ପ୍ରଥମ ଥର ପାଇଁ ଦେଖନ୍ତୁ … ମା ସରସ୍ବତୀ ଙ୍କ ମହିମା ଓ କାଳି ଦାସ କଥା.. ମାତ୍ର 4 ଘଣ୍ଟାରେ 13 Million ରୁ ଅଧିକ ଲୋକ ଦେଖି ସାରିଲେଣି….

ହିନ୍ଦୁ ଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ମାନା ଯାଇଥାଏ। ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଅଧିଷ୍ଠାତ୍ରୀ ହେଉଛନ୍ତି ମାତା ସରସ୍ୱତୀ।ବସନ୍ତ ମାସର ପଞ୍ଚମୀ ତିଥି ରେ ପଡୁ ଥିବା ଯୋଗୁ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ ଅବିହିତ କରାଯାଏ।ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମା ସରସ୍ଵତୀ ପୂଜା ଆରାଧନା କରା ଯାଇ ଥାଏ। ଚଳିତ ବର୍ଷର ସରସ୍ଵତୀ ପୂଜା ଜାନୁଆରୀ ୨୬ ତାରିଖରେ ପଡୁଅଛି। ଆଉ ଆଜି ହେଉଛି ସେହି ପବିତ୍ର ଦିନ। ଆଜିର ଦିନରେ ଧରାପୃଷ୍ଟ ରେ ସିଦ୍ଧିଦାତ୍ରୀ, କଳାର ଅଧିଷ୍ଠାତ୍ରୀ ତଥା ବିଦ୍ୟା ଦାୟିନୀ ମାତା ସରସ୍ୱତୀଙ୍କ ପୂଜା ଆରାଧନା କରାଯାଏ।

ମାଘ ଶୁକ୍ଲ ପଞ୍ଚମୀ ତିଥିକୁ ଶ୍ରୀ ପଞ୍ଚମୀ ବୋଲି ମଧ୍ୟ କୁହା ଯାଇ ଥାଏ କାରଣ ଶ୍ରୀ’ କହିଲେ ଶୁଭ ଲକ୍ଷଣଯୁକ୍ତ ଏହି କାରଣରୁ ମାଘ ଶୁକ୍ଲ ପଞ୍ଚମୀ ତିଥିକୁ ଶ୍ରୀପଞ୍ଚମୀ ବୋଲି କୁହାଯାଏ। ଏହି ଦିନ ଅନେକ ନୂତନ କାର୍ଯ୍ୟର ଆରମ୍ଭ ମଧ୍ୟ କରା ଯାଇଥାଏ। ଏହିଦିନ ବିଶେଷ କରି ବିଦ୍ୟା ଆରମ୍ଭ, ନୂତନ ଗୃହ ଆରମ୍ଭ, ଗୃହ ପ୍ରତିଷ୍ଠା, ଛୋଟ ପିଲା ମାନଙ୍କର ଅନ୍ନ ପ୍ରସନ୍ନ ଇତ୍ୟାଦି କାର୍ଯ୍ୟ ଅତ୍ୟନ୍ତ ଶୁଭ ଦିନ ଭାବି କରାଯାଇଥାଏ। କେବଳ ଭାରତ ନୁହେଁ, ଅନ୍ୟ ଦେଶ ଓ ସଂସ୍କୃତିରେ ପୂଜା ପୂଜା ପାଆନ୍ତି ମାତା ସରସ୍ଵତୀ।

ତେବେ ଏହି ପବିତ୍ର ଶ୍ରୀ ପଞ୍ଚମୀ ତଥା ମାତା ସରସ୍ବତୀ ଙ୍କ ର ଅନେକ ମହିମା ରହିଛି ଯାହା ଶୁଣିଲେ ମନରେ ସକାରାତ୍ମକ ଭାବନା ଜାଗ୍ରତ ହୋଇଥାଏ। ଆପଣ ମାନେ ମାତା ସରସ୍ବତୀ ଓ କାଳିଦାସ ଙ୍କ କଥା ନିଶ୍ଚିତ ଭାବେ ଶୁଣି ଥିବେ।କିମ୍ବଦନ୍ତୀ ଅନୁଯାୟୀ କାଳଜୟୀ କବି କାଳିଦାସ ଏହି ମନ୍ଦିରରେ ପ୍ରାର୍ଥନା କରି, ମାତାଙ୍କ ଆଶୀର୍ବାଦରୁ ମହାକବି ହୋଇପାରିଥିଲେ । କାଳି ଦାସ ମାତାଙ୍କ ଆଶୀର୍ବାଦ ଲାଭ କରିବା ପରେ ସର୍ବ ପ୍ରଥମେ ତାଙ୍କp ମୁଖରୁ ‘ମହାକାଳୀ ସ୍ତୋତ୍ର’ ବାହାରି ଥିଲା ଏବଂ ସେ ‘ଶ୍ୟାମଳା ଦଣ୍ଡକ’ ରଚନା କରିଥିଲେ।

ତେବେ ବର୍ତ୍ତମାନ ସମୟରେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ରୀ ଚରଣ ଙ୍କ କଣ୍ଠରୁ ଏହି ମା ସରସ୍ବତୀ ଙ୍କ ମହିମା ଓ କାଳି ଦାସ କଥା ଶୁଣିବା ପାଇଁ ମିଳିଛି। ତେବେ ଏହି ଭିଡିଓ ସିଦ୍ଧାର୍ଥ ଭକ୍ତି ୟୁଟ୍ୟୁବ ଚାନେଲ୍‌ରେ ପୋଷ୍ଟ୍ ହୋଇଥିବା ବେଳେ ଏହାକୁ ପାଖା ପାଖି ୫୦ ହଜାର ଲୋକ ଦେଖି ସାରି ଲେଣି। ସମସ୍ତେ ଏହାକୁ ପସନ୍ଦ କରୁଥିବା ବେଳେ ଅନେକ ସକରାତ୍ମକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ତେବେ ଆପଣ ଏହାକୁ ଥରେ ନିଶ୍ଚିତ ଶୁଣନ୍ତୁ ତାହାଲେ ଆପଣ ଏହି ସରସ୍ବତୀ ଙ୍କ ମହିମା ଓ କାଳିଦାସ କଥା ର ମହିମା କଣ ରହିଛି ତାହା ଜାଣି ପାରିବେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment