Odisha News Portal

ମାଆ ତାରିଣୀ ଏବଂ ନଡ଼ିଆ ମଧ୍ୟରେ ରହିଛି ଏକ ଅଲୌକିକ ସମ୍ପର୍କ ! ଜାଣନ୍ତୁ ଅଲୌକିକ ସମ୍ପର୍କ ବିଷୟରେ…

ଆମ ହିନ୍ଦୁ ଧର୍ମରେ ଆମେ ଅନେକ ଦେବା ଦେବୀଙ୍କୁ ବିଶ୍ୱାସ ସହକାରେ ପୂଜା କରିଥାଉ। ଆମ ଭାରତ ବର୍ଷରେ ଦେବା ଦେବୀଙ୍କ ଅନେକ ମନ୍ଦିର ରହିଛି। ବେଳେ ବେଳେ ଆମେ ଏହି ସବୁ ଦେବା ଦେବୀଙ୍କ ବିଷୟରେ ଅନେକ ଅଲୌକିକ ମହିମା ବିଷୟରେ ଶୁଣିବା ପାଇଁ ପାଇଥାଉ। ଯାହା ଆମକୁ ଭଗବାନଙ୍କ ଅସ୍ତିତ୍ବ କୁ ବିଶ୍ୱାସ କରିବା ପାଇଁ ବାଧ୍ୟ କରିଥାଏ। ବାସ୍ତବରେ ଆମ ସୃଷ୍ଟିରେ ସ୍ରଷ୍ଟାଙ୍କ ମହିମା ବଡ ବିଚିତ୍ର।

ଆମେ ଜାଣିଛୁ ଓଡ଼ିଶା ଏକ ମନ୍ଦିର ମାଳିନୀ ରାଜ୍ୟ ଭାବରେ ଜଣା ଶୁଣା। ଏଠାରେ ଅନେକ ମନ୍ଦିର ରହିଛି ଏବଂ ଲୋକ ମାନଙ୍କ ମନ ମଧ୍ୟରେ ଅନେକ ବିଶ୍ୱାସ ରହିଛି।

ବେଳେ ବେଳେ ଆମେ ଏପରି କିଛି ଅଲୌକିକ ଘଟଣା ବିଷୟରେ ଶୁଣିବା ପାଇଁ ମିଳିଥାଏ, ଯାହା ଆମେ ବିଶ୍ଵାସ ନକରି ରହି ପାରୁନା। ତେବେ ଆଜି ଆମେ ଆପଣଂକୁ ଘଟଗାଁ ମାଆ ତାରିଣୀଙ୍କ ଏପରି ଏକ ଅଲୌକିକ ମହିମା ବିଷୟରେ ଜଣେଇବୁ ଯାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଆସନ୍ତୁ ଜାଣିବା ମାଆ ତାରିଣୀଙ୍କ ଅଲୌକିକ ମହିମା ବିଷୟରେ।

ଆମ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀ ବେଶ ପରିଚିତ। ଓଡ଼ିଶାର ଏକ ପ୍ରସିଦ୍ଧ ପ୍ରତିଷ୍ଠିତ ତୀର୍ଥ କ୍ଷେତ୍ର ଭାବରେ ପରିଚିତ ମାଆ ତାରିଣୀ ପୀଠ। ଦେବୀ ଙ୍କର ପ୍ରକୃତି ଦତ୍ତ ସ୍ୱରୂପ ମାଆ ଙ୍କର ଆଦିମ ମୂଳ ପ୍ରତିରୂପ ବୋଲି ପ୍ରମାଣ କରେ। କିମ୍ବଦନ୍ତୀ କହେ ମାଆ ତାରିଣୀ ତାଙ୍କ ଭକ୍ତଙ୍କ ପାଇଁ ସ୍ୱତତ ବଡ କରୁଣା ମୟୀ ଏବଂ ଦୟାଶୀଳ।

ନିକଟରେ ଥିବା ବନାନୀ ମାଆ ତାରିଣୀଙ୍କ ପୀଠକୁ ଆଚ୍ଛାଦିତ କରି ରଖିଛି ଏବଂ ପଶୁ ପକ୍ଷୀ ମାନଙ୍କର ଆଶ୍ରୟ ସ୍ଥଳୀ ପାଲଟିଛି। ଅନୁରାଗି ଭକ୍ତଗଣ ଦେବୀଙ୍କୁ ଶ୍ରଦ୍ଧାରେ ନଡ଼ିଆ ଭୋଗ ଅର୍ପଣ କରିଥାନ୍ତି। ଆଦିବାସୀ ମାନଙ୍କ ଦୂରା ପୂଜିତା ମାଆ ତାରିଣୀ ଙ୍କର ଆଶିଷ ଟିକେ ପାଇବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସନ୍ତି ଶହ ଶହ ଶ୍ରଦ୍ଧାଳୁ।

ଯଦି ଆମେ ମନ୍ଦିରର ଇତିହାସ ଉପରେ ନଜର ପକାଇବା ତେବେ ବହୁ ରାଜା ମହା ରାଜା ଶାସନ କାଳରୁ ଏଠାରେ ମାଆ ତାରିଣୀଙ୍କର ପୂଜାର୍ଚ୍ଚନା କରାଯାଉଛି। କିନ୍ତୁ ବର୍ତ୍ତମାନ ଦେବୀ ପୀଠଟି ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ଭାବରେ ବେଶ ପରିଚିତ ହୋଇପାରିଛି। ବିଶ୍ୱାସ ରହିଛି ଯେ ମାଆ ତାରିଣୀ ଙ୍କର ପ୍ରିୟ ଫଳ ହେଉଛି ନଡ଼ିଆ, ନଡିଆ ଅର୍ପଣ ତଥା ମାଆ ତାରିଣୀ ଙ୍କ ନିକଟକୁ ନଡ଼ିଆ ପଠାଇବା ଦ୍ୱାରା ଲୋକଙ୍କର ମନସ୍କାମନା ପୂରଣ ହୋଇ ଥାଏ ବୋଲି ବିଶ୍ୱାସ ରହିଛି।

ମାଆ ତାରିଣୀ ଏବଂ ନଡ଼ିଆ ମଧ୍ୟରେ ରହିଛି ଏକ ଅଲୌକିକ ସମ୍ପର୍କ ରହିଛି । ଏହା ଏମିତି ଏକ ସମ୍ପର୍କ ଯାହା ନିଜ ଆଖିରେ ନ ଦେଖିଲେ କେହି ବିଶ୍ୱାସ କରିପାରିବେ ନାହିଁ। କୌଣସି ଏକ ସ୍ଥାନରେ ମାଆ ତାରିଣୀ ଙ୍କର ଫୋଟ ରଖିଦେଲେ ସୃଷ୍ଟି ହୋଇ ଯାଏ ନଦିଆର ଏକ କୃତ୍ରିମ ପାହାଡ, କାରଣ ଲୋକ ମାନଙ୍କର ବିଶ୍ୱାସ ରହିଛି ଯଦି ନଡ଼ିଆ ରଖା ଯାଏ ତାହାଲେ ମାଆ ନଡିଆ ପହଂଚି ଯିବ ଏବଂ ମନସ୍କାମନା ପୂରଣ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।