Odisha News Portal

ମାଳିକା ଦେଲା ଭୟଙ୍କର ଭବିଷ୍ୟବାଣୀ….ନୀଳଚକ୍ର ଉପରେ ଚିଲ ନୁହେଁ 64 ଯୋଗିନୀ ଉଡୁଥିଲେ….

ପୁରାଣ ଶାସ୍ତ୍ର ମାନଙ୍କ ରେ ମଣିଷ ର ଆଗାମୀ ଜୀବନ ବିଷୟରେ ଅନେକ କିଛି ତଥ୍ୟ ଜାଣିବାକୁ ମିଳିଥାଏ । ଆଜି ଆମେ ମାଳିକା ଶାସ୍ତ୍ର ବିଷୟରେ ଜାଣିବୁ , ଯାହା ଆମର ଆଗାମୀ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ଅବଗତ କରାଇଥାଏ । ମାଳିକା ବିଶାରଦ ମାନେ ମାଳିକାରେ ଅନେକ କିଛି ତଥ୍ୟ ପ୍ରଦାନ କରିଥାନ୍ତି , ଯାହା ଭବିଷ୍ୟତରେ ଘଟିବା ପାଇଁ ଯାଉଛି । କିିଛି କିଛି ଘଟଣା ମଧ୍ୟ ଘଟିଯାଇଛି ଯାହାର ଜ୍ୱଳନ୍ତ ଉଦାହକଣ ଆପଣ ମାନେ ନିଜେ ଅଙ୍ଗେ ଲିଭେଇଛନ୍ତି ।

ସେହିପରି ମାଳିକାରେ ଅନେକ ସ୍ଥାନ ଓ ଅନେକ ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି । ମାଳିକା ଭକ୍ତ ମାନେ ସେ ସମ୍ପର୍କରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି ଏବଂ ସେମାନଙ୍କ ମନରେ ଏକ ପ୍ରକାର ଆକାଙ୍କ୍ଷା ମଧ୍ୟ ରହିଥାଏ ନୂଆ ନୂଆ ତଥ୍ୟ ଜାଣିବା ପାଇଁ । ତେବେ ଆଜି ଆମେ ମାଳିକାର ବିଷୟ ବସ୍ତୁର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବସ୍ତୁ ଉପରେ ଆଲୋଚନା କରିବା । ଆପଣ ମାନେ ନିଶ୍ଚୟ ଶୁଣିବାକୁ ପାଇଥିବେ କିଛିଦିନ ତଳେ ପୁରୀ ର ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଉପରେ ଚିଲ ଉଡୁଥିବାର ଦେଖିବାକୁ ମିଳିଥିଲା । ଏହାକୁ ନେଇ ଅନେକ ନିଜ ନିଜର ମତ ପ୍ରକାଶ କରିଥିଲେ ।

ଏହା ଏକ ପ୍ରକାର ଶୁଭ ସଙ୍କେତ ନା ଭଗବାନଙ୍କର ଏହା ଆଉ କିଛି ଇଙ୍ଗିତ ଏହାକୁ ନେଇ ଅନେକ ଆଲୋଚନା ମଧ୍ୟ କରାଯାଇଥିଲା । ତେବେ ଏ ସମ୍ପର୍କରେ ମାଳିକା ବିଚାରକ ତଥା ମାଳିକା ଭକ୍ତ କଣ କହିଛନ୍ତି ଆସନ୍ତୁ ଜାଣିବା । ଶ୍ରୀକ୍ଷେତ୍ରରେ ଏପରି ଚିଲ ଉଡିବାର ଅର୍ଥ ଏହା ହୋଇପାରେ , ତାଙ୍କ ମତରେ ଶ୍ରୀକ୍ଷେତ୍ରରେ 64 ଟି ଚିଲ ଉଡୁଥିଲେ । ସେମାନେ ହେଉଛନ୍ତି 64 ଟି ଯୋଗିନୀ , ସେ ଏହା ମଧ୍ୟ କହିଛନ୍ତି ଏକ ଅସମ୍ଭବ ଜିନିଷ ସମ୍ଭବ ହୋଇଛି । ଅର୍ଥାତ୍ ମହାପ୍ରଭୁ ମୂର୍ତ୍ତି ତିଆରି ପାଇଁ ଆସୁଥିବା କାଠ ଯେଉଁ ଗଛରୁ ଆସିଥାଏ ସେଠାରେ କୌଣସି ବି ପକ୍ଷୀ ବସି ନଥାଏ ।

ତେବେ ଯେଉଁଠାରେ ମହାପ୍ରଭୁ ରହିଛନ୍ତି , ସେଠାରେ ପକ୍ଷୀ ମଧ୍ୟ ଆସି ଉଡିବେ , ଏହା କୌଣସି ଆସମ୍ଭବ କଥା ନୁହଁ । ଏହା ମହାପ୍ରଭୁଙ୍କର ଏକ ପ୍ରକାର ସଙ୍କେତ , ତାଙ୍କ କହିବା ଅନୁସାରେ 64 ଟି ତାମସିକ ଯୁକ୍ତ ପକ୍ଷୀ ମନ୍ଦିର ପରିସର ରେ ଉଡିବେ । ରଥଯାତ୍ରା ଦିନ ରଥ ଆସେ ଏବଂ ରଥ ଆସିବା ସମୟରେ ପଣାହାଣ୍ଡି ଲାଗିଥାଏ । ପଣାହାଣ୍ଡି ଏଥିପାଇଁ ଲଗା ଯାଇଥାଏ , ଯେ ଜଗାଙ୍କ ସହିତ ହଳିଆ , ଚଣ୍ଡି ,ଚାମଣ୍ଡି ଆଦି ରହିଥାନ୍ତି । ସେମାନେ ଯେଉଁଠି ବି ଥାଆନ୍ତୁ ନା କାହିଁକି ଆସି ସେହି ପଣାକୁ ଖାଇଥାନ୍ତି ।

ସେହି ପଣାକୁ ଆଉ କେହି ଖାଆନ୍ତି ନାହିଁ , ଯେଉଁ ବ୍ୟକ୍ତିବି ଖାଇଥାନ୍ତି , ତାଙ୍କ ଶରୀରରେ ଚଣ୍ଡି କଳା ରହିଥାଏ । ତେବେ ସେଦିନ ମଧ୍ୟ ନୀଳଚକ୍ର ଉପରେ 64 ଜଣ ଯୋଗୀନି ଉଡୁଥିବାର ବାବା ଏହି ଭିଡିଓ ରେ କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।