Odisha News Portal

ମହିଳାଙ୍କୁ ରାତିସାରା ଦୁଷ୍କର୍ମ କଲେ ୪ ଯୁବକ, କାମୁଡ଼ି ଛିଣ୍ଡାଇ ଦେଲେ ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗକୁ, ଆଉ ତାପରେ..

ପୁଣି ଦେଖିବାକୁ ମିଳିଲା ଆଉ ଏକ ନିନ୍ଦନୀୟ ଘଟଣା। ଯାହା ପୁଣିଥରେ ଏକ ଲଜ୍ୟା ଜନକ ସ୍ଥିତି ସୃଷ୍ଟି କରିଛି। ଆଜିର ସମାଜ ଯେ କେତେ କଳୁଷିତ ହୋଇ ଯାଉଛି ତାହା ଏହିଭଳି କିଛି ଘଟଣାରୁ ପ୍ରମାଣ ମିଳୁଛି।ସତେ ଯେମିତି ସମାଜରେ ଦୁଷ୍କର୍ମ ଏକ ମହାମାରୀ ହୋଇ ସଂକ୍ରମିତ କରିବାରେ ଲାଗିଛି। ଯେଉଁଥିରେ ବଳି ପଡୁ ଛନ୍ତି ଅଗଣିତ ନାବାଳିକା, ଯୁବତୀ ଏବଂ ମହିଳା ମାନେ।ପୀଡ଼ିତା ଏବଂ ସୈତାନ ଭଳି ଶବ୍ଦ ଦ୍ବାରା ପୂର୍ଣ୍ଣ ହେଉଛି ପ୍ରତିଦିନର ଖବର କାଗଜ ପୃଷ୍ଠା। ମହମବତୀ ଶୋଭାଯାତ୍ରା ଭିତରେ ନ୍ୟାୟ ପାଇଁ ସ୍ୱର ତ ଉଠୁଛି ହେଲେ ସମୟ ଚକ୍ରରେ ତାହା ଶୀଘ୍ର ମଳିନ ବି ପଡି ଯାଉଛି।ଆଉ ମିଛ ସତର ସାବୁନ୍ ରେ ଗାଧୋଇ ପଡୁଛି ସୈତାନ।

ଏହିଭଳି ନିନ୍ଦନୀୟ ଘଟଣାର ଶିକାର ହେବା ପରେ ନ୍ୟାୟ ପାଇବାର ଆଶା ଆଉ ସମାଜର କଟୁ କଥାର ଦମ୍ଭ ପୀଡ଼ିତା କୁ ପ୍ରତିଦିନ ଅଭିଶପ୍ତ ଜୀବନ ଜିଇଁବାକୁ ବାଧ୍ୟ କରୁଛି । କେଉଁଠି ପରିବାର ର ପ୍ରତିଜ୍ଞା ଆଗରେ ମୁଣ୍ଡ ନୁଆଁଉଛି ନ୍ୟାୟ ତ ଆଉ କେଉଁଠି କାଗଜ ପତ୍ର ର ବିଡା ଭିତରେ ନ୍ୟାୟ ବେକରେ ବନ୍ଧା ହେଉଛି ଏକ ଶକ୍ତ ଫିତା। ସେପଟେ ଆଇନ୍ ର ଗଳା ବାଟ କୁ ଆପଣେଇ ସୈତାନ୍ ଏବଂ ଦୁଷ୍କର୍ମ କାରୀ ମାନେ ଖସି ଯିବାକୁ ପ୍ରୟାସ କରୁଥିବା ବେଳେ କିନ୍ତୁ ସବୁ ସମୟରେ ସଫଳ ହୋଇ ନପାରୁ ଥିଲେ ବି ଅଧିକାଂଶ କ୍ଷେତ୍ରରେ ସେମାନେ ବେଶ୍ ଏହାର ଫାଇଦା ଉଠାଇ ପାରୁଛନ୍ତି। ଯାହା ପୀଡ଼ିତା କୁ ଦେଉଛି ଆହୁରି ଅଧିକ କଷ୍ଟ।

ତେବେ ଅକ୍ଷମଣୀୟ ଅପରାଧ ସଦୃଶ ଏହିଭଳି କଳା କାରନାମା ପାଇଁ ସେହିଭଳି ଶକ୍ତ ଆଇନ୍ କାନୁନ୍ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ର ନିୟାମକ ନଥିବାରୁ ଅପରାଧୀ ଆଜି ଲଗାମ ଛଡ଼ା ହୋଇ ବୁଲୁଛି। ସେହିପରି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲାର ଚାନ୍ଦିପୁର ନାଉପାଳଗଡି ଅଞ୍ଚଳରେ।ଏଠାରେ ଦୁଷ୍କର୍ମ କାରୀ ମାନେ ଜଣେ ମହିଳାଙ୍କୁ ଘରୁ ଟେକି ନେଇ ଏକ ପରିତ୍ୟକ୍ତ ସ୍ଥାନରେ ଦୁଷ୍କର୍ମ କରିଛନ୍ତି। ସୂଚନା ଅନୁସାରେ ଏହି ମହିଳା ଙ୍କୁ ୫ ରୁ ୬ ଜଣ ଦୁର୍ବୃତ୍ତ ଟେକି ନେଇ ଅତି ଅମାନୁଷିକ ଭାବରେ ଜଣେ ପରେ ଜଣେ ଗଣ ଦୁଷ୍କର୍ମ କରିଥିଲେ। ଆଉ ରାକ୍ଷସ ମାନଙ୍କର ଏହି କାରନାମା ରେ ଅତିଷ୍ଟ ହୋଇ ମହିଳା ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହୋଇ ପଡିଥିଲା।

ପରେ ଉକ୍ତ ମହିଳାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରାଯାଉଛି। ନିଜେ ପୀଡ଼ିତା ଜଣଙ୍କ ଏହି ଅମଣିଷ ମାନଙ୍କ ଉପରେ ଅଭିଯୋଗ ଆଣିଛନ୍ତି ଏବଂ ସେମାନେ କେଉଁ ଭଳି ଭାବରେ ହରକତ ତାଙ୍କ ସହ କରିଥିଲେ, ତାଙ୍କୁ କାମୁଡି କ୍ଷତ ବିକ୍ଷତ କରିଥିଲେ ତାହା ଅଭିଯୋଗ ରେ ଉଲ୍ଲେଖ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।