Odisha News Portal

ମନେ ପଡୁଛନ୍ତି ବାଜିରାଉତ ମାତ୍ର ମନେ ନାହାନ୍ତି ତାଙ୍କର ପରିବାର !କଷ୍ଟରେ ସହିଦ ବାଜିରାଉତ ଙ୍କ ପରିବାର

0 4

କେଉଁ ରାଜାର ସେନାପତି ନଥିଲେ କି କେଉଁ ପରାକ୍ରମୀ ଯୋଦ୍ଧା ମଧ୍ୟ ନଥିଲେ , ସେ ଥିଲେ ଜଣେ ମାଟି ମାକୁ ଭଲ ପାଉଥିବା ଲୋକଟିଏ । ଯାହାଙ୍କର ବୟସ ମାତ୍ର ଥିଲା 12 ବର୍ଷ ସେ ଅନ୍ଧାରୀ ମୁଲକର ଲକ୍ଷ୍ୟ ଲକ୍ଷ୍ୟ ଦୀପଶିଖାର ଯାହାଙ୍କର ଛୋଟ ହୃଦୟରେ ଥିଲା ବହୁତ ବଡ ସାହସ । ପ୍ରଜା ମେଳି ଆଦେଶକୁ ରକ୍ଷା କରିବାକୁ ଯାଇ କୁନି ଛାତିରେ ଇଂରେଜର ଯେ ଗୁଳି ବର୍ଷା ଖାଇଥିଲା । ତେବେ ଆଜି ସେହି ଟିକି ବୀର ସହିଦଙ୍କର ଶ୍ରାଦ୍ଧ ବାର୍ଷିକୀ । 1938 ମସିହା ଅକ୍ଟୋବର 11 ତାରିଖ ଇଂରେଜ ସୈନ୍ୟକଙ୍କର ବୁଲେଟରେ ଗଡି ପଡିଲେ ଭୁବନ ବ୍ଲକ ନୀଳ କଣ୍ଟପୁର ଗ୍ରାମର ବାର ବର୍ଷର ପିଲା ବାଜି ରାଉତ ଏହା ସହିତ ତାଙ୍କ ସହିତ 5 ଜଣ ସାଥୀ ।

ନୀଳ କଣ୍ଟପୁର ଗ୍ରାମରେ ବ୍ରାହ୍ମଣୀ ନଦୀର ଜଳ ଲାଲ ହୋଇଯାଇଥିଲା । 1938 ମସିହା ଅକ୍ଟୋବର 10 ତାରିଖରେ ଇଂରେଜ ମାନେ ଭୁବନରେ ଦମନଲୀଳା ରଚିଥିଲେ । ଯାହା ଦ୍ୱାରା ପରେ ବୋରରେ ନୀଳକଣ୍ଟପୁର ଘାଟରେ ପହଞ୍ଚିଥିଲେ । ସେତେବେଳେ ଚାଲିଥିଲା ପ୍ରଜା ମେଳି ।

ଭୁବନରୁ ଖବର ପହଞ୍ଚିଲା ଫିରିଙ୍ଗି ଅର୍ଥାତ ଇଂରେଜ ମାନେ ଯାଉଛନ୍ତି ବୋଲି ଏବଂ ସେମାନେ ଯେମିତି ନଦୀ ପାର ନହୁଅନ୍ତି । ତେବେ ସେହି ସମୟରେ ଘାଟରେ ଥିଲେ ବାଜିଆ । ଇଂରେଜ ମାନଙ୍କର ଧମକ ସତ୍ତ୍ୱେ ସେମାନଙ୍କୁ ନଦୀ ପାର ହେବା ପାଇଁ ଦେଲେ ନାହିଁ । ଜିଦରେ ଅଡି ବସିଥିଲେ । ଯାହା ଦ୍ୱାରା ଏହାର ପରିଣାମ ସ୍ୱରୂପ ଇଂରେଜର ଗୁଳି ମାଡରୁ ତଳେ ଗଳି ପଡିଲେ ବାର ବର୍ଷର ପିଲା ବାଜି ରାଉତ ଏବଂ ତାଙ୍କର ପାଞ୍ଚ ଜଣ ସାଥୀ । ସେହିଠାରୁ ଭାରତ ସ୍ୱାଧୀନତା ଇତିହାସରେ ଲେଖି ହୋଇଗଲା ଏହି କୁନି ସ୍ୱାଧୀନତା ସଂଗ୍ରାମିର ନାମ ।

ତେବେ ଏବେ ଏହାକୁ ଅନେକ ବର୍ଷ ବିତିଯାଇଛି । ବାଜି ରାଉତଙ୍କ ନାମରେ କଲେଜ , ଛକ , ସେତୁ ଆହୁରି ଅନେକ କିଛି ନାମିତ ହୋଇଛି । ପ୍ରତ୍ୟେକ ଢେଙ୍କାନାଳ ବାସୀ ବାଜି ରାଉତଙ୍କର ସାହସ ଏବଂ ବଳିଦାନଙ୍କୁ ନେଇ କରି ସାହସ କରୁଛନ୍ତି । ମାତ୍ର ଆଜି ତାଙ୍କର ବଂଶଧର ମାନେ କେମିତି ଅଛନ୍ତି ସେହି କଥାକୁ କେହି ଜାଣିବା ପାଇଁ ମଧ୍ୟ ଚେଷ୍ଟା କରିନାହାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ତାଙ୍କର ପରିବାର ବିଷୟରେ କିଛି ତଥ୍ୟ ପ୍ରଦାନ କରିବୁ ।

ବାଜିରାଉତଙ୍କର ସାନଭାଇ ବୈଦ ରାଉତଙ୍କର ମାତ୍ର 5 ବର୍ଷ ବୟସରେ ବସନ୍ତ ଋତୁରେ ମୃତ୍ୟୁ ହୋଇ ଯାଇଥିଲା । ବାଜି ରାଉତଙ୍କର ମାଙ୍କ ସହ ବଡ ପୁଅ ନଟ ତାଙ୍କର ସ୍ତ୍ରୀ ଏବଂ ଚାରି ପୁଅ ସେଠାରେ ରହୁଥିଲେ । 1960 ମସିହାରେ ତାଙ୍କର ମାଙ୍କର ମୃତ୍ୟୁ ହେଲା । ସେହି ବର୍ଷ ଆସିଲା ପ୍ରଳୟଙ୍କାରୀ ବନ୍ୟା । ଭାସିଗଲା ଭର , ଜମିବାଡି ସବୁକିଛି ।

 

ସେବେଠୁ ନଟଙ୍କର ଜଣେ ପୁଅ ପିତବାସ ତାଙ୍କ ମାମୁ ଘରେ ଯାଇକରି ରହିଲେ । ବାକି 3 ଜଣ ଏବେ ନୟାର ନୀଳକଣ୍ଟପୁରରେ ଯାଇକରି ରହୁଛନ୍ତି । ବାଜି ରାଉତଙ୍କର ପୁତୁରାଙ୍କର ବୟସ 75 ବର୍ଷ ତାଙ୍କର ସ୍ତ୍ରୀ ବହୁତ କଷ୍ଟରେ ମୁଢି ଭାଜିକରି ତାହାକୁ ବିକ୍ରି କରି ଘର ଚଳାନ୍ତି । ତାଙ୍କର ଯେଉଁ ଘର ରହିଥିଲା ତାହାର ରକ୍ଷଣ ବେକ୍ଷଣ ଅଭାବରୁ ତାହା ବର୍ଷାରେ ଭାଙ୍ଗି ଗଲାଣି । ତାଙ୍କର ବିଧବା ବୌହୂକୁ ମିଳିଥିବା ବିଜୁ ପକ୍କାଘରରେ ପରିବାରର ପାଞ୍ଚଜଣ ବହୁତ ଦୟନୀୟ ଅବସ୍ଥାରେ ରହୁଛନ୍ତି ।

ଆଉ ଦୁଇ ମାସ ବାଇ ଏବଂ ପରିବାର ଦାଦନ ଖଟି ମୂଲ ମଜୁରୀ କରି ଅତି କଷ୍ଟରେ ଚଳୁଛନ୍ତି । ଏହି ସହିଦ ପରିବାର ପ୍ରତି ସରକାର ଦୃଷ୍ଟି ଦେଲେ ରାଜ୍ୟର ମର୍ଯ୍ୟଦା ରହିବ । ଅନ୍ୟପଟେ ଢେଙ୍ଗାନାଳ ପରିଷଦର ଉପ ସଭାପତି ଆଗାମୀ ଦିନରେ ସାହାର୍ଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତୁଶ୍ରୁତି ପ୍ରଦାନ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।