ଶିକ୍ଷିତ ଯୁବପିଢୀ ମାନଙ୍କ ପାଇଁ ଯେପରି ସେମାନଙ୍କ ପୁସ୍ତକରେ ଥିବା ପାଠ ଜାଣିବା ଜରୁରୀ ଠିକ ସେହିପରି ଧାର୍ମ ବିଷୟରେ ମଧ୍ୟ କିଛି ଜାଣିବା ଅତ୍ୟନ୍ତ ଜରୁରୀ । କାରଣ ଅନେକ ଇଣ୍ଟରଭ୍ୟୁରେ ଧର୍ମ ଶାସ୍ତ୍ର ସମ୍ୱନ୍ଧୀୟ ପ୍ରଶ୍ନ ଗୁଡିକ ପଚାରା ଯାଇଥାଏ । ଅନେକ ପିଲାମାନେ ଏହାର ଉତ୍ତର ଜାଣି ନଥିିବାରୁ ସେମାନଙ୍କୁ ସୁଯୋଗ ମିଳି ନଥାଏ । ତେଣୁ ଆଜି ଆମେ ଜାଣିବା ମହାଭାରତ ସମ୍ୱନ୍ଧୀୟ କେତେକ ପ୍ରଶ୍ନ ଉତ୍ତର ବିଷୟରେ ।
1 କେଉଁ ଯୁଗରେ ବିଷ୍ଣୁ ରାମଙ୍କ ଅବତାର ଧାରଣ କରିଥିଲେ ?
ଉତ୍ତର – ତ୍ରେତୟା ଯୁଗ ।
2 ଇନ୍ଦ୍ରଙ୍କ ବାହାନ କିଏ ?
ଉତ୍ତର – ଐରାବତ ହସ୍ତୀ ।
3 ପୁରାଣରେ ଅସୁର ମାନଙ୍କ ଗୁରୁ କିଏ ?
ଉତ୍ତର – ଶୁକରାଚାର୍ଯ୍ୟ ।
4 କେଉଁ ଦେବତାଙ୍କ ରଥ ସାତୋଟି ଘୋଡାଙ୍କ ଦ୍ୱାରା ଟାଣ ହୁଏ ?
ଉତ୍ତର – ସୂର୍ଯ୍ୟ ।
5 ସଂଜୀବିନୀ କିଏ ଉଦ୍ଭାବନ କରିଥିଲେ ?
ଉତ୍ତର – ଶୁକରାଚାର୍ଯ୍ୟ ।
6 ପ୍ରହଲ୍ଲାଦ ଙ୍କ ପିତାଙ୍କ ନାମ କଣ ?
ଉତ୍ତର – ହିରଣ୍ୟ କଶିପୁ ।
7 ଶ୍ରୀକୃଷ୍ଣ କେଉଁ ଯୁଗରେ ଜନ୍ମ ଗ୍ରହଣ କରିଥିଲେ ?
ଉତ୍ତର – ଦ୍ୱାପର ।
8 ରାମଙ୍କ ଗୁରୁ କିଏ ?
ଉତ୍ତର – ବିଶ୍ୱାମିତ୍ର ।
9 ଶ୍ରୀକୃଷ୍ଣଙ୍କ ଗୁରୁ କିଏ ଥିଲେ ?
ଉତ୍ତର – ସନ୍ଦିପନି ।
10 ଭରତଙ୍କ ପତ୍ନୀଙ୍କ ନାମ କଣ ?
ଉତ୍ତର – ମାଣ୍ଡବୀ ।
11 ବିଷ୍ଣୁ କେଉଁଠି ବାସ କରନ୍ତି ?
ଉତ୍ତର – ବୈକୁଣ୍ଠରେ ।
12 କୈଳାସ ପର୍ବତରେ କିଏ ରୁହନ୍ତି ?
ଉତ୍ତର – ଶିବ ।
13 ବ୍ରହ୍ମା କେଉଁଠି ବାସ କରନ୍ତି ?
ଉତ୍ତର – ସତ୍ୟଲୋକରେ ।
14 କେଉଁ ହିନ୍ଦୁ ଦେବତା ସବୁବେଳେ ଜୋତା ପିନ୍ଧିଥାନ୍ତି ?
ଉତ୍ତର – ସୂର୍ଯ୍ୟ ଦେବତା ।
15 ରୁକ୍ମଣୀ କାହାର ପତ୍ନୀ ?
ଉତ୍ତର – ଶ୍ରୀକୃଷ୍ଣଙ୍କ ।
16 ଦଶରଥଙ୍କ ତିନି ରାଣୀଙ୍କ ନାମ କଣ ଥିଲା ?
ଉତ୍ତର – କୌଶଲ୍ୟା , କୈକେୟୀ ଏବଂ ସୁମିତ୍ରା ।
17 ଜଙ୍ଗଲରେ 14 ବର୍ଷ ବନବାସ ସମୟରେ ରାମ , ଲକ୍ଷ୍ମଣ ଓ ସୀତାଙ୍କ ସାଙ୍ଗେ କିଏ ଯାଇଥିଲେ ?
ଉତ୍ତର – ସୁମନ୍ତ ।
18 ଉର୍ମିଳା କହାଙ୍କ ପତ୍ନୀ ?
ଉତ୍ତର – ଲକ୍ଷ୍ମଣଙ୍କ ।
19 ସମୁଦ୍ର ପାର ହେବାପାଇଁ ହନୁମାନ କେଉଁଠାରୁ ଡିଆଁ କରିଥିଲେ ?
ଉତ୍ତର – ମହେନ୍ଦ୍ର ପର୍ବତରୁ ।
20 ରାମଙ୍କ ସୈନ୍ୟ ଲଙ୍କା ଯିବା ପାଇଁ କିଏ ପୋଲ ତିଆରି କରିଥିଲେ ?
ଉତ୍ତର – ବିଶ୍ୱକର୍ମାଙ୍କ ପୁତ୍ର ନଳ ।
21 ହନୁମାନଙ୍କ ପିତାଙ୍କ ନାମ କଣ ?
ଉତ୍ତର – ପବନ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।