ପ୍ରତ୍ୟେକ ଥର ପରି ମହାପୁରୁଷଙ୍କର ସେହି ଛଅ ଶହ ବର୍ଷ ତଳର ଭବିଷ୍ୟ ମାଳିକା ବିଷୟରେ ଆମେ ଆପଣ ମାନଙ୍କୁ ଜଣାଇଥାଉ । ତେବେ ମହାପୁରୁଷମାନେ ସେତେବେଳେ କାଗଜ କଲମ ନଥାଇ ମଧ୍ୟ ତାଳପତ୍ର ଏବଂ ଲେଖନୀ ସାହାଯ୍ୟରେ ସମଗ୍ର ବିଶ୍ବର ଭବିଷ୍ୟତ ଲେଖିଥିଲେ । ସେ କେବଳ ଓଡିଶାର ଭବିଷ୍ୟତ ଲେଖିନଥିଲେ ବରଂ ସମଗ୍ର ପୃଥିବୀ ପୃଷ୍ଠର ଭବିଷ୍ୟତ ବିଷୟରେ ଲେଖିଥିଲେ । ଆଜି ଆମେ ମହାପୁରୁଷଙ୍କର ସେହି ଭବିଷ୍ୟ ମାଳିକାରୁ ଗୋଟିଏ ପଦ ନେବା ।
ତେବେ ସମସ୍ତଙ୍କର ବର୍ତ୍ତମାନ ଚିନ୍ତା ହୋଇଛି 2020ରେ କରୋନା ହେଲା , ବହୁତ କିଛି କ୍ଷୟକ୍ଷତି ହୋଇଛି ଏବଂ ଦେଶର ଆର୍ଥିକ ପରିସ୍ଥିତି ମଧ୍ୟ ଭୁଷୁଡି ପଡିଛି । ତେବେ 2020ରେ କଣ ଏସବୁ ସରିଗଲା ନାଁ 2021ରେ କଣ ଅଛି 22,23,24 ରେ କଣ ଅଛି । ଆମେ ଆଜି 2021-24 ମସିହା ପର୍ଯ୍ୟନ୍ତ କଣ କଣ ସବୁ ଭବିଷ୍ୟ ଘଟଣା ମହାପୁରୁଷ ମାନେ ରଚନା କରିଯାଇଛନ୍ତି ତାହା ବିଷୟରେ ଜାଣିବା । ଗ୍ରନ୍ଥ ନାଁ ହେଉଛି ତ୍ତତ୍ବବର୍ଦ୍ଧନୀ ତୃତୀୟ ଅଧ୍ୟାୟ ତୃତୀୟ ଖଣ୍ଡ । ମହାପୁରୁଷ କହିଛନ୍ତି –
ଶୁଣି ରାମଚନ୍ଦ୍ର ପୁଚ୍ଛଇ ବାଣୀ ସଂଶୟ ମନରେ ରହିଲା ପୁଣି । କେମନ୍ତ ଭକତ ବେଳ ହୋଇବେ ମୋ ଆଗେ ସେକଥା କହିବା ଭାବେ ।ତେଇଶ ଯାଇ ଚବିଶ ଆଗତପୃଥିବୀ ହୋଇବ ଉଲକାପାତ ।ପୃଥିବୀ ହୋଇବ ସେ ହାଳହୁଳି କାକ କୁକୁର ଯେ କରିବେ କଳି ।ଇନ୍ଦ୍ରବରଷା କରିବେ ରକତ ରାଜୁତ କରିବେ ଶ୍ବାନ ଶୃଗାଳ ।।
ଅର୍ଥାତ ମହାପୁରୁଷ କହୁଛନ୍ତି 2024 ମସିହା ବେଳକୁ ଇନ୍ଦ୍ରଦେବ ବର୍ଷା ରୂପରେ ରକ୍ତ ବର୍ଷା କରିବେ ଏବଂ ଶ୍ବାନ ଏବଂ ଶୃଗାଳମାନେ ରାଜୁତି କରିବେ୍ ଅର୍ଥାତ ମଣିଷ ମାନେ ଏପରି ଦୁର୍ନୀତିଗ୍ରସ୍ଥ ତଥା କୁପଥଗାମୀ ହୋଇଯିବେ ଯେ ସେମାନଙ୍କୁ ଶ୍ବାନ ଶୃଗାଳ ସହିତ ତୁଳନା କରାଯିବ ବା ଶ୍ବାନ ଶୃଗାଳଙ୍କ ପରି ସେମାନଙ୍କ ବୁଦ୍ଧି ଯାତ ହେବ ।
ବ୍ୟାଧି ହୋଇଣ ପିଶାଚି ଆସିବ ପ୍ରାଣି ମାନଙ୍କୁ ଗୁପତେ ଶୋଧିବେନାଳ ଶୁଳା ସଂଗେ ରକତେ ବ୍ୟାଧି
ଘରକୁ ଘର ପକାଇବେ ସ୍ବାଧୀ ।।
ଅର୍ଥାତ ମହାପୁରୁଷ କହୁଛନ୍ତି ଯେ ଏହା ପରେ ଆଉ ଗୋଟିଏ ମହାମାରୀ ଆସିବ । ଯାହାର ପ୍ରଭାବରେ ସମସ୍ତଙ୍କର ଯକୃତ ଏବଂ ଲିଭର ଖରାପ ହୋଇଯିବ । ଏହି ପ୍ରକାର ଗୋଟିଏ ରୋଗ 2021-24 ମଧ୍ୟରେ ଆସିବ ଏବଂ ସମଗ୍ର ବିଶ୍ବକୁ ଗୋଷ୍ଠି ସଂକ୍ରମଣ କରିବ । ଏହା,ସହିତ 23 ରୁ 24 ମସିହା ପର୍ଯ୍ୟନ୍ତ ସାରା ପୃଥିବୀରେ ଉଲକାପାତ ଭଳି ସମସ୍ୟା ମାନ ଦେଖାଦେବ ଏବଂ ଯୁଦ୍ଧର ଘନଘଟା ଲାଗିଯିବ । ଏପ୍ରକାର ଭୟଙ୍କର ପରିସ୍ଥିତି ଆମେ 2023-24 ମସିହା ପର୍ଯ୍ୟନ୍ତ ଦେଖିବା ।
ତେର ତିନି ପାଞ୍ଚ ଏକତ୍ର ରହିଲେଲଞ୍ଜା ନକ୍ଷତ୍ର ପଡିବସେ ଦିନ ଦେଶରୁ କଳି ଛାଡି ଯିବଧର୍ମ ଉଦୟ ହୋଇବ ।
ଅର୍ଥାତ 2021 ମସିହାରେ ଆମେ ମାନେ ସମସ୍ତେ ଦେଖିବା ଗୋଟିଏ ଲଞ୍ଜା ନକ୍ଷତ୍ର ପଡିବ ଏବଂ ତାହା ସମୁଦ୍ରରେ ହିଁ ପଡିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।