Odisha News Portal

ଦେଖନ୍ତୁ ଭିଡ଼ିଓ – ମହିଳାଙ୍କୁ ଘରୁ ଭିଡ଼ି ଆଣି ନିସ୍ତୁକ ପିଟିଲେ ପଡୋଶୀ ଭିଡ଼ିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ….

କି ମହିଳା କି ପୁରୁଷ, ସମସ୍ତେ ଏବେ ପାଲଟି ଗଲେଣି ନୃଶଂସ। କଥା କଥାରେ ହାତ ଉଠୁଛି ଆଉ ଅସ୍ତ୍ର ବୁଲୁଛି। କେହି କାହାକୁ ମାନିବାକୁ କିମ୍ବା ସମ୍ମାନ ଦେବାକୁ ନାରାଜ। ଆଜିର ଏହି ସଭ୍ୟ ଶିକ୍ଷିତ ସମାଜରେ ବେଳେବେଳେ ଏମିତି ଲଜ୍ୟାଜନକ ଘଟଣା ମାନ ଘଟୁଛି ଯାହା ବାସ୍ତବରେ ନିନ୍ଦନୀୟ ଏବଂ ପରିତାପ ର ବିଷୟ। ବର୍ତ୍ତମାନର ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଏବଂ ନିୟମରେ କଡ଼ା କଡ଼ି ହେବା ପରେ ମଧ୍ୟ କମୁନାହିଁ କିଛି ଅସଭ୍ୟ,ଅଭଦ୍ର ବ୍ୟକ୍ତି ମାନଙ୍କର ମନ୍ଦ ବୃତ୍ତି ଏବଂ ହୀନ କାର୍ଯ୍ୟ। ଯେତେ ଆଇନ୍ ର ଡର ଦେଖାଇଲେ କଣ ହେବ ଯଦି ମଣିଷ ଏଥିପାଇଁ ସଚେତନ ନହୁଏ କିମ୍ବା ନିଜର ନୈତିକତା କୁ ବଦଳାଇବା କୁ ଚେଷ୍ଟା ନକରେ ତେବେ ଲାଭ କଣ।

ତେବେ ଏସବୁ କଥାକୁ ନେଇ ମନରେ ଏହା ପ୍ରଶ୍ନ ଉଠେ ଯେ କଣ ସତରେ ସଭ୍ୟ ଶିକ୍ଷିତ ସମାଜର ଏହା ହେଉଛି ବାସ୍ତବ ରୂପ ରେଖ? ମଣିଷ କଣ ମାନବିକତା କୁ ଭୁଲି, ମଣିଷ ପଣିଆ କୁ ଭୁଲି ଏତେ ତଳକୁ ଖସି ଯାଇ ପାରେ, କଣ ବଦଳିନି ଆଜିବି ମଣିଷର ନିମ୍ନ ମାନସିକତା? ଏହା ଏବେ ସମାଜର ବହୁତ ବଡ଼ ପ୍ରଶ୍ନ ପାଲଟିଛି।ତେବେ ବନ୍ଧୁଗଣ ବେଳେବେଳେ ଏହି ସମାଜରେ ଆମେ ଏମିତି କିଛି ଘଟଣା ସମ୍ପର୍କରେ ଆସିଥାଉ, ଆପଣଙ୍କ ଆଖପାଖରେ ବି ଏମିତି ଘଟିଥାଇ ପାରେ ଯାହା ଆମକୁ ଲଜ୍ୟା ବୋଧ କରାଇଥାଏ। ଆଉ ଏହା ଭାବିବାକୁ ବାଧ୍ୟ କରିଥାଏ ଯେ ସତରେ କଣ ବଦଳି ଯାଇଛି ଏହି ଦୁନିଆ। ଏତେ ନୃଶଂସ ମଣିଷ ହୋଇ ଯାଇ ପାରେ ସାମାନ୍ୟ କଥାକୁ ନେଇ।

ଆମେ କହିବାକୁ ଯାଉଥିବା ଘଟଣାଟି ହେଉଛି ରାଜଧାନୀ ଭୁବନେଶ୍ବର ର ସାଲିଆସାହି ର ତାରିଣୀ ବସ୍ତି ଅଞ୍ଚଳର। ଏଠାରେ ଜଣେ ମହିଳାଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ ର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। କଥା କଥା କେ ମହିଳାଙ୍କୁ ଘରୁ ଭିଡ଼ି ଆଣି ନିସ୍ତୁକ ପିଟିଲେ ପଡୋଶୀ ରେ ରହୁଥିବା ପୁରା ପରିବାର, ଆଉ ଅନ୍ୟ ମାନେ ଠିଆ ହୋଇ ଦେଖିଲେ ତମାସା। କେହି ବି ମହିଳାଙ୍କୁ ସାହାଯ୍ୟ କରିବାକୁ ସେଠାକୁ ଗଲେ ନାହିଁ। ନିଜର ସୁରକ୍ଷା ପାଇଁ ମହିଳା ଜଣଙ୍କ ପାଟି କରି ଡାକୁଥିଲେ ମଧ୍ୟ କେହି ବି ତାଙ୍କ ପାଖକୁ ଯାଇ ନଥିବା ବିଡମ୍ବନା ର ବିଷୟ।

ଶେଷରେ ବିଧା, ଗୋଇଁଠା, ଚାପୁଡ଼ା, ଚୁଟି ଟାଣି ମାଡ଼ ମାରିବା ଭଳି ଆକ୍ରମଣର ଶିକାର ହେଲେ ମହିଳା ଜଣଙ୍କ। ମାଡ଼ ମାରିଥିବା ମହିଳାଙ୍କ ଘରେ କଦଳୀ କାନ୍ଧି ପଡି ତାଙ୍କ କାନ୍ଥ ଓ ଆଜବେଷ୍ଟସ ଭାଙ୍ଗିଯିବା ନେଇ ସେ ପଡୋଶୀ ଘରକୁ ଏ ବିଷୟରେ କହିଥିଲେ ଏବଂ ଏଜବେଷ୍ଟସ ଉପରୁ ଏହାକୁ କାଟି ନେଇ ଯିବାକୁ କହିଥିଲେ।ଏହି କଥାକୁ କେନ୍ଦ୍ରକରି ପୁରା ପରିବାର ମହିଳାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିବା ପରେ ମହିଳା ଜଣଙ୍କ ଥାନାରେ ଏତଲା ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।