Odisha News Portal

ମାଳିକାର ଆଶ୍ଚର୍ଯ୍ୟ ଜନକ ଭବିଷ୍ୟତବାଣୀ ! ଜଳିପୋଡି ପାଉଁଶ ହୋଇଯିବ ସୁନ୍ଦରନଗରୀ ରାଉରକେଲା ଦେଖିବ ସାରା ଦୁନିଆ , ମାଳିକାକଲା ସାବଧାନ…….

ପ୍ରତ୍ୟେକ ଥର ପରି ମହାପୁରୁଷଙ୍କର ସେହି ଠାରଗାର ମାଳିକା ଶାସ୍ତ୍ରକୁ ଆମେ ଆପଣଙ୍କ ପାଖରେ ଆମର ଏହି ଲେଖା ମାଧ୍ୟମରେ ପହଞ୍ଚାଇ ଥାଉ । ତେବେ ସେହି ମାଳିକାର ଶାସ୍ତ୍ରରେ ଆମେ ବିଭିନ୍ନ ସ୍ଥାନ ମାନଙ୍କ କଥା ଆଲୋଚନା କରିଛୁ ସେହି ସ୍ଥାନ ମାନଙ୍କରେ କଣ ଘଟିବ । ଆଉ ଆଜି ଆମେ ଏକ ସ୍ଥାନର ନାଁ ନେଇଛୁ ଯାହାର ନାଁ ହେଉଛି ରାଉରକେଲା ସୁନ୍ଦରଗଡ ଜିଲ୍ଲା । ତେବେ ସେହି ସୁନ୍ଦରଗଡ ଜିଲ୍ଲାକୁ ନେଇ ମହାପୁରୁଷ କଣ କହିଛନ୍ତି ଆଗତ ଭବିଷ୍ୟତ , ବହିର ନାମ ହେଉଛି ସ୍ଥାନତତ୍ବ ନିରୂପଣ । ତେବେ ବଡ଼ ସୁନ୍ଦର ଭାବରେ ମହାପୁରୁଷ କହିଛନ୍ତି ଯେ ଏହି ରାଉରକେଲା ବା ସୁନ୍ଦରଗଡରେ କଣ ହେବ ।

ଅଂଶୁଘାତେ ବହୁ ଜୀବନ ଯିବ,
ରାଉରକେଲାରେ ଅଗ୍ନ ଜଳିବ ।
ସବୁଧର୍ମ ଲୋକ ଏକାଠି ହେବେ,
ବହୁ ଜ୍ଞାନୀଗୁଣି ସେଠି ଜନ୍ମିବେ ।।

ଅର୍ଥାତ ମହାପୁରୁଷ କହୁଛନ୍ତି ସେଠାରେ ଭୟଙ୍କର ଅଂଶୁଘାତ ହେବେ ଏବଂ ସେଥିରେ ହଜାର ହଜାର ଲୋକଙ୍କୁ ପ୍ରାଣହାନୀ ହେବେ । ଏହାସହିତ ରାଉରକେଲା ମାଟିରେ ଅଗ୍ନ ଜଳିବ , ତେବେ ସେ ଅଗ୍ନ ହିଂସାର ଅଗ୍ନିହେଉ କିମ୍ବା ସୂର୍ଯ୍ୟଙ୍କ ରୌଦ୍ରତାପ ବା ଆଉ ଯେକୌଣସି ଅଗ୍ନ ହେଉ କିନ୍ତୁ ସେଠାରେ ଅଗ୍ନ ଜଳିବା କଥା ମାଳିକାରେ ଲେଖା ହୋଇଛି । ଏହାସହିତ ସବୁ ଧର୍ମର ଲୋକମାନେ ସେଠାରେ ଏକାଠି ହେବେ ଏବଂ ବହୁ ଜ୍ଞାନୀ, ସାଧୁ, ପଣ୍ଡିତ ମାନେ ସେହି ମାଟିରେ ଜନ୍ମ ଗ୍ରହଣ କରିବେ । ପୁଣି କହୁଛନ୍ତି –

ମହାଯଜ୍ଞ ହେବ ପୁଣି ସେଠାରେ
ସାଧୁମେଳା ପୁଣି ବେଦବ୍ୟାସରେ ।

ଅର୍ଥାତ ସେହି ଜାଗାରେ ପୂର୍ଣ୍ଣକୁମ୍ଭ ଅନୁଷ୍ଠିତ ହେବ । ବିଶ୍ବର ସମସ୍ତ ସାଧୁସନ୍ଥ ଏକାଠି ହେବେ , ପୁନଶ୍ଚ ବିଶ୍ବ ଦରବାର ଦେଖିଲା ଭଳି ସାଧୁସନ୍ଥ ମାନେ ଆସି ଯଜ୍ଞ କରିବେ । କଳିର ବିପତ୍ତିକୁ ନାଶ କରିବା ପାଇଁ ଏହି କାର୍ଯ୍ୟ ଅନୁଷ୍ଠିତ ହେବେ । ତତସହିତ ରାଉରକେଲା ର ବେଦବ୍ୟାସରେ ମାହପ୍ରଭୁଙ୍କର ସାଧୁମେଳା ହେବ ଏବଂ ସେହି ଦିବ୍ୟ ସାଧୁସନ୍ଥମାନେ ଆସି ଯଜ୍ଞ ଆରମ୍ଭ କରିବେ ।

ମାତା ବୈଷ୍ଣଦେବୀ କୃପା ଅପାର
ତାଙ୍କୁ ସେବୁଥିବେ ଭକତ ନର ।।

ତେବେ ମାତା ବୈଷ୍ଣ ଦେବୀ ଭକ୍ତ ମାନଙ୍କୁ କୃପା କରିବେ , ଏହା ହେଉଛନ୍ତି ସୁନ୍ଦରଗଡର ବୈଷ୍ଣବ ଦେବୀ ଏବଂ ତାଙ୍କୁ ସେବୁ ଥିବେ ଭକତ ନର । ମାତୃ କୃପାରେ ଶକ୍ତି ହୀନ ହେବେନି ମଣିଷ, ଅପାର କୃପା କରିବେ । ଆଉ ସବୁଠୁ ବଡ କଥା ରାଉରକେଲାକୁ ଯିଏ ଆଶା ନେଇ ଯାଇଛି , ରାଉରକେଲା ତାକୁ କେବେ ହେଲେ ନିରାଶ କରି ନାହିଁ । ଅନେକ ସମୃଦ୍ଧି ହୋଇଛି ସେଠାରେ , ଅନେକ ଦୁଃଖ ସେଠାରେ ସୁଖରେ ବଦଳି ଯାଇଛି । ରାଉରକେଲା ମାଟିର ଗର୍ବ ଗୌରବ ଆପଣ ମାନେ ସେଠାକୁ ଥରେ ଗଲେ ନିଶ୍ଚିତ ଭାବରେ ଜାଣି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।