Odisha News Portal

ମାଁ ତାରିଣୀ ପିଠର ଅଲୌକିକ କାହାଣୀ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

ଓଡିଶାରେ ବାସ କରୁଥିବା ଲୋକମାନେ ବହୁତ ଇଶ୍ୱର ବିଶ୍ୱାସୀ ହୋଇଥାନ୍ତି ଏବଂ ଓଡିଶାର ଅନେକ ଜିଲ୍ଲା ମାନଙ୍କରେ ସମସ୍ତ ଦେବା ଦେବୀଙ୍କ ମନ୍ଦିର ରହିଥାଏ । ପ୍ରତ୍ୟେକ ମନ୍ଦିରରେ କିଛି ନା କିଛି ଅଲୌକିକ କାହାଣୀ ଲୁଚି ରହିଥାଏ । ତେବେ ଆଜି ଆମେ ଏମିତି ଏକ ମନ୍ଦିର ବିଷୟରେ କହିବୁ ଯାହାର ଅଲୌକିକ କାହାଣୀ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ମା ତାରିଣୀ ପୀଠର ଆଶ୍ଚର୍ଯ୍ୟ ଜନକ ରହସ୍ୟ ବିଷୟରେ ।

ଘଟଗାଁ ମା ତାରିଣୀ ମନ୍ଦିର ଓଡିଶାର କେନ୍ଦୁଝର ଜିଲ୍ଲାର 50 କିଲୋମିଟର ଦୂରରେ ଅବସ୍ଥିତ ଏବଂ ଏହା ଆମ ଓଡିଶାର ଓ ହିନ୍ଦୁ ଧର୍ମର ପ୍ରସିଦ୍ଦ ମନ୍ଦିର ଅଟେ । ଯେକୌଣସି ବ୍ୟକ୍ତି ନିଜର ମାନସିକ ନେଇ ମା ତାରିଣୀଙ୍କ ପାଖକୁ ଏକ ନାଲି କପଡାରେ ନଡିଆ ବାନ୍ଦି କୌଣସିବି ଗାଡିରେ ଆମେ ପଠେଇଥାଉ । କୁହାଯାଏ କି ମା ପ୍ରଥମେ ବର୍ଣ୍ଣବାୟୀ ମାନଙ୍କ ଦ୍ୱାରା ପୂଜା ପାଇ ଆସୁଥିଲେ ।

ମା ତାରିଣୀଙ୍କ ଚାରିହାତ ମଧ୍ୟରୁ ବାମ ହାତର ଉପରହସ୍ତରେ ସେ ଚକ୍ର ଧାରଣ କରିଛନ୍ତି ଏବଂ ବାମ ହାତ ତଳ ହସ୍ତରେ ତ୍ରିଶୂଳ ରହିଥାଏ । ସେହିପରି ଦକ୍ଷିଣ ପାଖ ଉପର ହସ୍ତରେ ଖଡଗ୍ ଧାରଣ କରିଥିବା ବେଳେ ତଳ ହସ୍ତଟି ତାଙ୍କର ଶୂନ୍ୟ ଥାଏ ।

ଏହି ହସ୍ତରେ ମା ତାରିଣୀ ତାଙ୍କ ଭକ୍ତମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି କିନ୍ତୁ ତାଙ୍କର ପ୍ରତ୍ୟେକ ମୂର୍ତ୍ତି ଓ ଚିତ୍ରରେ ତାଙ୍କର ଏହି ସବୁ ଅସ୍ତ୍ର ନଥାଏ । ମାତ୍ର ଚିତ୍ରକାର ମାନେ ନିଜ ନିଜ ପସନ୍ଦ ଅନୁସାରେ ମାଙ୍କୁ ଭିନ୍ନ ଭିନ୍ନ ଅସ୍ତ୍ରରେ ସଜ୍ଜିତ କରିଥାନ୍ତି । ଅନେକ ବର୍ଷ ପୂର୍ବେ କେନ୍ଦୁଝର ଜିଲ୍ଲାର ରାଜା ଥିଲେ ତ୍ରିଲୋଚନ ଭଞ୍ଜ ଏବଂ ତାଙ୍କର ପୁତ୍ରଙ୍କର ନାମ ଥିଲା ଗୋବିନ୍ଦ ଭଞ୍ଜ । ଗୋବିନ୍ଦ ଭଞ଼୍ଜ ମା ଙ୍କର ଜଣେ ପ୍ରିୟ ଭକ୍ତ ଥିଲେ କିନ୍ତୁ କାର୍ଯ୍ୟ ବ୍ୟସ୍ତତାରେ ସେ ପୁରୀରେ ଥିବା ମାଙ୍କୁ ଦର୍ଶନ କରି ପାରୁ ନଥିଲେ ।

ସେ ସମୟରେ ପୁରୀର ରାଜା ପୁରୁଷୋତ୍ତମ ଦେବ ଥିଲେ ଏବଂ ତାଙ୍କୁ ଏକ ସ୍ୱପ୍ନାଦେଶ ହୋଇଥିଲା କି ସେ ଗୋବିନ୍ଦ ଭଞ୍ଜ ସହିତ କେନ୍ଦୁଝର ଯିବା ପାଇଁ ଚାହୁଛନ୍ତି । କିନ୍ତୁ ଗୋବିନ୍ଦ ଭଞ୍ଜଙ୍କୁ ଆସି ସ୍ୱପ୍ନରେ କହିଲେ କି ମୁଁ ଘୋଡାରେ ଚଢି ତ ପଛେ ପଛେ ଯିବି ଏବଂ ଘୋଡା ଚାଲିଲେ ମୋ ପାଦର ରୁଣୁଝୁଣୁ ଶବ୍ଦରେ ତୁ ଜାଣି ପାରିବୁ । କିନ୍ତୁ ତୁ ଯଦି ପଛକୁ ଚାହିଁ ଅନେଇବୁ ତେବେ ମୁଁ ସେହିଠାରେ ପାଷାଣ ହୋଇ ରହିବି ।

ପରଦିନ ସମସ୍ତ ଦେବା ଦେବୀ ସହ ଗୋବିନ୍ଦ ଚାଲିଲେ କେନ୍ଦୁଝର ଅଭିମୁଖେ ଏବଂ ପଛେ ପଛେ ମା ତାରିଣୀ ଘୋଡାରେ ଯାଉଥାନ୍ତି । କିନ୍ତୁ ରହସ୍ୟମୟୀ ମା ଆନନ୍ଦ ପୁର ପାର ହୋଇ ସେ କେନ୍ଦୁଝର ସୀମାରେ ପହଞ୍ଚି ଜଙ୍ଗଲ ମଧ୍ୟରେ ପ୍ରବେଶ କଲେ ।

ଠିକ କେନ୍ଦୁଝରର ମଧ୍ୟସ୍ଥଳରେ ମା ତାଙ୍କର ଲୀନା ରଚିଲେ ଏବଂ ଗୋବିନ୍ଦଙ୍କ ଘୋଡା ଆଉ ଚାଲିଲା ନାହିଁ ଯାହାଫଳରେ ସେ ପଛକୁ ଚାହିଦେଲେ ସେହି ଦିନ ଠାରୁ ମା ସେଠାରେ ପାଷାଣ ହୋଇଯାଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।