ଓଡିଶା ହାଇକୋର୍ଟ ଙ୍କ ଏୌତିହାସିକ ରାୟ ! ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖିବା ଅପରାଧ ନୁହେଁ ! ଖବର ଟି ସମ୍ପୂର୍ଣ୍ଣ ପଢନ୍ତୁ….

ସମ୍ପର୍କ ଏମିତି ଏକ ଋତୁ ଯାହା ପରକୁ ଆପଣାର କରିଦିଏ । ଯୁଗ ଯୁଗକୁ ବାନ୍ଧି ଦିଏ ଏକ ଅଦୃଶ୍ୟ ବନ୍ଧନରେ । ସମ୍ପର୍କ ବଜାଇ ରଖିବା ଏକ ସୂକ୍ଷ୍ମ କଲା ବା ଖାଲି ଟିକେ ନିସ୍ୱାର୍ଥପର ପ୍ରେମ ଉଭୟଙ୍କ ଆଡୁ ଲୋଡା ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ସେହି ସଂପର୍କକୁ ନେଇ କରି ମାନ୍ୟବର ଓଡିଶାର ହାଇକୋର୍ଟଙ୍କର ରାୟ ବିଷୟରେ । ବିବାହର ପ୍ରତିଶ୍ରୁତି ଦେଇ ଯୌନ ସଂପର୍କ ରଖିବା ଅପରାଧ ନୁହେଁ ବୋଲି ହାଇକୋର୍ଟ ନିଜର ରାୟରେ କହିଛନ୍ତି । ସୂଚନା ଯୋଗ୍ୟ କି ପୂର୍ବରୁ ବିବାହର ପ୍ରତିଶ୍ରୁତି ଦେଇ ଯୌନ ସଂପର୍କ ରଖି ପରେ ବିବାହ ନକଲେ ତାହାକୁ ଅପରାଧ ବୋଲି ମାନାଯାଉଥିଲା ।

ସେହି ସମୟରେ ଯଦି ଜଣେ ମହିଳା ଅନ୍ୟ ପୁରୁଷ ସହିତ ଶାରିରୀକ ସଂପର୍କ ରଖନ୍ତି ଏବଂ ପରେ କୁହନ୍ତି କି ସେ ମୋତେ ବିବାହର ପ୍ରତିଶ୍ରୁତି ପ୍ରଦାନ କରିଥିଲେ ଯେଉଁଥିପାଇଁ ସେ ଶାରିରୀକ ସଂପର୍କ ରଖିଥିଲେ । ତେବେ ମହିଳାଙ୍କର ଏପରି ବୟାନରେ ସେହି ବ୍ୟକ୍ତିଟି ଉପରେ ଆଇନଗତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉଥିଲା ।

ତାହାକୁ ଏକ ଅପରାଧ ବୋଲି ମନେ କରାଯାଉଥିଲା । ମାତ୍ର ଏବେ ସେମିତି କଲେ ତାହା ଏକ ଅପରାଧ ନୁହୋଁ ବୋଲି ରାୟ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ତେବେ କଣ ରହିଛି ଏହି ଘଟଣାର ସଂପୂର୍ଣ୍ଣ ବିଷୟ ବସ୍ତୁଟି ଆସନ୍ତୁ ଜାଣିବା । ବିଚାରପତି ସଞ୍ଜିବ କୁମାର ପାଣିଗ୍ରାହୀଙ୍କୁ ନେଇ ଅନୁଷ୍ଟିତ ଖଣ୍ଡପିଠ ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଏପରି ଏକ ରାୟ ପ୍ରଦାନ କରିଛନ୍ତି । 2019 ଡିସେମ୍ବାର 18 ରେ ଅଦାଲତ ଏହି ମାମଲାର ଜାମିନ ଖାରଜ କରିଥିବା ବେଳେ ଖଣ୍ଡପିଟ ଜାମିନ ପ୍ରଦାନ ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଜାମିନରେ ଯିବା ପରେ ଆବେଦନକାରୀ ତଦନ୍ତରେ ସହଯୋଗ କରିବେ । ପିଡିତାଙ୍କୁ ଧମକ ଦେବେ ନାହିଁ କି ଜାମିନରେ ଅପବ୍ୟବହାର କରିବେ ନାହିଁ ।

କୋରାପୁଟ ପାଟଙ୍ଗି ଥାନାରେ ଏକ ଦୁଷ୍କର୍ମ ମାମଲା ଦାୟର ହୋଇଥିଲା । ଜଣେ ଅନୁସୂଚିତ ଜନଜାତିର ମହିଳାଙ୍କ ବୟାନ ଅନୁସାରେ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ତାଙ୍କ ସହ ରେଫ କରିଛନ୍ତି । ତେବେ ଏହି ଘଟଣାରେ ପୋଲିସ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାକୁ ଚ୍ୟାଲେଞ୍ଚ କରି ଯୁବକ ଜଣକ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ । ଏହା ପରେ ହାଇକୋର୍ଟଙ୍କର ହୃଦବୋଧ ହୋଇଥିଲା କି ସେମାନେ ଗୋଟିଏ ଅଞ୍ଚଳର ଏବଂ ସେମାନଙ୍କର ପ୍ରେମ ସଂପର୍କ ରହିଛି । ପରେ ଉଭୟଙ୍କ ଶାରିରୀକ ସଂପର୍କ ପରେ ପିଡିତା ନିଜର 2 ଥର ଗର୍ଭ ନଷ୍ଟ କରିଥିଲେ । ପୀଡାତ ଜଣକ ମାନସିକ ଏବଂ ଶାରିରକ ସ୍ତରରେ ସଂପୂର୍ଣ୍ଣ ସୁସ୍ଥ ଚେବେ ତାଙ୍କୁ ଏହି ପାଇଁ ଜବତଦସ୍ତ କରାଯାଇ ନାହିଁ ବୋଲି କୋର୍ଟଙ୍କର ହୃଦବୋଧ ହୋଇଛି ।

ଆଇନ ଅନୁୟାୟୀ କେବଳ ସାତଟି ପର୍ଯ୍ୟାୟରେ ଯୌନ ସଂପର୍କକୁ ରେଫ ପର୍ୟ୍ୟାୟଭୁକ୍ତ କରାଯିବ ବୋଲି ଖଣ୍ଡପୀଠ ନିଜର ରାୟରେ ସ୍ପଷ୍ଟ କରିଛନ୍ତି । 7 ଟି ପର୍ଯ୍ୟାୟ ହେଉଛି 1-ପୀଡିତାଙ୍କ ବିନା ଅନୁମତିରେ 2-ପିଡିତାଙ୍କ ଇଚ୍ଛା ବିରୁଦ୍ଧରେ 3-ଧମକ ବା ହତ୍ୟା କରିବାର ଭୟ ଦେଖାଇ 4-ଜଣେ ପିଡିତାଙ୍କ ତାର ତ୍ୱାମୀ ହେବା ଧାରଣାର ଭୁଲ ଦେଖାଇ ନିଆଯାଇଥିବା ନିଷ୍ପତ୍ତି 5–ମାନସିକ ସ୍ଥିତି ଠିକ ନଥିବା ବେଳେ ନିଆୟାଇଥିବା ନିଷ୍ପତ୍ତି 6-18 ବର୍ଷରୁ କମ ହୋଇଥିବା ଝିଅ ମାନଙ୍କୁ ରେପ କଲେ ତାହାକୁ ରେଫର ପର୍ଯ୍ୟାୟ ଭୁକ୍ତ କରାଯିବ ବୋଲି ଖଣ୍ଡପୀଠ ତାଙ୍କର ରାୟରେ କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment