Odisha News Portal

ମାଆ ଆଖିରୁ ଲୁହ ପୋଛୁଛି କୁନି ପୁଅ, ଯେଉଁ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରୁ ବି ଝରିଯିବ ଲୁହ….ଦେଖନ୍ତୁ ଭିଡ଼ିଓ

ଭୁବନେଶ୍ୱର ଶତାବ୍ଦୀ ନଗର ବ୍ୟାଙ୍କ କଲୋନୀ ନିକଟରେ ଗତକାଲି ଘଟିଥିବା ଏକ ଦୁଃଖଦ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।ଏହି ଘଟଣା ରେ ଜଣେ ଛାତ୍ର ଡ୍ରେନ ପାଣିରେ ଭାସି ଯାଇଥିବା ଜଣା ପଡିଛି।ଏହି ନିଖୋଜ ଛାତ୍ରଙ୍କ ନାଁ ଜ୍ୟୋତିପ୍ରକାଶ ବେହେରା। ସେ ଭାସିଯିବା ପରେ ଆଖପାଖ ଅଂଚଳରେ ଥିବା ନାଳ ଓ ପଡିଆରେ ତାଙ୍କୁ ଅନେକ ସମୟ ଧରି ଖୋଜାଖୋଜି ହୋଇଥିଲେ ମଧ୍ୟ ଏବେ ତାଙ୍କର ସନ୍ଧାନ ମିଳି ପାରି ନାହିଁ। ଆଉ ଏହାପରେ ଆଶା ଆଶଙ୍କାରେ ରହିଛନ୍ତି ପରିବାର ଲୋକ। ସେଠାରେ କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ। ଏଭଳି ଖବର ଆସିବା ପାଖରୁ କାହାର ଆଖିରୁ ଲୁହ ସୁଖୁ ନାହିଁ।

ଆଉ ଏହି ସମୟରେ ନିଖୋଜ ଥିବା ବାଳକ ଙ୍କ ମାଆ ଏହି ଘଟଣା ଘଟିବା ପରେ ସେ ଅନବରତ ଭାବରେ କାନ୍ଦିବାରେ ଲାଗିଛନ୍ତି। ସବୁବେଳେ ତାଙ୍କ ଆଖିରୁ ଝରୁଛି ଲୁହ। ଆଉ ଏହି ସମୟରେ ଦେଖିବାକୁ ମିଳିଛି ଏକ ଏମିତି ଦୃଶ୍ୟ ଯାହା ଦେଖିଲେ ଆପଣ ଆପଣଙ୍କ କାନ୍ଦ କୁ ଏବଂ ଲୁହକୁ ଅଟକାଇ ପାରିବେ ନାହିଁ। ଦେଖିବାକୁ ମିଳିଛି ଯେ ଉକ୍ତ ନିଖୋଜ ବାଳକଙ୍କ ମାଆ କାନ୍ଦୁଥିବା ବେଳେ ମାଆ ର ଦୁଃଖକୁ ଦେଖି ମାଆ ଆଖିରୁ ଲୁହ ପୋଛି ଦେଉଛି କୁନି ପୁଅ। ନିଜେ ଆସି ମାଆ ଆଖିରୁ ଲୁହ ପୋଛି ଦେଇ ମାଆର କାନ୍ଦ କୁ ବନ୍ଦ କରିବାକୁ ଚେଷ୍ଟା କରୁଛି।

ଯେଉଁ ଦୃଶ୍ୟ ଦେଖିଲେ ଛାତି ଫାଟି ଯିବା ଭଳି ଲାଗୁଛି।ତଥାପି ବୁଝୁନି ମାଆ ମନ। ପୁଅକୁ ହରାଇ ମାଆ ଏକ ପ୍ରକାରର ନିସ୍ତେଜ ଶରୀର ଭଳି ହୋଇ ଯାଇଛି। କିଏବା ଏହାକୁ ସହି ପାରିବ। ସତରେ ଏ ବିଧାତା ର କଣ ନିୟମ ତାହା ତାଙ୍କୁ ହିଁ ଜଣା। ତେବେ ଏବେ ବି ଛାତ୍ର ଜଣଙ୍କ ନିଖୋଜ ଥିବା ବେଳେ, ରାତି ତମାମ ଏଥିପାଇଁ ଖୋଜାଖୋଜି ଚାଲିଥିଲା। କିନ୍ତୁ ଏତେ ପରେ ବି କୌଣସି ପତ୍ତା ମିଳି ପାରି ନଥିଲା। ତାଙ୍କୁ ଖୋଜିବା ପାଇଁ ଅନବରତ ଉଦ୍ୟମ ଜାରି ରହିଥିବା ବେଳେ ଅଗ୍ନିଶମ ବାହିନୀ କର୍ମଚାରୀ ଖୋଜାଖୋଜି ଜାରି ରଖିଛନ୍ତି।

ତେବେ ଆପଣଙ୍କୁ କହି ରଖୁଛୁ କି ଗତକାଲି ଅପରାହ୍ନରେ ରାଜଧାନୀ ରାସ୍ତାକଡ଼ ଡ୍ରେନରେ ଭାସି ଯାଇଥିଲେ ଏହି ୧୫ ବର୍ଷର ଛାତ୍ର । ତାଙ୍କର ଗୋଡ ଖସି ଯିବାରୁ ମୁକୁଳା ପଡିଥିବା ଡ୍ରେନ୍‌ ଭିତରେ ପଡି ଯାଇଥିଲେ ସେ। ଆଉ ତା ପରଠାରୁ ଏହି ଦଶମ ଶ୍ରେଣୀ ଛାତ୍ର ଜଣଙ୍କ ନିଖୋଜ ରହିଛନ୍ତି।ସେ ଜଣେ ମେଧାବୀ ଛାତ୍ର ଥିଲେ। ଦଶମ ଶ୍ରେଣୀରେ ସେ ୯୦ ପ୍ରତିଶତ ରୁ ଅଧିକ ମାର୍କ ରଖିବେ ବୋଲି ମାଆ କୁ କହିଥିଲେ। ଏସବୁ କଥା କାନ୍ଦି କାନ୍ଦି ତାଙ୍କ ମାଆ ଗଣମାଧ୍ୟମ ସମ୍ମୁଖରେ କହୁଥିବା ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।