Odisha News Portal

ମାସ୍କ ପିନ୍ଧୁ ନଥିଲେ ସାବଧାନ ! ପୁଣି ସରକାରଙ୍କର ନୂଆ ନିୟମ । ମାସ୍କ ନ ପିନ୍ଧିଲେ 2000 ଟଙ୍କା ଦେବେ ଜୋରିମାନା

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ବଡ ଖବର ବିଷୟରେ କହିବୁ ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ତେବେ କଥାଟି ହେଉଛି କରୋନାକୁ ନେଇ କରି , କାରଣ ଆପଣ ମାନେ ତ ଜାଣିଛନ୍ତି କି ଏବେ କରୋନାର ସ୍ଥିତି ସାରା ଦେଶରେ କହିବାକୁ ଗଲେ ସାରା ବିଶ୍ୱରେ ଲୋକମାନଙ୍କୁ ବହୁତ ଚିନ୍ତାରେ ପକେଇ ଦେଇଛି । ସେହିପରି ଭାରତରେ ମଧ୍ୟ କରୋନାର ସ୍ଥିତି ବହୁତ ମାତ୍ରାରେ ଦେଖିବାକୁ ମିଲିଛି । ତେବେ ଏହି ସ୍ଥିତିରେ ଟିକେ ସୁଧାର ଆସିଥିଲେ ମଧ୍ୟ ଏବେ ସେହି ସ୍ଥିତିରେ ପୁଣି ଥରେ କୋରନାର ପ୍ରଭାବ ବଢିବାରେ ଲାଗିଛି ।

ତେଣୁ ଏହି ସ୍ଥିତିକୁ ଲକ୍ଷ୍ୟ ସରକାର ଏକ ବହୁତ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତେବେ ଯଦି ଆପଣ ମାନେ ଏହି କରୋନା ପାଇଁ ମାକ୍ସ ପରିଧାନ ନକରନ୍ତି ତେବେ ଆପଣ ମାନଙ୍କୁ 2 ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ତେବେ କେଉଁ ସ୍ଥାନରେ ଏହି ଘଟଣା ଘଟିଛି ଆସନ୍ତୁ ଜାଣିବା ସେ ବିଷୟରେ ।

ତେବେ ଭାରତର ଦିଲ୍ଲୀ ସହରରେ କରୋନାର ସ୍ତିତି ଏବେ ଅସମ୍ଭାଳ କରିଦେଇଛି ସେଥିପାଇଁ କରୋନା ସଂକ୍ରମଣ ବଢୁଥିବା ର ଦେଖି ମାସ୍କ ପିନ୍ଧିବା ଉପରେ କଟକଣା ଜାରି କରିଛନ୍ତି ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗତ 24 ଘଣ୍ଟା ମଧ୍ୟରେ 131 ଜଣଙ୍କ ଜୀବନ ଯାଇଥିବା ବେଳେ 7486 ନୂଆ ସଂକ୍ରମଣ ମାମଲା ସାମ୍ନା କୁ ଆସିଛି। ଦିଲ୍ଲୀ ରେ ଗୋଟିଏ ଦିନ ରେ କରନା ରେ ଦିଲ୍ଲୀ ରେ ଯେତିକି ଜଣଙ୍କ ର ମୃତ୍ୟୁ ହୋଇଛି ତାହା ଗତ ସବୁ ରେକର୍ଡ କୁ ଭାଙ୍ଗି ଦେଇଛି ।

ବର୍ତ୍ତମାନ ସୁଦ୍ଧା କରନା ସଂକ୍ରମଣ ରେ 7943 ଜଣଙ୍କ ର ମୃତ୍ୟୁ ହୋଇ ସାରିଛନ୍ତି । ତେବେ ଦିଲ୍ଲୀ ସରକାର କହିଛନ୍ତି ଏହା ବହୁତ୍ କଠିନ ମୁହୂର୍ତ୍ତ ଅଟେ ଦିଲ୍ଲୀ ବାସୀ ମାନଙ୍କ ପାଇଁ । ଦିଲ୍ଲୀ ରେ ବହୁତ୍ ଲୋକ ମାସ୍କ ପିନ୍ଧୁଥିବା ସତ୍ୱେ ଅନେକ ଲୋକ ମାସ୍କ ପିନ୍ଧି ନାହାନ୍ତି। ତେଣୁ ସେହି ଲୋକ ମାନଙ୍କୁ ମାସ୍କ ପିନ୍ଧେଇବା ପାଇଁ ଏହି ନିୟମ ଲାଗୁ କରାଯାଇଛି ।

ଆଗରୁ ମାସ୍କ ନପିନ୍ଧିଲେ 500 ଟଙ୍କା ଜୋରିମାନା ଦେବା ପାଇଁ ପଡୁ ଥିଲା କିନ୍ତୁ ବର୍ତ୍ତମାନ ଏହାକୁ ବଢାଇ 2000 ଟଙ୍କା କରାଯାଇଛି ଯାହା ଦ୍ଵାରା ଲୋକ ମାନେ ମାସ୍କ ପିନ୍ଧିବାକୁ ଗୁରୁତର ଭାବେ ନେବେ। ମାକ୍ସ ପିନ୍ଧିବା ସହ ସାନିଟାଇଜ ହେବା ସାମାଜିକ ଦୂରତା ପ୍ରତି ଧ୍ୟାନ ଦେବାକୁ ସରକାର ପରାମର୍ଶ ପ୍ରଦାନ କରିଛନ୍ତି । ରାଜଧାନୀ ରେ ସ୍ଥିତି ଅଣାୟତ୍ତ ଥିବାରୁ ଏହି ପରି ନିଷ୍ପତି ନିଆ ଯାଉଛି ।

ଏହି ବିଷୟକୁ ନେଇ ଦିଲ୍ଲୀର ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ସିଶୋଦିଆ କହିଛନ୍ତି କରନା ସଂକ୍ରମଣ କୁ ଆଖିରେ ରଖି ଦିଲ୍ଲୀ ସରକାର ଦିଲ୍ଲୀ ର ବଜାର ସହର ବନ୍ଦ ରଖିବା ପାଇଁ କେନ୍ଦ୍ର କୁ ପ୍ରସ୍ତାବ ଦେଇଛନ୍ତି । ମାତ୍ର ତାଙ୍କର ଏହି କଥାକୁ କଂଗ୍ରେସ ବହୁତ ମାତ୍ରାରେ ବିରୋଧ କରିଛି ଏବଂ ବିଜେପି ସରକାର ମଧ୍ୟ କହିଛି କି କରୋନା ପାଇଁ ଦିଲ୍ଲୀ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିନାହାନ୍ତି । 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।