Odisha News Portal

ଚା ” ପିଉଥିଲେ ସାବଧାନ୍ ! ଦିନକୁ 3 ଥର ରୁ ଅଧିକ ପେପର କପ୍ ଚା” ମନା , ନଚେତ୍ ହୋଇପାରେ କ୍ୟାନସର ଭଳି ଘାତକ ବେମାରୀ ……

ଚା ପିଇବା ସମୟରେ କରୁଛନ୍ତି କି ଏହି ଭୁଲ , ତେବେ ହୋଇପାରେ କ୍ୟାନସର ଭଳି ଘାତକ ବେମାରୀ । ଅଧିକାଂଶ ଲୋକେ ଚା ପିଇବା ପାଇଁ ବେଶି ପସନ୍ଦ କରିଥାନ୍ତି , କାହିଁକିନା ଚା ପିଇବା ଦ୍ୱାରା ଶରୀରୁ ଫୁର୍ତ୍ତି ଆସିଥାଏ । ମାତ୍ର ଚାର ଅତ୍ୟଧିକ ସେବନ ଶରୀରରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରିବା ସହିତ କ୍ୟାନସର ଭଳି ଘାତକ ରୋଗକୁ ଜନ୍ମ ଦେଇଥାଏ । ବିଶେଷ କରି ଖାଲି ପେଟରେ ଚା ପିଇବା ଅଧିକ ବିପଦଜନକ ପ୍ରମାଣିତ ହୋଇଥାଏ । କେବଳ ଏତିକି ନୁହେଁ ଚା ସହିତ କିଛି ଜିନିଷ ସେବନ ମଧ୍ୟ ଶରୀର ପ୍ରତି ଘାତକ ସାଜିପାରେ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଭୁଲ ସଂପର୍କରେ ଅବଗତ କରାଇବୁ ଯାହାକୁ ଆପଣ ମାନେ ଚା ପିଇବା ସମୟରେ କରିଥାନ୍ତି । ଯେଉଁ ଭୁଲ ଆପଣଙ୍କର ସ୍ୱସ୍ଥ୍ୟକୁ ପ୍ରଭାବିତ କରିବା ସହିତ କ୍ୟାନସର ଭଳି ରୋଗର କାରଣ ହୋଇଥାଏ ।

ଏକ ଅଭିବାବରୁ ଜଣାପଡିଛି କି ଅତ୍ୟଧିକ ଗରମ ଚା ପିଉଥିବା ବ୍ୟକ୍ତି ନିକଟରେ ଖାଦ୍ୟନଳୀ କର୍କଟ ବା ଏସୋଫୋଜିଆଲ କ୍ୟାନର ସଂଙ୍କଟ ଦେଖାଦେଇଥାଏ । ଯେଉଁମାନେ ଦୈନିକ 75 ଡିଗ୍ରୀ ସେଲସିୟସ ବା ତାଠାରୁ ଅଧିକ ଗରମ ଚା ପିଉଛନ୍ତି ସେମାନଙ୍କ ପାଖରେ ଏସୋଫେଜଲ କ୍ୟାନସର ହେବାର ଆଶଙ୍କା ଦେଖା ଦେଇଥାଏ ।

କାହିଁକିନା ଗରମ ଜିନିଷ ଗଶାରେ ଥିବା ଟିସୁକୁ ନଷ୍ଟ କରିଦେଇଥାଏ । ଗରମ ଚା ପିଇବା ଦ୍ୱାରା କେବଳ ଗଳା କର୍କଟ ହୋଇନଥାଏ ବରଂ ଏସିଡିଟି ଅଳସର ଏବଂ ପେଟ ଜନିତ ସମସ୍ୟା ଦେଖାଦେଇଥାଏ । ନିକଟରେ ଆଇଆଇଟିର ଏକ ଅଧ୍ୟୟନରୁ ଜଣାପଡିଛି କି ଯଦି କୌଣସି ବ୍ୟକ୍ତି କାଗଜ ବା ପ୍ଲାଷ୍ଟିକ କପରେ ଦିନକୁ ଦୁଇ ରୁ ଅଧିକ ଥର ଚା ପିଅନ୍ତି ତେବେ ତାଙ୍କ ଗଳାରେ ପ୍ରାୟ 75 ହଜାର ପ୍ଲାଷ୍ଟିକ କଣିକା ଶରୀରକୁ ଆସିଥାଏ ।

ଏହା ପରେ ଏହି କଣିକା ମଣିଷ ଶରୀରେ ଅନେକ ପ୍ରକାର ଘାତକ ରୋଗ ସୃଷ୍ଟି କରିଥାଏ । ସାଧାରଣତଃ ସବୁଜ ପନିପରିବା ବା ଡ୍ରାଏ ଫୁଡରେ ପୋଷକର ମାତ୍ରା ଅଧିକ ରହିଥାଏ , ଯାହା ଶରୀର ପାଇଁ ବେଶ ଲାଭ ଦାୟକ ହୋଇଥାଏ । ମାତ୍ର ଚା ସହିତ ଏହି ସମସ୍ତ ଜିନିଷର ସେବନ କରିବା କୌଣସି ବିଷ ଠାରୁ ମଧ୍ୟ କମ ନୁହେଁ । ଚା ପିଇବା ସମୟରେ ବେସନରୁ ପ୍ରସ୍ତୁତ ଖାଦ୍ୟ ଖାଇବା ମଧ୍ୟ ଅନୁଚିତ । ଏହା ଦ୍ୱାରା ଶରୀରେ ପୋଷକ ତତ୍ତ୍ୱ ହ୍ରାସ ପାଇଥାଏ ଏବଂ ପେଟ ଜନିତ ସମସ୍ୟା ବହୁତ ମାତ୍ରାରେ ଦେଖିବାକୁ ମିଳିଥାଏ ।

କିଛି ଲୋକମାନେ ଚାର ସ୍ୱାଦ ବଢାଇବା ପାଇଁ ଚା ସହିତ ଲେମ୍ବୁର ସେବନ କରିଥାନ୍ତି । ମାତ୍ର ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଚାରେ ଲେମ୍ବୁ ମିଶାଇ ପିଇବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ଅଟେ । ଅଧିକାଂଶ ଲୋକମାନେ ଅଣ୍ଡା ସହିତ ଚା ପିଇବାକୁ ବେଶି ପସନ୍ଦ କରିଥାନ୍ତି । ମାତ୍ର ଏହା ଧୀରେ ଧୀରେ ଶରୀରକୁ କ୍ଷତି ପହଞ୍ଚାଇଥାଏ । କାରଣ ଚା ପତିରେ ଥିବା ଟାନିକ ଏସିଡ ଅଣ୍ଡାର ପ୍ରୋଟିନ ସହ ମିଶି ଟାନିକ ଏସିଡ ପ୍ରେଟିନ କମ୍ପାଉଡ ସୃଷ୍ଟି କରିଥାଏ । ଯାହା ପେରିଷ୍ଟାଲସିସର କାମକୁ ମନ୍ଥର କରିଦେଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।