ମାଛ ଖାଇବା ପରେ ଭୁଲରେ ବି ଏହି 2 ଟି ଜିନିଷ ଖାଆନ୍ତୁ ନାହିଁ, ନଚେତ୍ ଜୀବନ ସାରା ପସ୍ତେଇବାକୁ ପଡିବ….

ମାଛ ବହୁତ ଟେଷ୍ଟି ହେବା ସହିତ ବହୁତ ହେଲ୍ଦି ମଧ୍ୟ ହୋଇଥାଏ , ତେଣୁ ଯେତେବେଳେ ମାଛ ଖାଇବାର କଥା ଆସେ ସେତେବେଳେ ଘର ଲୋକ କୁହନ୍ତିକି ଯେଉଁ ଲୋକ ମାଛ ଅଧିକ ଖାଏ ତାର ବାଳ ଲମ୍ୱା , କଳା ଏବଂ ମୋଟା ହୋଇଥାଏ । ତା ସହିତ ତାଙ୍କ ଆଖି ମଧ୍ୟ ବହୁତ ସୁନ୍ଦର ହୋଇଥାଏ , ଯେତେବେଳେ ମଧ୍ୟ ଘରେ ମାଛ ରୋଷେଇ ହୋଇଥାଏ ସେତେବେଳେ ଆପଣ ମାନେ ନିଶ୍ଟୟ ଶୁଣିଥିବେ ମାଛ ଖାଇବା ପରେ କ୍ଷୀର ପିଇବା ଉଚିତ୍ ନୁହେଁ ।

1. କ୍ଷୀର :-

ସର୍ବପ୍ରଥମ କଥାକି ଆପଣ ମାଛ ଖାଇ ପରେ ଭୁଲରେ ମଧ୍ୟ କ୍ଷୀର ପିଇବା ଉଚିତ୍ ନୁହେଁ , ଆୟୁର୍ବେଦରେ ମାଛ ଖାଇବା ପରେ କ୍ଷୀର ପିଇବା ବା କ୍ଷୀର ପିଇବା ପରେ ମାଛ ଖାଇବା ବହୁତ କ୍ଷତିକାରକ ବୋଲି କୁହାଯାଇଛି । କାରଣ କ୍ଷୀର ଶରୀରକୁ ଭିତରୁ ଥଣ୍ଡା ଦେଇଥାଏ କିନ୍ତୁ ମାଛ ଶରୀରକୁ ଗରମ ଦେଇଥାଏ । ଏହି କ୍ଷେତ୍ରରେ ଏହି ଦୁଇଟି ଯାକ ସେବନ କରିବା ଦ୍ୱାରା ଏହା ଆମ ଶରୀରକୁ ବହୁତ କ୍ଷତି ପହଞ୍ଚାଇଥାଏ । ଏହା ଦ୍ୱାରା ବହୁତ ପ୍ରକାର ଏଲର୍ଜି ମଧ୍ୟ ହୋଇଥାଏ , ଯଦି ମାଛ ଖାଇବା ପରେ କ୍ଷୀର ପିଉଛନ୍ତି ସେତେବେଳେ ଆପଣଙ୍କୁ ଚର୍ମରୋଗ ମଧ୍ୟ ହୋଇପାରେ ।

2.ଦହି :-

ଦହି ମଧ୍ୟ ମାଛ ସହିତ ଖାଆନ୍ତୁ ନାହିଁ , ମାଛ ଶରୀରକୁ ଗରମ ଦେଇଥାଏ କିନ୍ତୁ ଦହି ଥଣ୍ଡା ଦେଇଥାଏ । ଦୁଇଟି ଯାକ ଜିନିଷ ଏକାଥରକେ ଖାଇବା ଦ୍ୱାରା ଏହା ଆମ ଶରୀରକୁ କ୍ଷତି ମଧ୍ୟ ପହଞ୍ଚାଇଥାଏ । ଏହାଦ୍ୱାରା ଆପଣଙ୍କ ସ୍କିନ ଓ ହେଲ୍ଥ ଉପରେ ସାଇଡ୍ ଇଫେକ୍ଟ ପଡିଥାଏ ଅର୍ଥାତ୍ ସ୍କିନ ଜନିତ ରୋଗ ରେ ଆକ୍ରାନ୍ତ ହୋଇଥାନ୍ତି । ଯେପରି ଧଳା ଦାଗ , ଏଲର୍ଜି ଓ ଲିକୋଡର୍ମା ତା ସହିତ ଆପଣଙ୍କ ପେଟରେ ଏସିଡିଟି ପ୍ରବ୍ଲେମ ମଧ୍ୟ ହୋଇପାରେ । ଯଦି ଆପଣଙ୍କୁ ମାଛ ପସନ୍ଦ ଅଟେ ତେବେ ମାଛ ସହିତ ଏହି ଦୁଇଟି ଜିନିଷ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ।

ଯଦି ଆପଣ ମାନେ ମାଛ ଖାଇବା ପାଇଁ ଚାହୁଁଥାନ୍ତି , ତେବେ କ୍ଷୀର ବା ଦହି ଖାଇବାର 2 ବା 3 ଘଣ୍ଟା ପରେ ମାଛର ସେବନ କରିବା ଉଚିତ୍ । ଏକ ସମୟରେ ମାଛ କିମ୍ୱା କ୍ଷୀର , ଦହିର ସେବନ ଭୁଲରେ ମଧ୍ୟ କରନ୍ତୁ ନାହିଁ । ଏହା ଆମ ଶରୀର ପାଇଁ ବହୁତ ହାନୀକାରକ ହୋଇଥାଏ ଏବଂ ଅଜଣା ସ୍କିନ ରୋଗ ମଧ୍ୟ ଦେଖାଯାଏ । ଯାହାକୁ ଭଲ କରିବା ବହୁତ କଷ୍ଟକର ଅଟେ , ସେଥିପାଇଁ ଆପଣ ମାନେ ସର୍ବଦା ଧ୍ୟାନ ରଖିବେ ମାଛ ଖାଇବା ପରେ କ୍ଷୀର ବା ଦହି ର ସେବନ କରନ୍ତୁ ନାହିଁ । ଏହା ମାନିଲେ ଆପଣ ଏହି ଭୟଙ୍କର ଚର୍ମ ରୋଗରୁ ସୁରକ୍ଷିତ ରହିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment