Odisha News Portal

ଦେଖନ୍ତୁ ଏହି ଛାତିଥରା ଭିଡିଓ ! ମୂତ୍ୟୁ ପୂର୍ବରୁ ଏହି ଗୀତ ଗାଇଥିଲା କୁନି କଅଁଳ ଶିଶୁ ପରୀ , ଶୁଣିଲେ ଆପଣଙ୍କ ଆତ୍ମା କାନ୍ଦି ଉଠିବ, ନିଶ୍ଚୟ ଶୁଣନ୍ତୁ……..

ପରୀ ହତ୍ୟା ମାମଲାକୁ ନେଇ ଆସିଛି ଏକ ନୂଆ ଟୁଇଷ୍ଟ । ମୂତ୍ୟୁ ପୂର୍ବରୁ ଏହି ଗୀତ ଗାଇଥିଲା କୁନି କଅଁଳ ଶିଶୁ ପରୀ । ତେବେ ନିଜର 5 ବର୍ଷର ଶିଶୁ କନ୍ୟା ପରୀର ହତ୍ୟାକାରୀକୁ ଗିରଫ ଦାବିରେ ଏବଂ ନିଜ ଝିଅକୁ ନ୍ୟାୟ ଦାବିରେ ଦୀର୍ଘ 4 ମାସ ରୁ ଉର୍ଦ୍ଧ ସମୟ ଧରି ଜାରି ରହିଛି ପ୍ରଶାସନ ସହିତ ଲଢେଇ । ଆଉ ଶେଷରେ ଚରମ ନିଷ୍ପତି ବିଧାନସଭା ଆଗରେ ଆତ୍ମହୋତି ଉଦ୍ୟମ କରିଥିଲେ ପରୀର ମାଁ । ଆଉ ଏହା ପରେ ବର୍ତ୍ତମାନ ତାଙ୍କ ପାଇଂ ରାଜ୍ୟର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ବିଭିନ୍ନ ରାଜନୈତକ ଦଳ ବିକ୍ଷୋଭ କରୁଛନ୍ତି ଏବଂ ରାଲି ମଧ୍ୟ ଚାଲିଛି । ଆଉ ସମସ୍ତଙ୍କ ମୁହଁରେ କେବଳ ଗୋଟିଏ କଥା ଯେ କୁନି ଝିଅ ପରୀ ନ୍ୟାୟ ପାଉ ।

ଆଉ ଏହି ଚାପ ଫଳରେ ସରକାର ନିଷ୍ପତି ନେଇଛନ୍ତି ଯେ ଏସଆଇଟି ଏହାର ତଦନ୍ତ ଭାର ଗ୍ରହଣ କରିବ ଏବଂ ଏସଆଇଟି ତଦନ୍ତ କରିବ । ତେବେ ବର୍ତ୍ତମାନ ସମୟରେ କୁନି ପରୀ ର ମୂତ୍ୟୁ ପୂ୍ର୍ବରୁ ଗାଇ ଥିବା ଏକ ଗୀତର ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ତେବେ ଚାଲନ୍ତୁ ଜାଣିବା କଣ ଗାଇ ଥିଲା ପରୀ ସେହି ଭିଡିଓରେ ।


ତେବେ ଭିଡିଓଟିରେ ପରୀ ଜାତୀୟ ସଂଗୀତ ଗାଉ ଥିବାର ନଜରର ଆସିଛି । “ଜନଗଣ ମନ ଅଧିନାୟକ ଜୟ ହେ, ଭାରତ ଭାଗ୍ୟ ବିଧାତା ” ଏହିପରି ପରୀ ତାର କୁନି ନିଷ୍ପାପ ମୁଖରେ ଅତି ସୁନ୍ଦର ଭାବରେ ଏହି ଗୀତ ଗାଉଥିଲା । ତେବେ ଢଳ ଢଳ ଆଖି ଆଉ ଥରିଲା ଥରିଲା ଦରୁଡି କଣ୍ଠରେ ପରୀ ସେ ଦିନ ବହୁତ ସୁନ୍ଦ ଭାବରେ ଗୀତ ଗାଉଥିଲା ।

ଆଉ ତାର ବୋଉ ଜିଦ୍ କରୁଥିଲା ମାରେ ଆଉ ଥରେ ଗାଆନ୍ତୁନି କିନ୍ତୁ ପରୀ ମାନୁ ନଥିଲା ଅଝଟ ହେଉଥିଲା । ଆଖି ପହରେଇ ବହୁତ ଚଗଲା ହେଇଥିଲା , ହେଲେ ଏହି ନିଷ୍ପାପ ଆଖି ଯୋଡାକ କେହି ଜହ୍ଲାଦ ଟାଣି ନେଲା । ଆଉ ପରୀ ସବୁ ଦିନ ପାଇଁ ଆଖି ବୁଜିଦେଲା ।
ତେବେ ଏହି ଗୀତ ଗାଇବାଟା ଥିଲା ଜାନୁଆରୀ 26 ତାରିଖ ପୂର୍ବରୁ । ଏହି କଥା ଦୁଃଖଦ କଥା କହିଲା ବେଳକୁ ଯେମିତି ଛାତି ଭିତରଟା କୋରି ହୋଇ ଯାଉଛି । ତଥାପି ଏହି ନିଷ୍ଠୁର ସତକୁ ସମସ୍ତଙ୍କୁ ମାନିବାକୁ ପଡିବ । ତେବେ ଏ ହେଉଛି ସେହି ପରୀ ଯାହାକୁ ନେଇ ଏବେ ନୟାଗଡରୁ ନୂଆଦିଲ୍ଲୀ ସବୁଠି ଚର୍ଚ୍ଚା । ଆଉ ସରଗରମ୍ ହେଉଛି ରାଜନୀତି ।


ଆଉ ଏତିକି ବେଳେ ଭାଇରାଲ ହେଉଛି ପରୀର ଗୀତ ଗାଇଥିବା ଏକ ଭିଡିଓ ଏବଂ କିଛି ହାତ ଲେଖା । “ପରୀ ଗୋଟିଏ ଭଲ ପିଲା ” ଏମିତି କିଛି ଲେଖାଥିବା ହାତ ଲେଖା ଭାଇରାଲ ହେଉଛି । ଆଉ ସେହି ହାତଲେଖା ବହୁତ ସୁନ୍ଦର ଏବଂ ଗୋଲଗୋଲ ଠିକ୍ ପରୀ ଭଳି । ଆଉ ଗୋଟିଏ ପୃଷ୍ଠାରେ ଅଙ୍କ କଷିଥିବାର ଲେଖା , କେତେ ମିଶାଣ କେତେ ଫେଡାଣ କରିଛି ।

କିନ୍ତୁ ଜୀବନ ବହିରୁ ତାର ଆୟୁଷ ଈଶ୍ବର ଏମିତି ଛଡାଇନେବେ ସେକଥା କଣ ଠିକ୍ ହୋଇଛି । ଆଦୌ ନୁହେଁ ନାଁ ,ଅସମୟ ମୃତ୍ୟୁରେ ନୀରବି ଯାଉଥିବା ପରି ପାଇଁ ଆଜି ରାଜ୍ୟ ଉଠୁଛି ପଡୁଛି । ଦୋଷୀ ଦଣ୍ଡ ପାଉ ସମସ୍ତେ ଚାହୁଁଛନ୍ତି । କିନ୍ତୁ ଏହି ଭିଡିଓ ଦେଖି ଏମିତି ମନେ ହେଉଛି ପରୀ ଯେମିତି କହୁଛି “ମୋ ପରିକା ଆଉ କୋଉ ପରୀର ଏମିତି କ୍ଷତି କରନି” “ମୁଁ ପରୀ କହୁଛି ପ୍ଲିଜ୍ ।”

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।