Odisha News Portal

ମାତ୍ର ୭ଦିନରେ ମିଳିବ ଡିଏଲ୍ ! ନା ଦୌଡିବାକୁ ପଡିବ କୌଣସି ବି ଅଫିସ୍ ନା ହିଁ ଘଂଟା ଘଂଟା ଧରି ରହିବାକୁ ହେବ ଲାଇନ୍ ଲାଗାଇ

ବର୍ତ୍ତମାନର କିଛି ବଡ ଅପଡେଟ । ମାତ୍ର ସାତ ଦିନରେ ମିଳିବ ଡ୍ରାଇଭିଂ ଲାଇସେନ୍ସ । ଏଥିପାଇଂ ଆପଣଙ୍କୁ ଆଉ କୌଣସି ବି ଅଫିସ୍ କୁ ଦୌଡିବାକୁ ପଡିବ ନାହିଁ କିମ୍ବା ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହେବାକୁ ପଡିବ ନାହିଁ । ତେବେ ଘରେ ବସି ବିନା କୌଣସି ସମସ୍ୟାରେ ପ୍ରସ୍ତୁତ କରି ପାରିବେ ଡ୍ରାଇଭିଂ ଲାଇସେନ୍ସ । ଆଉ ଆପ୍ଲାଏର 7 ଦିନ ଭିତରେ ଘରେ ପହଞ୍ଚି ଯିବ ଡିଏଲ୍ । ତେବେ ଚାଲନ୍ତୁ ଜାଣି ନେବା କଣ ରହିଛି ସଂମ୍ପୂର୍ଣ୍ଣ ଅପଡେଟ ଏବଂ ଏହାକୁ ଆପଣ କେମିତି ଆବେଦନ କରିବେ ତାହାର ପ୍ରଣାଳୀ ବିଷୟରେ ।

ତେବେ ସାଧାରଣତଃ ଗାଡି ଚଲାଇବାକୁ ହେଲେ ଚାଳକଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ରହିବା ଅତ୍ୟନ୍ତ ଆବଶ୍ୟକ । କାହିଁକି ନାଁ ବିନା ଡିଏଲରେ ଗାଡି ଚଲାଇବା ବେଆଇନ ଘୋଷିତ ହେବା ସହିତ ଏଥିପାଇଁ ଚାଳକଙ୍କଠାରୁ ମୋଟା ଅଙ୍କର ରାଶି ଜରିମାନା ଆଦାୟ କରିଥାଏ ଟ୍ରାଫିକ୍ ପୋଲିସ ।

ତେଣୁ ଯଦି ଆପଣ ବିନା ଡିଏଲରେ ଗାଡି ଚଳାଉଛନ୍ତି ତେବେ ତୁରନ୍ତ ଡ୍ରାଇଭିଂ ଲାଇସେନ୍ସ ବନାଇ ଦିଅନ୍ତୁ ନଚେତ ଆପଣ ବହୁତ ଅସୁବିଧାରେ ପଡିପାରନ୍ତି । ତେବେ ଏହି ଡ୍ରାଇଭିଂ ଲାଇସେନ୍ସକୁ ନେଇ ଉତ୍ତର ପ୍ରଦେଶ ସରକାର ଆରମ୍ଭ କରିଛନ୍ତି ଏକ ନୂଆ ଅଭିଯାନ । ଯେଉଂଥିରେ ଆବେଦନ କରିବାର ମାତ୍ର ୭ ଦିନ ଭିତରେ ହିଁ ଆବେଦନକାରୀଙ୍କ ଘରେ ପହଞ୍ଚି ଯିବ ଡ୍ରାଇଭିଂ ଲାଇସେନ୍ସ ।

ତେବେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଚାଳକଙ୍କୁ ବର୍ତ୍ତମାନ ବହୁତ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବନି କିମ୍ବା ଦୀର୍ଘ ସମୟ ଧରି ଲମ୍ବା ଧାଡିରେ ଆଉ ଛିଡା ହେବାକୁ ପଡିବ ନାହିଁ । କାହିଁକି ନା ପରିବହନ ବିଭାଗର ଏଭଳି 24 ଟି ସେବାକୁ ଶେଷ କରିବା ପାଇଁ ଉତରପ୍ରଦେଶ ସରକାର 7 ଦିନର ସମୟ ସୀମା ଧାର୍ଯ୍ୟ କରିଛନ୍ତି । ଅର୍ଥାତ୍ ଏଣିକି ଡ୍ରାଇଭିଂ ଲାଇସେନ୍ସ ତଥା ପରିବହନ ବିଭାଗ ସହ ଜଡିତ କୌଣସି ବି କାର୍ଯ୍ୟକୁ ଆରଟିଓକୁ 7 ଦିନ ସମୟ ଭିତରେ ସାରିବାକୁ ପଡିବ ।

ତେବେ କେବଳ ଡ୍ରାଇଭିଂ ଲାଇସେନ୍ସ ନୁହେଁ ବରଂ ଗାଡିର ସମସ୍ତ ପ୍ରକାର ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ମଧ୍ୟ ସରଳୀକରଣ କରିଛନ୍ତି ଉତ୍ତର ପ୍ରଦେଶ ସରକାର । ଯାହାଫଳରେ ଗାଡିର ରେଜିଷ୍ଟ୍ରେସନ ପାଇଁ ଏଣିକି ମାଲିକଙ୍କୁ ଆଉ ଆରଟିଓ ଅଫିସ କୁ ଯିବା ପାଇଁ ପଡିବ ନାହିଁ । କାହିଁକି ନାଁ ଗାଡି କିଣିବା ସମୟରେ ହିଁ ଗାଡିମାଲିକଙ୍କୁ ତରୁନ୍ତ ରେଜିଷ୍ଟ୍ରସନ ନମ୍ବର ପ୍ରଦାନ କରିଦିଆଯିବ ।

ସୂଚନା ଅନୁସାରେ, ଏହି ନୂତନ ବ୍ୟବସ୍ଥାର ଆରମ୍ଭ ପ୍ରଥମେ ଉତ୍ତର ପ୍ରଦେଶର ଦୁଇଟି ସହରରେ ଲାଗୁ କରାଯାଇଛି । ଯଦି କୌଣସି ଗାଡି ଚାଳକ ଡ୍ରାଇଭିଂ ଲାଇସେନ୍ସ କିମ୍ବା ଅନ୍ୟ କୌଣସି କାମ ପାଇଁ ଆରଟିଓ ଅଫିସ ଯାଉଛନ୍ତି ତେବେ ତାଙ୍କୁ ଏଥିପାଇଁ ପ୍ରଥମେ ଟୋକନ ନେବାକୁ ପଡିବ । ଯାହାଦ୍ୱାରା ଆବେଦନ କାରୀଙ୍କୁ ଆଉ ଅନାବଶ୍ୟକ ଭାବରେ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡା ହେବାକୁ ପଡିବ ନାହିଁ । ତେବେ ଯଦି ଏହି ଯୋଜନା ସଫଳ ହୁଏ ତାହେଲେ ଏହାକୁ ସାରା ରାଜ୍ୟରେ ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି ଯୋଗୀ ସରକାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।