Odisha News Portal

ମାଆ ମୁହଁ ପାଇ ହାତରୁ ଖସିଯାଇଛି ପ୍ରକୃତି ( Prakruti ) : ଏ ନେଇ କଣ କହୁଛନ୍ତି ମୋନାଲିସା ଗନ୍ତାୟତ, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ବାବୁସାନଙ୍କ ଘରେଇ କଳି ରାଜରାସ୍ତାକୁ ଆସିବା ପରେ ଲୋକେ ଏହାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି |ଆଉ ଯେଉଁ ଭିଡିଓ ରେ ସାମ୍ନାକୁ ଆସିଛି ସେଥିରେ ବାବୁସାନ ଓ ପ୍ରକୃତି ମିଶ୍ର ଗୋଟିଏ ଫର୍ଚ୍ୟୁନର ଗାଡ଼ିରେ ଏକାଠି ସକାଳୁ ସକାଳୁ ଭୁବନେଶ୍ବରର ସତ୍ୟ ନଗର ଅଞ୍ଚଳରେ ଯାଉଥିବା ବେଳେ ବାବୁସାନଙ୍କ ପତ୍ନୀ ତୃପ୍ତି ସେମାନଙ୍କୁ ଅଟକାଇଥିଲେ | ଏହାପରେ ସେ ବାବୁସାନଙ୍କୁ ଗାଡ଼ିରୁ ବାହାରକୁ ଆସିବା ଲାଗି ବାଧ୍ୟ କରିବା ସହ ତାଙ୍କୁ ଟଣାଓଟରା କରିଛନ୍ତି |ଏହି ଘଟଣାରେ ବାବୁସାନ ଅପଦସ୍ଥ ହୋଇପଡ଼ିବା ଦେଖିବାକୁ ମିଳୁଥିଲା |ଏହାପରେ ତୃପ୍ତି ଗାଡ଼ି ଭିତରେ ପଶି ପ୍ରକୃତିଙ୍କୁ ଟଣାଓଟରା କରିଛନ୍ତି ପରେ ପ୍ରକୃତି ଗାଡ଼ିରୁ ବାହାରି ସେଠାରୁ ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ ବାବୁସାନଙ୍କ ପତ୍ନୀ ତାଙ୍କୁ ମାଡ଼ ମାରିଥିବାର ଦେଖିବାକୁ ମିଳିଥିଲା |

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ ତେବେ ଘଟଣାଟି ଭୁବନେଶ୍ଵରର ସତ୍ୟନଗର ଅଞ୍ଚଳରେ ଏ ନେଇ ବାବୁସାନଙ୍କ ପତ୍ନୀ ତୃପ୍ତି ଅଭିଯୋଗ କରିଛନ୍ତି ଯେ ପ୍ରକୃତି ତାଙ୍କ ଘରଭାଙ୍ଗି ଦେଇଛନ୍ତି | ବାବୁସାନଙ୍କ ସହ ପ୍ରକୃତି ମିଶ୍ରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତା ଧରିଛନ୍ତି ପତ୍ନୀ |ତେବେ ଏ ନେଇ ପରେ ଉଭୟ ତୃପ୍ତି ଓ ପ୍ରକୃତିଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେଇଥିଲେ ମଧ୍ୟ ଏହା କୁ ନେଇ ଏବେ ବିଭିନ୍ନ ଆଇନ ଜୀବି ତାଙ୍କର ମତ ମଧ୍ୟ ରଖିଛନ୍ତି | ତେବେ ଏ ସମସ୍ତ ଘଟଣା କୁ ଦୃଷ୍ଟି ରେ ରଖି ମୋନାଲିସା ଗନ୍ତାୟତ ମଧ୍ୟ ତାଙ୍କର ମତ ରଖିଛନ୍ତି |

ସେ ସିଧାସଳଖ କହିଛନ୍ତି ଯେ ପ୍ରକୃତି ମିଶ୍ର ଙ୍କ ର ଏହିପରି ବ୍ୟବହାର ପାଇଁ ତାଙ୍କର ବାପା ମା ହିଁ ଦାୟୀ | ଏହାର କାରଣ ଦର୍ଶାଇ ପାଇଁ ସେ ଏକ ଗୋପ ର ଉଦାହରଣ ମଧ୍ୟ ଦେଇଛନ୍ତି | ସେ କହିଥିଲେ ଛୋଟ ପିଲାଟି ଯେତେବେଳେ କୌଣସି ଜିନିଷ ଚୋରି କରି ଆଣି ତାର ମା କୁ ଦେଖାଇଥାଏ ତାର ତାକୁ ଶାସନ ଦେବା ପରିବର୍ତ୍ତେ ଯଦି ତାକୁ ପ୍ରଶଂସା କରେ ତାହାଲେ ସେ ପିଲା ବଡ଼ ହେଲେ କେବେ ସଠିକ ରାସ୍ତାରେ ଯାଇପାରିବ ନାହିଁ | ତେଣୁ ପ୍ରକୃତି ମିଶ୍ର ଙ୍କ କ୍ଷେତ୍ର ବି ଏହା ହେଇଛି ବୋଲି ସେ କହିଛନ୍ତି ତେଣୁ ପ୍ରକୃତି ର ଏହି ସବୁ ବ୍ୟବହାର ପାଇଁ ପ୍ରକୃତି ଙ୍କ ମା କୁ ଦୋଷ ଦେଲେ ମୋନାଲିସା |

ତେବେ ତାଙ୍କର କହିବା କଥା ଅନୁଯାୟୀ ବାବୁସାନ ଯାହା କରୁଛନ୍ତି ତାହା ଠିକ କରୁନାହାନ୍ତି, କାରଣ ତାଙ୍କର ମା ତାଙ୍କ ପାଇଁ ଆଜି କାନ୍ଦୁଛନ୍ତି ଓ ଓଡିଶା ବାସୀ ଙ୍କୁ ନେବେଦନ କରିଛନ୍ତି ଯେ ମୋ ପୁଅ କୁ ଫେରାଇଦିଅ | ତେଣୁ ବାବୁସାନ ଙ୍କୁ ମଧ୍ୟ ସେ କୋହିଥିଲେ ତାଙ୍କର ବୁଦ୍ଧି ବିବେକ ଥିଲେ ସେ ତାଙ୍କର ମା ଙ୍କ ସହିତ ଏମିତି କରିନଥାନ୍ତେ | ତେଣୁ ପ୍ରକୃତି ମିଶ୍ର ନିଜକୁ ଦି ବେଷ୍ଟ ଭାବନ୍ତି ହେଲେ ତାଙ୍କର ପାଖରେ ସେମିତି କିଛି ଭଲ ଗୁଣ ନାହିଁ ବୋଲି କହିଥିଲେ ମୋନାଲିସା ଗନ୍ତାୟତ | ତେବେ ଏହା ପରେ ସେ ଆଇନ ବିଷୟରେ ସମସ୍ତ କହିଥିବାର ଦେଖାଯାଇଥିଲେ |

ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ବାବୁସାନ ଓ ପ୍ରକୃତି ମିଶ୍ର ଙ୍କ ଭାଇରାଲ ହେଇଥିବା ଭିଡ଼ିଓ ରେ ମୋନାଲିସା ଗନ୍ତାୟତ ଙ୍କ କିଛି ପ୍ରତିକ୍ରିୟା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।