କୋଭିଡ କଟକଣା ଭିତରେ କେମିତି ହେବ ମ୍ୟାଟ୍ରିକ ପରୀଷା । କେବେ ହେବ ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା । ଏଭଳି ପ୍ରଶ୍ନ ଭିତରେ ଛାତ୍ରଛାତ୍ରୀ ଏବଂ ଅବିଭାବକ ମାନେ ଛନ୍ଦି ହୋଇ ପଡିଥିବା ବେଳେ ଆସିଛି ଏ ବର୍ଷ ପରୀକ୍ଷାର ପ୍ରାଥମିକ ସୂଚନା । ପରୀକ୍ଷା ଶୈଳୀରେ କେତେକ ପରିବର୍ତ୍ତନ ପାଇଁ ମାଧ୍ୟମିକ ବୋର୍ଡ ଯୋଜନା କରୁ ଥିବା ନେଇ ସଂକେତ ମିଳିଛି । ସେଥି ମଧ୍ୟରୁ ପ୍ରତି ବିଷୟର ନମ୍ବର ରେ ହ୍ରାସ ପାଇବା ନେଇ ମଧ୍ୟ ସୂଚନା ମିଳିଛି ।
ମ୍ୟାଟ୍ରିକ ପରୀକ୍ଷା ନେଇ ଆସି ପାରେ ବଡ ନିଷ୍ପତି । 100 ବଦଳରେ ହୋଇ ପାରେ 80 ମାର୍କ ର ପରୀକ୍ଷା . । ତେବେ କୋଭିଡ୍ କଟକଣା ଭିତରେ ନିୟମିତ ସ୍କୁଲ ପାଠ ପଢା ବନ୍ଦ ଥିବା ବେଳେ ଏଭଳି ଏକ ନିଷ୍ପତି ନେଇ ପାରେ ମାଧ୍ୟମିକ ଶକ୍ଷା ବୋର୍ଡ ।
ଚଳିତ ଶିକ୍ଷା ବର୍ଷ ପଛାଇ ଯାଇ ଥିବାରୁ ଏଥର ମ୍ୟାଟ୍ରିକ ପରୀକ୍ଷା କିଭଳି କରା ଯିବ , ସେ ନେଇ ମଧ୍ୟ ଦ୍ବନ୍ଦ ଜାରି ରହିଛି । ତେବେ ଚଳିତ ବର୍ଷ କମ୍ ମାର୍କ ରେ ପରୀକ୍ଷା ହେବା ସମ୍ଭାବନା ଥିବା ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରତି ବିଷୟ 100 ନମ୍ବର ବଦଳରେ 80 ନମ୍ବର ରେ ହେବ ବୋଲି ସୂଚନା ମିଳିଛି । ଆଉ ଏଥିରେ ବିଷୟ ଭିତ୍ତିକ ପ୍ରଶ୍ନ ଅଧିକ ରହିବ ବୋଲି କୁହା ଯାଉଛି ।
ତେବେ କୋଭିଡ କଟକଣା ଯୋଗୁଁ ଅନଲାଇନ୍ ପାଠ ପଢା ହେଉ ଥିବାରୁ ଏହା ସାଧାରଣ ପିଲା ଙ୍କ ପାଠପଢାକୁ ପ୍ରଭାବିତ କରିଛି । ତେଣୁ ପୂର୍ବ ରୁ ବୋର୍ଡ ସିଲାବସ୍ ରେ 30 ପ୍ରତିଶତ ପାଠ କମାଇ ଥିଲା , ଆଉ ଏହାର ଆଧାର ରେ ପ୍ରତ୍ୟେକ ବିଷୟ ରେ ନମ୍ବର କମ୍ କରା ଯିବ ବୋଲି କୁହା ଯାଉଛି । ଅନ୍ୟପଟେ ପୂର୍ବ ରୁ ଗଣଶିକ୍ଷା ମନ୍ତ୍ରୀ ଅତି କମ୍ ରେ 100 ଦିନର ପାଠ ପଢା ହେବ ଏବଂ ତା ପରେ ପରୀକ୍ଷା କରା ଯିବା ନେଇ ସଂକେତ ଦେଇ ଥିଲେ ।
ତେବେ ବର୍ତ୍ତମାନ ସମୟରେ ଅନୁଲାଇନ୍ ମାଧ୍ୟମରେ ପରୀକ୍ଷା କରାଯିବ ବୋଲି କୌଣସି ସୂଚନା ନମିଳିଥିଲେ ମଧ୍ୟ ଚଳିତ ବର୍ଷ ସ୍ବାଭାବିକ ଭାବେ ଅଫଲାଇନ୍ ରେ ହିଁ ପରୀକ୍ଷା କରାଯିବ । ହେଲେ ଅଧିକ ପରୀକ୍ଷାକେନ୍ଦ୍ର, ଅଧି୍କ ମୂଲ୍ୟାୟନକାରୀ ଅର୍ଥାତ ସବୁକିଛି ଅଧିକ ହିଁ ବ୍ୟବସ୍ଥା କରାଯିବ ।
ଯାହାଦ୍ବାରା ପରୀକ୍ଷାକେନ୍ଦ୍ର ଅଧିକ କରାଗଲେ ପରୀକ୍ଷା ଦେଉଥିବା ପିଲାମାନଙ୍କ ମଧ୍ୟରେ ସାମାଜିକ ଦୂରତା ରହିବ ଏବଂ କମ୍ ଏଥିପାଇଁ କରାଯାଉଛି ଯେ ଅଳ୍ପ ସମୟ ମଧ୍ୟରେ କିଭଳି ପରୀକ୍ଷା ଶେଷ କରାଯିବ । ଏହାଛଡା ସବଜେକ୍ଟିଭ ପ୍ରଶ୍ନୋତ୍ତର ଅଧିକ ନରଖି ଅବଜେକ୍ଟିଭ ପ୍ରଶ୍ନୋତ୍ତରକୁ ବେଶି ଗୁରୁତ୍ବ ଦିଆଯିବ ବୋଲି ଯାହା ବୋର୍ଡ ତରଫରୁ ବର୍ତ୍ତମାନ ପରିସ୍ଥିତିରେ ସୂଚନା ମିଳିଛି ।
ମ୍ୟାଟ୍ରିକ ପରୀକ୍ଷା ସମୟ ରେ ସାମାଜିକ ଦୂରତା କୁ ଗୁରୁତ୍ବ ଦେବା ସହ ଅଳ୍ପ ସମୟ ରେ ଏହାକୁ ଶେଷ କରିବାକୁ ବୋର୍ଡ ଗୁରୁତ୍ବ ଦେବ ବୋଲି ସୂଚନା ମିଳିଛି । ତେବେ ଚୁଡାନ୍ତ ରୂପରେଖା ପ୍ରସ୍ତୁତ ହେବା ପରେ ଏ ନେଇ ଗଣଶିକ୍ଷା ବିଭାଗ ସ୍ପଷ୍ଟ କରିବ ବୋଲି ଜଣା ପଡିଛି ।