Odisha News Portal

ମଦ ପିଇ ସ୍କୁଲ କୁ ଆସୁଛନ୍ତି ପ୍ରଧାନ ଶିକ୍ଷକ, ଡରୁଛନ୍ତି ଛାତ୍ର ଛାତ୍ରୀ…ଦେଖନ୍ତୁ ଭାଇରାଲ Video

ଆମ ସମାଜରେ ବିଦ୍ୟା ଓ ବିଦ୍ୟାଳୟ କୁ ପୂଜା କରାଯାଇ ଥାଏ ପ୍ରତ୍ୟେକ ଛାତ୍ରଛାତ୍ରୀ ମାନେ ନିଜ ବିଦ୍ୟାର ଆରମ୍ଭ ବିଦ୍ୟାଳୟ ରୁ କରିଥାନ୍ତି ।ବିଦ୍ୟାଳୟ ର ଶିକ୍ଷକ ମାନେ ଛୋଟ ଛୋଟ ପିଲା ମାନଙ୍କୁ ଶିକ୍ଷିତ କରି ଭବିଷ୍ୟତରେ ଏକ ଉତ୍ତମ ମଣିଷ ହେବାର ନୂଆ ଆଶା ଦେଖେଇ ଥାଆନ୍ତି ।ଶିକ୍ଷକ ହେଉଛନ୍ତି ଆମ ପ୍ରକୃତ ମାର୍ଗଦର୍ଶକ ସେମାନେ ଯେମିତି ପିଲାଙ୍କୁ ଗଡ଼ିବେ ଭବିଷ୍ୟତ ସେମିତି ହେଇ ଉଠିବ ।ମାଆ ବାପାଙ୍କ ପରେ ଗୁରୁ ହିଁ ଦ୍ଵିତୀୟ ହେଇଥାଏ ଯିଏ ତାଙ୍କୁ ସବୁକିଚିର ଜ୍ଞାନ ଦେଇଥାନ୍ତି ।ତେବେ ଭାବିଲେ ଯଦି ସେହି ଗୁରୁ ହିଁ କିଛି ଏମିତି କାମ କରିବେ ଯାହାକୁ ଦେଖିଲେ ପିଲା ଡରିବେ ତାହେଲେ କଣ ହେବ ଏହି ସମାଜର ।

ଏବେ ବେଳେ ବେଳେ କିଛି ଶିକ୍ଷକ ମାନେ ଏମିତି କାର୍ଯ୍ୟ କରୁଛନ୍ତି ଯାହାକୁ ଦେଖି ପୁରା ଶିକ୍ଷକ ସମାଜ ଉପରେ ଏକ କଲଙ୍କର କାଳିମା ଲାଗିବାକୁ ଆରମ୍ଭ ହେଲାଣି ।ତେବେ ଯେଉଁଥି ଯେଉଁଠି ଶିକ୍ଷା ବ୍ୟବସ୍ଥାକୁ 5t ଯୋଜନାରେ ସାମିଲ କରାଯାଇଛି ସେତେବେଳେ ଗୋଟିଏ ସରକାରୀ ବିଦ୍ୟାଳୟରେ ଏମିତି କିଛି ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ।ଆଉ ଭାବିବେ ଯେଉଁ ଶିକ୍ଷକ ମାନଙ୍କ ଭରଷାରେ ପିତାମାତା ନିଜ ପିଲାଙ୍କୁ ସ୍କୁଲ ପଠେଇଥାନ୍ତି ସେହି ଶିକ୍ଷକ ମାନେ ମଦ ପିଇ ସ୍କୁଲ ଆସୁଛନ୍ତି ତାହେଲେ ପିଲାମାନେ ସେଥରୁ କଣ ଶିଖିବେ ।

ତେବେ ଘଟଣା ଅନୁଯାୟୀ କାମାକ୍ଷା ନଗର ବ୍ଲକର କଣ୍ଟାପାଲି ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିକ୍ରମ ବେହେରା ମଦ ପିଇ ସ୍କୁଲକୁ ଆସିବାର ଦେଖିବାକୁ ମିଳିଛି ।ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ପିଲା ମାନେ କହିଛନ୍ତି ପ୍ରଧାନ ଶିକ୍ଷକ ମଦ ପିଇ ଟଳମଳ ହେଉଥିଲେ ।ଆଉ ସେମାନେ ଘରେ କହିବା ପରେ ଗ୍ରାମବାସୀ ,ସ୍କୁଲ ଚ୍ୟାୟାରମ୍ୟାନ ଓ ମୁଖିଆ ଆସି ଶିକ୍ଷକଙ୍କୁ ମଦ ପିଇକି କାହିଁକି ସ୍କୁଲ ଆସିଛନ୍ତି ବୋଲି ପଚାରି ଥିଲେ ।ତେବେ ଶିକ୍ଷକ ଖିତବିଲେ ସେ ଆଜି ହିଁ ପିଇକି ଆସିଛନ୍ତି ତେବେ ସୂଚନା ଅନୁଯାୟୀ ସେ ଆଗରୁ ବି ମଦ ପିଇକି ସ୍କୁଲ ଆସିବାର ଦେଖା ଯାଇଛି ।

ଏହି ଘଟଣାରୁ ଆପଣ ଦେଖି ଜାଣି ପାରୁଥିବେ ଆମ ଶିକ୍ଷା ବ୍ୟବସ୍ଥାରେ ଦିନକୁ ଦିନ ଉନ୍ନତି କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ସେହି ଜାଗାରେ ସ୍କୁଲ ମାନଙ୍କରେ ଏହିପରି କାମ କରୁଛନ୍ତି ଶିକ୍ଷକ ମାନେ ।ଯେଉଁ ମାନଙ୍କ ହାତରେ ସମାଜର ଭାର ଦିଆଯାଇଛି ସେମାନଙ୍କର ଏହି ପରି କାର୍ଯ୍ୟ ସମାଜର ବିକାଶ ଜାଗାରେ ତାହା ଅଧପତନ ଆଡ଼କୁ ଗତି କରିବ ।ଆଉ ଆଦର୍ଶ ମାନୁ ଥିବା ଶିକ୍ଷକ ଠାରୁ ଏହି କଣ ଶିଖିବେ, ତେଣୁ ପ୍ରତ୍ୟେକ ଶିକ୍ଷକ ମାନେ ନିଜ ପଦର ମାନ ମର୍ଯ୍ୟାଦା ବୁଝନ୍ତୁ ନହେଲେ ଦିନ ଆସିବ ସବୁକିଛି ମାଟିରେ ମିଶିଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।