ମାସରେ କେବଳ ଥରେ ପିଅନ୍ତୁ,ଏହି ଘରୋଇ ଉପାୟକୁ ମାତ୍ର କିଛି ସମୟ ପରେ ଫୁସଫୁସକୁ ସମ୍ପୂର୍ଣ୍ଣ ସଫା କରିଦେବ !

ଆଜି ଆମେ ଜାଣିବା କିଛି ଘରୋଇ ଜିନିଷ ସହାୟତାରେ ଆମେ କିପରି ଆମ ଫୁସଫୁସକୁ ସଫା କରି ପାରିବା । ତେବେ ଆପଣ କେମିତି ଜାଣିବେ ଆପଣଙ୍କର ଫୁସଫୁସ ଠିକ ଭାବରେ କାମ କରୁଛି କି ନାହିଁ । ତେବେ ୟଦି ଆପମଙ୍କୁ ବହୁତ ଶିଘ୍ର ଥଣ୍ଡା କାଶ ହେଉଥାଏ , ଆପଣ ଅଳ୍ପ ପଲ୍ୟୁସନକୁ ଯିବା ଦ୍ବାରା ଯଦି ଆପଣଙ୍କର ନାକରୁ ପାଣି ଆସିବା ଆରମ୍ଭ ହୋଇଯାଏ , ଆଖି କୁଣ୍ଡେଇ ହେବାକୁ ଲାଗେ ବା ଛିଙ୍କ ହେବାକୁ ଲାଗେ, ସାଥିରେ ଯଦି ଆପଣଙ୍କୁ ନିଶ୍ବାସ ପ୍ରଶ୍ବାସ ନେବାକୁ ସମସ୍ୟା ଉତ୍ପନ୍ନ ହୁଏ ,

ଅଳ୍ପ ସିଡି ଚଢିବା ଦ୍ବାରା ଯଦି ଆପଣଙ୍କୁ ନିଶ୍ବାସ ଫୁଲିବାକୁ ଲାଗେ ଏବଂ ଅଳ୍ପ ଚାଲିବା ଦ୍ବାରା ଯଦି ଆପଣଙ୍କର ନିଶ୍ବାସ ଫୁଲିବାକୁ ଲାଗେ ତେବେ ଏହି ସମସ୍ତ ସମସ୍ୟା ଆପଣଙ୍କର ଫୁସଫୁସ ଠିକ ଭାବରେ କାମ ନକରିବା କାରଣରୁ ହୋଇଥାଏ । ଆପଣଙ୍କର ଏହି ସମସ୍ୟା ସବୁକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ ।

ଆଜି ଆମେ ଆପଣଙ୍କୁ ତିନୋଟି ଉପାୟ ବିଷୟରେ ଜଣାଇବୁ ଯାହାଦ୍ବାରା ଆପଣ ନିଜର ଫୁସଫୁସକୁ ସଫା କରି ପାରିବେ । ପ୍ରଥମରେ ଏକ୍ସାସାଇଜ , 2ୟରେ ବାମ୍ଫ ନେବାକୁ ହେବ ଏବଂ 3ୟରେ ଏକ ସହତ ଘରୋଇ ଡ୍ରିଙ୍କ ।

ପ୍ରଥମ କାମ ଆପଣଙ୍କୁ କରିବାକୁ ହେବ ଏକ ଏକ୍ସାସାଇଜ । ସେହି ଏକ୍ସାସାଇଜଟି ହେଉଛି ଡିପବ୍ରିଥିଙ୍କ । ଡିପବ୍ରିଥିଙ୍ଗ ଆପଣ କେଉଁଠି ବି ବସି କରିପାରିବେ । ଆରମ୍ଭରୁ ଏହାକୁ ପାଞ୍ଚ ମିନିଟ କରନ୍ତୁ ତାପରେ ଏହାକୁ ଧୀରେଧୀରେ 15 ମିନିଟ ପୁର୍ଯ୍ୟନ୍ତ କରିପାରିବେ । ଏହା କରିବା ପାଇଂ ଆପଣ ପ୍ରଥମେ ସିଧା ହୋଇ ବସନ୍ତୁ । ନିଶ୍ବାସକୁ ଭିତରକୁ ଟାଣି 5-10 ସେକେଣ୍ଡ ପର୍ଯ୍ୟନ୍ତ ରଖନ୍ତୁ । 5ସେକେଣ୍ଡ ପରେ ଧିରେଧିରେ ପ୍ରଶ୍ବାସକୁ ବାହରକୁ କାଢନ୍ତୁ ।


2ୟରେ ବାମ୍ଫ ନିଅନ୍ତୁ । ଆପଣ ପାଣିରେ 5-6 ବନ୍ଦା ୟୁକୋଲିପଟିସ୍ ଅଏଲ ମିଶାନ୍ତୁ । ଏହାକୁ ଆମେ ନୀଳଗିରି ତେଲ ମଧ୍ୟ କହିଥାଉ । ପାଣିରେ ଏହାକୁ ମିଶାଇ ଗରମ କରି ଏହାର ବାମ୍ଫ ନିଅନ୍ତୁ । 3ୟରେ ଡ୍ରିଙ୍କ ବିଷୟେର ଜାଣିବା । ପ୍ରଥମେ ଆପଣ ଏକ ଲିଟର ପାଣି ନେଇ ଗ୍ୟାସରେ ବସାନ୍ତୁ . ତାପରେ ଏକ ଇଞ୍ଚ ମାପର ଏକ ଛୋଟ ଅଦାକୁ ହାଲକା ଛେଚି ପାଣିରେ ପକେଇ ଦିଅନ୍ତୁ ।

ଏହାପରେ ଏକ ଚାମଚ ହଳିଦୀ ଗୁଣ୍ଡ ମିଶାନ୍ତୁ । ତାପରେ ଗୋଟିଏ ପିଆଜକୁ ନେଇ ଛୋଟଛୋଟ ପିସ କରି କାଟି ସେଥିରେ ମିଶାନ୍ତୁ । ଏହି ପାଣିକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେପର୍ଯ୍ୟନ୍ତ ଏହା ଏକ ଗ୍ଲାସ ନ ରହିଯିବ । ଏହପରେ ତାହାକୁ ଘୋଡାଇ ଥଣ୍ଡା ହେବାକୁ ଛାଡିଦେବେ । ଥଣ୍ଡା ହେବାପରେ ତାହାକୁ ଏକ ଗ୍ଲାସକୁ ଛାଣି ନିଅନ୍ତୁ ଏବଂ ଏକ ଚାମଚ ମହୁ ମିଶାନ୍ତୁ । ଏହି ଜୁସକୁ ମାସରେ କେବଳ ଥରେ ପିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment