Odisha News Portal

Dr. Alia Dey – ମାଡି ଚାଲିଛି ବ୍ଲା-କ ଫ-ଙ୍ଗସ ! ଜାଣନ୍ତୁ ଏହି ରୋଗ କବଳରୁ କେମିତି ରହିବେ ସୁରକ୍ଷିତ…

ବନ୍ଧୁଗଣ କରୋନାର ଦ୍ୱିତୀୟ ଲହର ପୂରା ଦେଶକୁ କବଳିତ କରି ନେଇଛି। ଦେଶରେ କରୋନା ଭାଇରସ ମାମଲା ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ ସାମ୍ନାକୁ ଆସୁଥିବା ବେଳେ ଏଥିରେ ଅନେକ ମୃତ୍ୟୁ ବରଣ କରୁଥିବାର ସାମ୍ନାକୁ ଆସୁଛି। ଏବେ ବ୍ଲାକ ଫଙ୍ଗସ୍ ମାମଲା ସାମ୍ନାକୁ ଆସିବାରେ ଲାଗିଲାଣି। ଏ ବିଷୟରେ ଆପଣ ତ ନିଶ୍ଚୟ ଅବଗତ ଥିବେ। ଲୋକଙ୍କ ମନରେ ଏହାକୁ ନେଇ ଏକ ବଡ଼ ଭୟ ଦେଖା ଦେଇଛି। ତେବେ ଏହାରି ଭିତରେ ଏକ ଖବର ସାମ୍ନାକୁ ଆସିଛି। ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ବ୍ଲାକ ଫଙ୍ଗସ ସବୁଠାରୁ ଅଧିକ ପୁରୁଷ ଏବଂ ମଧୁମେହ ରୋଗୀଙ୍କ ଠାରେ ଦେଖିବାକୁ ମିଳୁଛି। ଦ୍ୱିତୀୟ ଲହର ବେଳେ ସବୁଠାରୁ ଅଧିକ ମୃତ୍ୟୁ ଖବର ସାମ୍ନାକୁ ଆସିଛି।

ଆଉ ଏହାରି ଭିତରେ ସମସ୍ତେ ବ୍ଲାକ ଫଙ୍ଗସ ଭଳି ରୋଗକୁ ନେଇ ଚିନ୍ତାରେ।ଦେଶର ଅନେକ ରାଜ୍ୟରେ ଏହି ବ୍ଲାକ ଫଙ୍ଗସ୍ ଏବଂ ଧଳା ଫଙ୍ଗସ୍ କାରଣରୁ ମୃତ୍ୟୁ ମାମଲା ସାମ୍ନାକୁ ଆସୁଛି, ଯେଉଁ କାରଣରୁ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି। ଏହାକୁ ନେଇ ଯୋଗଗୁରୁ ବାବା ରାମଦେବ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି କହିଛନ୍ତି। ଆପଣଙ୍କୁ ଏଥିପାଇଁ ଯୋଗାସାନ ସହିତ ଆୟୁର୍ବେଦିକ ପ୍ରତିକାର ଗ୍ରହଣ କରିବା ଦରକାର ବୋଲି ସେ କହିଛନ୍ତି।ତେବେ ମୁକୋରାମାଇକୋସିସ୍ ନାମକ ଏହି ରୋଗ କରୋନାରୁ ଅଧିକ ସୁସ୍ଥ ହେଉଥିବା ଲୋକଙ୍କୁ ସଂକ୍ରମିତ କରୁଛି ବୋଲି କୁହା ଯାଉଛି।

ତେବେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତି ମାନଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଦେଖା ଦେଇଥାଏ।ମଧୁମେହ ଏବଂ ରକ୍ତଚାପ ଥିବା ବ୍ୟକ୍ତିମାନେ ମଧ୍ୟ କଳା ଫଙ୍ଗସ୍ ହେବାର ଆଶଙ୍କା ରହିଛି ବୋଲି ମଧ୍ୟ ପୂର୍ବରୁ କୁହା ଯାଉଛି। ରାମଦେବ ଙ୍କ ଅନୁସାରେ ଏହି ମାରାତ୍ମକ କଳା ଫଙ୍ଗସ୍ କୁ ଯୋଗାସନ ସହିତ ଆୟୁର୍ବେଦିକ ଉପଚାର ଦ୍ଵାରା ଦୂର କରି ପାରିବେ। ଆସନ୍ତୁ ଜାଣିବା ସେ ବିଷୟରେ।

ଆବଶ୍ୟକୀୟ ଦ୍ରବଣ– ଏଥିପାଇଁ ଆପଣଙ୍କୁ ଶୁଖିଲା ଗୋଲମରିଚ, ୨ ଟେବୁଲ୍ ଚାମଚ ଆଲୋ ଭେରା ଜେଲ୍, ଗିଲୋଇର ଷ୍ଟେମ୍, ୬/୭ ଟି ନିମ୍ ପତ୍ର ଏବଂ ୪/୫ ଟି ତୁଳସୀ ପତ୍ର ଆଣିବାକୁ ପଡ଼ିବ।

ପ୍ରସ୍ତୁତି ପ୍ରଣାଳୀ- ଆପଣ ଉପରୋକ୍ତ ସମସ୍ତ ଉପକରଣ କୁ ଉପଯୁକ୍ତ ମାତ୍ରାରେ ନେଇ ସେସବୁକୁ ଭଲଭାବରେ ଗ୍ରାଇଣ୍ଡିଙ୍ଗ କରନ୍ତୁ ତାପରେ ସେଥିରୁ ରସ ପ୍ରସ୍ତୁତି କରନ୍ତୁ। ଆଉ ଏହି ରସକୁ ପ୍ରତିଦିନ ସକାଳେ ଖାଲି ପେଟରେ ସେବନ କରନ୍ତୁ।ଏହା ଫଳରେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଠିକ୍ ରହିବା ସହିତ ଉଚ୍ଚ ରକ୍ତଚାପ ଏବଂ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ରେ ରହିବ। ଏଥିରେ ଥିବା ଅନେକ ଭିଟାମିନ ଏବଂ ପୋଷକ ଆପଣଙ୍କ ଶରୀର ଉପରେ ପ୍ରଭାବଶାଳୀ ସାବସ୍ତ୍ୟ ହେବ। ଏହାକୁ ଆପଣ ନିୟମିତ ଭାବରେ ସେବନ କରିବା ଆବଶ୍ୟକ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।