ପ୍ରତ୍ୟେକ ଥର ପରି ଛଅ ଶହ ବର୍ଷ ତଳର ଆଗତ ଭବିଷ୍ୟତ ମହାପୁରୁଷଙ୍କର ସେହି ଠାରଗାରର ମାଳିକାଶାସ୍ତ୍ରକୁ ଆମେ ଆପଣଙ୍କ ପାଖରେ ପହଞ୍ଚାଇଥାଉ । ତେବେ ପ୍ରତ୍ୟେକ ଥର ପରି ମହାପୁରୁଷଙ୍କର କିଛି ଲେଖା ବା ଭବିଷ୍ୟତ ମାଳିକାକୁ ଆପଣ ମାନଙ୍କ ଆଗରେ ରଖିବୁ । ଯାହା ଗୋଟିଏ ପରେ ଗୋଟିଏ ସତ୍ୟ ହୋଇଛି । ଆଉ ଆପଣ ମାନେ ଏହି ମାଳିକା ଶୁଣି ସାରିବା ପରେ ନିହାତି କହିବେ ପ୍ରତ୍ୟେକ ଥର ଏ ମାଳିକାର ସତ୍ୟ ଆଉ ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ,ସେ ଦିବ୍ୟବାଣୀ ସତ୍ୟ ହୋଇ ଚାଲିଛି ।
ମହାପୁରୁଷ ଛଅଶହ ବର୍ଷ ତଳେ କହିଥିଲେ ଏମିତି ଏକ ସମୟ ଆସିବ ଯେଉଁ ସମୟ ଭିତରେ ଯେ ସମସ୍ତେ କଳି ଯୁଗ ଭିତରେ ଅନ୍ୟକୁ ତଥା ଗୁରୁଜନ ମାନଙ୍କୁ ସମ୍ମାନ ଦେବାକୁ ଭୁଲିଯିବେ । ଲଘୁଜନ ଗୁରୁଜନଙ୍କ ମୁହଁରେ ଉତ୍ତର ଦେବାକୁ ବସିବେ . ତେବେ ଆପଣ ମାନେ ବିଚାର କରିବେ ଏମିତି ସମୟ ଆସିବ ଯେଉଂ ସମୟରେ ସାନ ବଡକୁ ମାନ୍ୟତା ଦେବେ ଭୁଲିଯିବେ ।
ଭାଉଜକୁ ନେଇ କରିବେ ଘର
ଗୋଦଣ୍ଡା ଚଷିବେ ଗାଲୁଆ ଚୋର ।
ଅର୍ଥାତ ଲୋକେ ଏମିତି କାମାନ୍ଧ ହୋଇଯିବେ ଯେ ଯେଉଁ ଭାଉଜ ଆମର ମାତୃ ସମାନ ତାଙ୍କୁ ନେଇ ଘର କରିବେ ଆଉ ଗୋଦଣ୍ଡା ଚଷିବେ ଗାଲୁଆ ଚୋର ଅର୍ଥାତ ଗାଲୁଆ ମାନେ ଏକାଠି ହୋଇକି ଗୋଦଣ୍ଡା ବା ଗୋ ସଂପଦକୁ ନଷ୍ଟ କରି ଚାଲିବେ । ଆଉ ଗୋଚାରଣ ଭୂମିରେ ଘର କରିବେ ଏବଂ ଜମି ମାଫିଆ ମାନେ ମଧ୍ୟ ତାକୁ ନେଇଯିବେ । ଜୀବନ ଭିତରେ ଆମେ ଆପଣଙ୍କୁ ଆଗରୁ ବି କହିଛୁ ଯେ ତିନୋଟି ମାଁ କାନ୍ଦିଲେ ସୃଷ୍ଟି ଧ୍ବଂସ ହୋଇଯାଏ । ଗୋଟିଏ ଜନ୍ମଦାତ୍ରୀ ମାଁ , ମାତୃଭୂମି ମାଟି ମାଁ ଆଉ ଗୋ ମାଁ । ପୁଣି କହିଛନ୍ତି ମହାପୁରୁଷ-
ଶାଶୁର ବାଳକୁ ବୋହୂ ଧରିବ ସେ ଭାରିଜା ଘେନି ପୁଅ ରହିବ ।
ଅର୍ଥାତ ଶାଶୁର କେଶକୁ ବୋହୂ ଧରିବ , ବୋହୂ ଏମିତି ହୋଇଯିବ ଯେ ଶାଶୁ ଯିଏ ମାଁ ସମାନ ତାହାର ବାଳକୁ ଧରିବ . ତେବେ ଶୁଣିଥିବେ ଆଗେ ଚାଲେ ବୋହୂ ଶାଶୁର କଥାରେ, ଏବଂ ଚାଲେ ବୋହୂ ଶାଶୁର ମଥାରେ । ଅର୍ଥାତ ସମୟ ବଦଳିଯିବ ଶାଶୁର ବାଳକୁ ବୋହୂ ଧରିବ କିନ୍ତୁ ପୁଅ ତାକୁ ସପୋର୍ଟ କରିବ ଏବଂ ମାଁକୁ ଆକଟ କରିବ । ଅର୍ଥାତ ସ୍ତ୍ରୀ ଶହେ ପଦ କହିଲେ ସ୍ବାମୀ ସହିବ କିନ୍ତୁ ମାଁ ପଦେ କଥା କହିଲେ ପୁଅର ରାଗ ପଶିଯିବ । ଆହୁରି ମଧ୍ୟ ମହାପୁରୁଷ ଲେଖିଛନ୍ତି –
ସାନ ସାନ ମାନେ ବଡକୁ ମାରିବେ , ଶାଶୁକୁ ମାରିବେ ବୋହୂ । ଗୁଆଘୃତ ମାନ ଆମ୍ବିଳ ଲାଗିବ. କଷା ଲାଗିବଟି ମହୁ ।।
ଅର୍ଥାତ ଏମିତି ସମୟ ଆସିବ ଯେଉଁ ସମୟରେ ସାନ ତଥା ଆମର ଲଘୁଜନ ମାନେ ଆଉ ଗୁରୁଜନ ମାନଙ୍କୁ ମାନିବେ ନାହିଁ ଏବଂ ସେମାନେ ବଡ ତଥା ଗୁରୁଜନ ମାନଙ୍କୁ ମାଡ ମାରିବା ପାଇଁ ମଧ୍ୟ ପଛଘୁଞ୍ଚା ଦେବେ ନାହିଁ । ତେବେ ଅଚ୍ୟୁତାନନ୍ଦ ମହାପୁରୁଷ ଯାହା ବି ଲେଖିଛନ୍ତି ତାହା ଗୋଟିଏ ପରେ ଗୋଟିଏ ସତ୍ୟ ହୋଇଯାଉଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।