଶବ ଅର୍ଥାତ୍ ମୃତ ଶରୀର କୁ ଛୁଇଁବେ ନାହିଁ। ଯାହା ଏବେ ଘଟିବାର ଲାଗିଛି। ବାପ ପୁଅର ଶବକୁ ଛୁଁ ନାହିଁ କି ପୁଅ ବାପର। ଶବ ସତ୍କାର ବେଳେ ନିଜ ଘରଲୋକ ଉପସ୍ଥିତ ରହି ପାରୁ ନାହାନ୍ତି କି ପୁଅ ହୋଇ ବାପା ମୁହଁରେ ନିଆଁ ଦେଇ ପାରୁନି।ଏହା ସହିତ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ପ୍ରଭୁ ଜଗନ୍ନାଥ ନିଜ ଜଗତକୁ ଉଦ୍ଧାର କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।