Odisha News Portal

ମାଳିକାର ବଡ ଭବିଷ୍ୟତବାଣୀ ! ଗୁଆ ଘିଅ ଲାଗିବ ଖଟା , ମହୁ ଲାଗିବ କଷା ପୃର୍ଥିବୀ ହେବ ଧ୍ବଂସ … କଣ ଏହା ସତ ହେବାକୁ ଯାଉଛି କି ?.

0 13

ପ୍ରତ୍ୟକ ଥର ପରି ମହାପୁରୁଷଙ୍କର ସେହି ଠାରଗାରର ଲେଖା ମାଳିକା ଶାସ୍ତ୍ରକୁ ଆମେ ଆପଣଙ୍କ ଠାରେ ଉପସ୍ଥାପନ କରିଥାଉ । ତେବେ ଆଜି ଆମେ ଆପଣଙ୍କୁ ସେହି ମହାପୁରୁଷଙ୍କ ଏମିତି କିଛଇ ଭବିଷ୍ୟ ମାଳିକା ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ମାନେ ପଢି ସାରିବା ପରେ କହିବେ ଯେ ମହାପୁରୁଷଙ୍କର ଲେଖା ସତରେ ଗୋଟିଏ ପରେ ଗୋଟିଏ ସତ୍ୟ ହେବାକୁ ଯାଉଛି, ହେଉଛି ଏବଂ ଆଗକୁ ମଧ୍ୟ ହେବ ।

ମହାପୁରୁଷ କହିଥିଲେ କଳିଯୁଗରେ ଶେଷକାଳରେ ସମସ୍ତେ ଗୁରୁଜନ ମାନଙ୍କୁ ସମ୍ମାନ ଦେବାକୁ ଭୁଲିଯିବେ ଏବଂ ଲଘୁଜନ ମାନଙ୍କୁ ସ୍ନେହ କକିବାକୁ ଭୁଲିଯିବେ । ଆଉ ଲଘୁଜନ ମାନେ ଗୁରୁଜନ ମାନଙ୍କ ମୁହଁରେ ଉତ୍ତର ଦେବାକୁ ବସିବେ । ଆଉ ସାନବଡ ଭିତରେ ଭଲ ସଂପର୍କ ରହିବା ନାହିଁ । ତେବେ ମହାପୁରୁଷ କହିଛନ୍ତି –

ଭାଉଚଜକୁ ନେଇ କରିବେ ଘର , ଗୋଦଣ୍ଡା ଚଷିବେ ଗାଲୁଆ ଚୋର । ଅର୍ଥାତ ଲୋକମାନେ ଏମିତି କାମାନ୍ଧ ହୋଇଯିବେ ଯେ ଭାଉଜ ସମାନ ମାଁଙ୍କୁ ନେଇ ଘର କରିବେ । ଆଉ ଏହାସହିତ ଗାଲୁଆ ମାନେ ଏକାଠି ହୋଇ ଗୋ ସଂପଦକୁ ନଷ୍ଟ କରି ଚାଲିବେ । ଆଉ ଗୋଚାରଣ ଭୂମିରେ ଘର କରିବେ , ମାଫିଆ ମାନେ ସେହି ଗୋଚାରଣ ଭୂମିକୁ ନେଇ ଯିବେ ।

ତେବେ ଜୀବନ ଭିତରେ ଆପଣ ମାନେ ଗୋଟିଏ କଥା ଭଲ ଭବାରେ ମନେ ରଖିଥିବେ ଯେ ତିନି ମାଁ କାନ୍ଦିଲେ ସୃଷ୍ଟିର ବିନାଶ ନିଶ୍ଚିତ ତହେବ । ତିନି ମାଁ କହିଲେ ଗୋଟିଏ ଜନ୍ମଦାତ୍ରୀ ମାଁ , ଆଉ ଜଣେ ଭାରତମାଁ ଅର୍ଥାତ ଆପଣଙ୍କ ଜନ୍ମ ମାଟି, ଏବଂ ଗୋମାତା । ତେଣୁ ଗୋଚାରଣ ଭୂମିକୁ ଆପଣ କେବେ ବି ନଷ୍ଟ କରନ୍ତୁ ନାହିଁ ଏବଂ ଗୋମାତକୁ କେବେ କଂସେଇ ହାତରେ ଦିଅନ୍ତୁ ନାହିଁ ଆପଣ ଯଦି ପ୍ରକୃତ ହିନ୍ଦୁ । ପୁଣି କହିଛନ୍ତି –


ଶାଶୁର ବାଳକୁ ବୋହୂ ଧରିବ , ସେ ଭାରିଜା ଘେନି ପୁଅ ରହିବ ।ଅର୍ଥାତ ବୋହୂ ଏମିତି ହୋଇ ଯିବ ଯେ ଶାଶୁର ବାଳକୁ ଧରିବା ପାଇଁ ମଧ୍ୟ ପଛେଇବନି । ଆଗେ ଚାଲେ ବୋହୂ ଶାଶୁର କଥାରେ ଏବେ ଚାଲେ ବୋହୂ ଶାଶୁର ମଥାରେ । ସମୟ ବଦଳିଯିବ ଶାଶୁର ବାଳକୁ ବୋହୂ ଧରିବ କିନ୍ତୁ ସେହି ବୋହୂକୁ ପୁଅ ସପୋର୍ଟ କରିବ ଏବଂ ସ୍ତ୍ରୀ ସହିତ ରହିବ ।

ଆଉ ଏମିତି ସମୟ ଆସିବ ଯେଉଁ ମାନେ ଆମକୁ ଜ୍ଞାନ ଦେଉଥିଲେ । ଅର୍ଥାତ ବ୍ରାହ୍ମଣ ମାନେ ମଦ୍ୟପାନ କରିବେ । ଆଉ ବେଦରୁ ଉଚ୍ଚରଣ ହେବ ନାହିଁ ବେଦ କୁଆଡେ ଲୁଚିଯିବ । ତେଣୁ କରି ମହାପୁରୁଷ କହିଛନ୍ତି- ସାନ ସାନ ମାନେ ବଡକୁ ମାରିବେ, ଶାଶୁକୁ ମାରିବେ ବୋହୂ । ଗୂଆଧୂତମାନ ଆମ୍ବିଳ ଲାଗିବ , କଷା ଲାଗିବ ଟି ମହୁ । ଅର୍ଥାତ ଗୁରୁଜନ ମାନଙ୍କର ଆକଟ କୁଆଡେ ଲିଭିଯିବ ଏବଂ ଗୁଆଧୂତ ଆମ୍ବିଳ ଲାଗିବ ଏବଂ ମହୁ କଷା ଲାଗିବ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।