ମହାମୃତ୍ୟୁଞ୍ଜୟ ମନ୍ତ୍ର ମହାମନ୍ତ୍ର ଅଟେ , ଏହି ମନ୍ତ୍ର ଦ୍ୱାରା ଆମେ ଶିବଙ୍କୁ ଆରଧନା କରିଥାଉ । ଏହି ମନ୍ତ୍ରକୁ ସଞ୍ଜିବନି ମନ୍ତ୍ର ମଧ୍ୟ କୁହନ୍ତି , ଏହା ଅତ୍ୟନ୍ତ ପ୍ରଭାବଶାଳୀ ମନ୍ତ୍ର ଅଟେ । ଏହି ମନ୍ତ୍ରକୁ ପ୍ରତିଦିନ ପ୍ରଭାତରୁ ବିଛଣାରୁ ଉଠି ଆଖି ଖୋଲିବା ପରେ ପ୍ରଥମେ 3 ଥର ଜପ କରି ନିଅନ୍ତୁ । ଉଚ୍ଚାରଣ ପୂର୍ବକ ବା ମନ ପୂର୍ବକ ଜପ କରନ୍ତୁ , ଏହାର ଉଚ୍ଚାରଣରେ ଉତ୍ପନ୍ନ ହେଉଥିବା ଧ୍ୱନିର କମ୍ପନରେ ଶରୀରର ଚାରିପାଖରେ ଦୈବୀଶକ୍ତିର ସୁରକ୍ଷା କବଚ ନିର୍ମିତ ହୋଇଥାଏ ।
ତେବେ ସେହି ମହାମୃତ୍ୟୁଞ୍ଜୟ ମନ୍ତ୍ରଟି ହେଉଛି , ଓଁ ତ୍ରୟମ୍ୱକମ୍ ୟଜାମହେ ସୁଗନ୍ଧିଂ ପୁଷ୍ଟି ବର୍ଦ୍ଧନମ୍ ଉର୍ବାରୁକମିବ ବନ୍ଧନାତ୍ ମୃତ୍ୟେର୍ମୁକ୍ଷୀୟ ମାମୃତାତ୍ । ଏହି ମନ୍ତ୍ରର ପ୍ରତିଦିନ ଜପ କରୁଥିବା ମଣିଷର କେବେ ମଧ୍ୟ ଦୁର୍ଘଟଣା ହୋଇ ନଥାଏ । ପ୍ରତିଦିନ ପ୍ରଭାତରେ ଏହି ମନ୍ତ୍ରର କେବଳ ଜପ କରିବାର ଅଭ୍ୟାସ କରନ୍ତୁ , ଏହା ଦ୍ୱରା କେବେ ମଧ୍ୟ ଅକାଳ ମୃତ୍ୟୁ ହୋଇ ନଥାଏ । ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ ଆମ ଚାରିପାଖ ର ପରିବେଶ ରେ ପ୍ରଭାବ ପକାଇଥାଏ । ଆମ ଶରୀରର ଚାରିପାଖରେ ଏକ ଅଦୃଶ୍ୟ ଶକ୍ତିର ଘେର ବନାଇ ଥାଏ ।
ଯେକୌଣସି ଶତ୍ରୁର ଆକ୍ରମଣରେ ଜୀବନର ଯେକୌଣସି ସଙ୍କଟରେ ଏହି ମନ୍ତ୍ର ଜପର ଶକ୍ତି ସହାୟତା ହୋଇଥାଏ । ପ୍ରତ୍ୟେକ ମାନବ ମାନଙ୍କର ମଙ୍ଗଳ କରୁଥିବା ଏହି ମନ୍ତ୍ର ଭଗବାନ ଶିବଙ୍କର ପ୍ରିୟ ଅଟେ । ଭଗବାନ ଶିବ ଙ୍କୁ ପ୍ରସନ୍ନ କରିବା ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ର ହୃଦୟ ପୂର୍ବକ ଆନନ୍ଦ ବିହୋର ହୋଇ ଭାବ ପୂର୍ବକ ଜପ କରନ୍ତୁ । ଋଷି ମୁନି ମାନଙ୍କର ମନ୍ତ୍ର ବିଜ୍ଞାନର ମତ ଆମ ଚାରିପାଖରେ ଥିବା ଉର୍ଜା ଶକ୍ତି ମଧ୍ୟ ମଜବୁତ ହୋଇଥାଏ । ଯେଉଁ ମଣିଷ ଏବି ମନ୍ତ୍ର ପ୍ରତିଦିନ ଜପ କରିଥାଏ , ସେ ପ୍ରଭାବଶାଳୀ ହୋଇଥାଏ । ଅନ୍ୟ ମାନଙ୍କ ଆଗରେ ଯେକୌଣସି କାର୍ଯ୍ୟକୁ ସାହସର ସହିତ ନିର୍ଦ୍ଦନ୍ଦ ହୋଇ କରିଥାଏ ।
ସେହି ବ୍ୟକ୍ତିଙ୍କୁ ସଫଳତା ପ୍ରାପ୍ତ ହୋଇଥାଏ ଏବଂ ଏହି ମନ୍ତ୍ର ଆକସ୍ମିକ ଦୁର୍ଘଟଣା କିମ୍ୱା ଆକାଳ ମୃତ୍ୟୁ ଠାରୁ ରକ୍ଷା କରିଥାଏ । ଏହି ମନ୍ତ୍ର ଜୀବନରେ ସୁଖ ଶାନ୍ତି ଏବଂ ସମୃଦ୍ଧି ଆଣିଥାଏ , ଆମ୍ଭେ ତିନି ନେତ୍ରଧାରୀ ଶିବଙ୍କୁ ଆରୋଧନା କରିଥାଉ । ଯେ ସୁଗନ୍ଧିର କୋଶ ଅଟନ୍ତି , ଯିଏ ସମସ୍ତଙ୍କର ପୋଷଣ କରି ବୁଦ୍ଧି ପ୍ରଦାନ କରନ୍ତି । ତେବେ ଆପଣ ମାନେ ଭକ୍ତି ସହକାରେ ପ୍ରଭୁ ଭୋଳାନାଥଙ୍କର ଏହି ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ଜପ କରନ୍ତୁ । ଆପଣଙ୍କର ସମସ୍ତ ଦୁଃଖ କଷ୍ଟ ଦୂର ହେବା ଆପଣ ମାନେ ହସ ଖୁସୀ ରେ ଜୀବନ ଯାପନ କରିବେ । ତେଣୁ ମାନେ ପ୍ରତିଦିନ ଶେଯରୁ ଉଠି ଆଖି ଖୋଲିବା ପୂର୍ବରୁ ଏହି ମନ୍ତ୍ରକୁ 3 ଥର ଜପ କରି ନିଅନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।