Odisha News Portal

ମାଆ ମରି ପଡିଥିଲା ଝିଅ ମେଟ୍ରିକ ପରୀକ୍ଷା ଦେଉଥିଲା , ଆଖିରେ ଲୁହ ଆଣିଦେବ ଏହି କାହାଣୀ… ଦେଖନ୍ତୁ Video

ଆପଣ ସମସ୍ତେ ନିଶ୍ଚୟ ଜାଣିବେ ଯେ ମଣିଷ ଜୀବନରେ ଅନେକ ଅସୁବିଧା ରହିଥାଏ। ସେହି ଅସୁବିଧାକୁ ସେ ସାମ୍ନା କଟିଥାଏ। କେତେବେଳେ ସୁଖ ଅଛି ତୋ ଆଉ କେତେବେଳେ ଦୁଃଖ ରହିଥାଏ। ତେବେ କେତେବେଳେ ଖୁସି ଆସିବ କେତେ ବେଳେ ଦୁଃଖ ଆସିବ ତାହା ଭଗବାନଙ୍କ ଉପରେ ନିର୍ଭର କରିଥାଏ। କେତେବେଳେ ଜୀବନରେ ଏହି ପ୍ରକାରର ଘଟଣା ହଠାତ୍ ଆସେ, କେହି ଜାଣନ୍ତି ନାହିଁ। ମଣିଷ ବହୁତ କଷ୍ଟଦାୟକ ପରିସ୍ଥିତିର ସମ୍ମୁଖୀନ ହୁଏ ଏବଂ ତୁମ ସହିତ କ’ଣ ହେବ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ତାହା କେହି କହିପାରିବେ ନାହିଁ।

ସେହିଭଳି ଏକ ଘଟଣା ଘଟିଛି, ଜାଣି ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ। ଜଣେ ପରୀକ୍ଷାଥି ନିଜର ମାଆ ମରିବା ପରେ ଶବ ପଡ଼ି ରହିଛି। ପରୀକ୍ଷା ହଲ୍ ରେ ଆସି ପରୀକ୍ଷା ଦେଉଛି ଛାତ୍ରୀ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।ସୂଚନା ଅନୁସାରେ ଏଭଳି ଏକ ଘଟଣା ପାଟଣାଗଡ଼ ଉପକଣ୍ଠ ବେଲପଡ଼ା ଗାଁରୁ ଦେଖିବା ପାଇଁ ମିଳିଛି। ତେବେ ଏହି ଗାଁର ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଅନ୍ୟ ଏକ ରାଜ୍ୟକୁ କାମ କରିବାକୁ ଯାଇଥିଲେ। ସେଠାରେ ଏକ ଭାଟିରେ କାମ କରୁଥିଲେ। ବର୍ତ୍ତମାନ ସମୟରେ ଆପଣ ମାନେ ଦେଖିଥିବେ କିଭଳି ଭାବରେ ଅସହ୍ୟ ତାତି ହେଉଛି।

ତାତି ସହି ନପାରି ସେଠାରେ ତାଙ୍କ ମହିଳା ଜୀବନ ହରାଇଥିଲେ। ହଠାତ ଅସୁସ୍ଥତା ଅନୁଭଵ କରି ତଳେ ପଡ଼ିଗଲେ ଏବଂ ସଂଗେ ସଂଗେ କେହି କିଛି କହିବା ପୂର୍ବରୁ ତାଙ୍କର ଜୀବନ ଚାଲିଗଲା। ଏହାପରେ ମହିଳାଙ୍କ ଶବକୁ ନେଇ ଗାଁକୁ ଚାଲି ଆସିଲେ। ସେମାନଙ୍କ ଗାଁକୁ ଆସିଛନ୍ତି ଜିଲାପାଳଙ୍କ ଅଫିସ ସାମ୍ନାରେ ଘେରାଉ କରିଥିଲେ। ଅଫିସ୍ ଆଗରେ ଶବ ରଖିଥିଲେ। କ୍ଷତି ପୂର୍ଣ ଦାବି ରଖିଥିଲେ। ଯାହାର ଫଳ ସ୍ୱରୂପ ତାଙ୍କୁ ସେଠାରେ ଅନେକ ସମୟ ରହିବା ପାଇଁ ପଡ଼ିଥିଲା। ତାଙ୍କର ଜଣେ ଦଶମ ଶ୍ରେଣୀରେ ଝିଅ ପାଠ ପଢୁଥିଲେ। ତେବେ ବର୍ତ୍ତମାନ ସମୟରେ ଦଶମ ଶ୍ରେଣୀ ପରୀକ୍ଷା ଚାଲିଛି।

ତେବେ ମାଆ ଏପଟେ ମରି ଶବ ପଡିଛି। ଛାତିର ଲୁହକୁ ଆଖିରେ ଚାପି ରଖି ତାଙ୍କୁ ବହୁତ ସଂଘର୍ଷର ସହିତ ପରୀକ୍ଷା ହଲ୍ ରେ ବସି ପରୀକ୍ଷା ଦେଉଥିଲେ। ଯିଏ ବି ଏହା ଦେଖୁଛି ସେ ଶୁଣି ଆଶ୍ଚର୍ଯ୍ୟ ହେବା ସହିତ ଝିଅର ଧର୍ଯ୍ୟକୁ ମାନିବା ପାଇଁ ପଡ଼ିବ ବୋଲି ସେ କହିଥିଲେ। ତେବେ ଏଭଳି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକି ଏଭଳି କମ ଲୋକଙ୍କ ପାଖରେ ସାହସ ଏବଂ ଧର୍ଯ୍ୟ ରହିଥାଏ। ବିଶେଷ କରି ଝିଅ ମାନେ ସର୍ବଦା କଥା କଥାରେ କାନ୍ଦି ପକାନ୍ତି ହେଲେ ଏଠାରେ ଝିଅଟି ଏତେ ଧର୍ଯ୍ୟ ସହିତ ପରୀକ୍ଷା ଦେଇଛି। ତାହା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।