ଖୁସି ଖବର ! ବିବାହ ଉତ୍ସବରେ ଏବେ ସାମିଲ ହୋଇ ପାରିବେ ୧୦୦ରୁ ଅଧିକ ଲୋକ, ବ୍ୟାଣ୍ଡ୍ ବାଜାକୁ ମିଳିଲା ଅନୁମତି, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

ବର୍ତ୍ତମାନ ସାରା ବିଶ୍ବ କରୋନା ସହିତ ସଂଘର୍ଷ ତଥା ଲଢେଇ ଜାରି ରଖିଛି । ଦୀର୍ଘ ଦିନ ଧରି ଏହି ମହାମାରୀ କରୋନା ତାର ଆତଙ୍କ ରଚି ଚାଲିଛି । ଆଉ ଏହାକୁ ରୋକିବା ପାଇଂ ମଧ୍ୟ କୌଣସି ପ୍ରକାର ପ୍ରତିଶେଧକ ଟିକା ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ପାରିନାହିଁ । ସାରା ବିଶ୍ବର ବୈଜ୍ଞାନିକ ମାନେ ଦିନ ରାତି ଏକ କରି କଠିନ ପରିଶ୍ରମ କରୁଛନ୍ତି ଏହାର କୋଭେକ୍ସିନ ବାହାର କରିବା ପାଇଁ କିନ୍ତୁ ସମ୍ଭବ ହୋଇ ପାରୁ ନାହିଁ । ଆଉ ଆମ ଦେଶ ଭାରତ ରେ ମଧ୍ୟ ସରକାର ବିଭିନ୍ନ ପ୍ରକାର ଗାଇଡଲାଇନ୍ ସବୁ ଜାରି କରୁଛନ୍ତି କିନ୍ତୁ ଏଥିରୁ କୌଣସି ସୁଫଳ ମିଳିପାରୁ ନାହିଁ ।


ଏବେ ମଧ୍ୟ ଏହାକୁ ପ୍ରତିହତ କରିବା ପାଇଁ କରୋନା ସହ ଲଢ଼େଇ କରୁଛନ୍ତି ଅନେକ ରାଜ୍ୟ। କରନା ସଂକ୍ରମଣ ଏଭଳି ସ୍ଥିତି ସୃଷ୍ଟି କରିଚି ଯେ ଏଥିରେ ସମସ୍ତେ ଭୟଭୀତ ହୋଇ ଯାଇଛନ୍ତି। ଅଧିକାଂଶ ଲୋକ ନିଜ ସୁରକ୍ଷା କୁ ପ୍ରାଥମିକତା ଦେଇ ଆବଶ୍ୟକ ନପଡିଲେ ଘରୁ ଗୋଡ଼ ମଧ୍ୟ ବାହାର କରୁ ନାହାନ୍ତି । ତେବେ ଏହାରି ଭିତରେ ସରକାର ଏକ ଗୁରୁ ଦାୟିତ୍ୱ ନେଇ ଲୋକଙ୍କ ସୁରକ୍ଷା ନିମନ୍ତେ ଅନେକ କିଛି ପଦକ୍ଷେପ ନେଇଛନ୍ତି ଯାହା ପାଇଁ ବାସ୍ତବରେ ସରକାର ଧନ୍ୟବାଦ ର ପାତ୍ର। ଲୋକଙ୍କ ସୁରକ୍ଷା ପାଇଁ ଉଚିତ୍ ପଦକ୍ଷେପ ମାନ ଏବେ ମଧ୍ୟ ଗ୍ରହଣ କରାଯାଉଛି


ସେହି କ୍ରମରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି କଟକଣା ଲାଗୁ କରାଯିବା ସହିତ ଅନେକ କ୍ଷେତ୍ରରେ ଏହାକୁ କୋହୋଳ ମଧ୍ୟ କରା ଯାଇଛି । ବିବାହ ଓ କାର୍ତ୍ତିକ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ବିହାର ସରକାର କରୋନା ପ୍ରତିରୋଧ ପାଇଁ ମାନକ ସଞ୍ଚାଳନ ପ୍ରକ୍ରିୟା ଅର୍ଥାତ୍ ଏସଓପି ନିର୍ଦ୍ଧାରିତ କରିଥିଲେ।

ଏହି ଏସଓପି ଅନୁସାରେ ରାସ୍ତାରେ ବ୍ୟାଣ୍ଡ ବାଜା ଓ ବରଯାତ୍ରୀଙ୍କ ଶୋଭାଯାତ୍ରା ଉପରେ ରୋକ୍ ମଧ୍ୟ ଲଗା ଯାଇଥିଲା। ନିୟମ ଅନୁଯାୟୀ ବିବାହ ଉତ୍ସବରେ ସର୍ବାଧିକ 100 ଜଣ ଉପସ୍ଥିତ ହୋଇ ପାରିବେ ବୋଲି ଗାଇଡ୍‌ଲାଇନ୍‌ ଜାରି କରିଥିଲେ ସରକାର୍ । କିନ୍ତୁ ବର୍ତ୍ତମାନଏହାକୁ ପରିବର୍ତ୍ତନ କରାଯାଇଛି ଏବଂ 150 ଲୋକ ସାମିଲ ହେବାକୁ ନେଇ ନିୟମ ହୋଇଛି ।


ସୂଚନା ଅନୁଯାୟୀ ପାଟନା ଜିଲ୍ଲା ପ୍ରଶାସନ ବିବାହରେ ବ୍ୟାଣ୍ଡ ବାଜା ଲୋକଙ୍କ ଉପରେ ଲାଗିଥିବା ରୋକକୁ ଏହି ନୂତନ ନିଷ୍ପତ୍ତି ଆଧାରରେ ହଟାଇଛନ୍ତି। ନ୍ୟାୟ ଭିତ୍ତିକ ଭାବରେ ମଣ୍ଡଳ ଆୟୋଗଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତିକୁ ସରକାର ନିର୍ଣ୍ଣୟ କରିଛନ୍ତି ଏବଂ ଏହି ସଂପର୍କିତ ସବୁ ଗାଇଡ୍‌ଲାଇନକୁ ମଧ୍ୟ ସମ୍ବନ୍ଧିତ ଅଧିକାରୀଙ୍କୁ ପଠାଇ ଦିଆଯାଇଛି।

ନୂତନ ଗାଇଡଲାଇନ ଅନୁସାରେ ପୂର୍ବରୁ ବିବାହ ଉତ୍ସବରେ 100 ଲୋକ ସାମିଲ ହେଉଥିବା ବେଳେ ବର୍ତ୍ତମାନ 150 ଜଣ ସାମିଲ ହୋଇପାରିବେ । ଏହାସହିତ ଶ୍ରାଦ୍ଧ କର୍ମ ଆଦିରେ ମାତ୍ର 25 ଜଣ ସାମିଲ ହୋଇ ପାରିବେ ବୋଲି କୁହାଯାଇଛି। ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ବିବାହ ଓ ଶ୍ରାଦ୍ଧ କର୍ମରେ ସାମିଲ ଲୋକଙ୍କୁ ମାସ୍କ ଓ ସାନିଟାଇଜ ରଖିବା ଜରୁରି ବୋଲି କୁହାଯାଇଛି। ଏହାସହିତ ଏମାନଙ୍କର ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ସହିତ ରୋଗର ଲକ୍ଷଣ ଥିବା ଲୋକ ମାନେ ସମାରୋହରେ ସାମିଲ ହୋଇ ପାରିବେ ନାହିଁ ବୋଲି ନିର୍ଦେଶ ଦିଆ ଯାଇଛି।ତେବେ ଏହି ଆଦେଶ ଡିସେମ୍ବର 3 ପର୍ଯ୍ୟନ୍ତ ଲାଗୁ ହେବ ବୋଲି ପ୍ରଶାସନ ପକ୍ଷରୁ କୁହା ଯାଇଛି।

 

Leave a Comment