Odisha News Portal

ମାଳିକାର ବଡ ଭବିଷ୍ୟତବାଣୀ ! 2032 ରେ ଶେଷ ହେବ କଳିଯୁଗ ମାତ୍ର 11 ବର୍ଷ ଅପେକ୍ଷା ! ସାବଧାନ କଲା ମାଳିକା…..

0 82

ଆଜି ଆମେ ମହାପୁରୁଷଙ୍କ ରଚନାରୁ ଗୋଟିଏ ସୁନ୍ଦର ଉକ୍ତି ନେବା । ସେହି ରଚନାଟି ହେଉଛି ମହାପୁରୁଷ ଅଚ୍ୟୁତାନନ୍ଦଙ୍କର । ତେବେ ଆପଣ ମାନଙ୍କ ମନରେ ସବୁବେଳେ ନିଶ୍ଚୟ ଗୋଟିଏ ପ୍ରଶ୍ନଟି ଉଙ୍କି ମାରୁଥିବ ଯେ ସତ୍ୟ ଯୁଗରେ ପ୍ରଭୁ ନୃସିଂହ ଅବତାର ନେଇ ହିରଣ୍ୟକଷ୍ୟପଙ୍କୁ ମାରିଲେ ଏବଂ ତ୍ରେତୟାରେ ଭଗବାନ ରାମ ଅବତାର ହେଲେ ଏବଂ ମାଁ ସୀତାଙ୍କ ଛଳରେ ପ୍ରଭୁ ଦଶାନନ ରାବଣଙ୍କୁ ନାଶ କରିଲେ । ଆଉ ଦ୍ବାପରରେ ଭଗବାନ କୃଷ୍ଣ କଂସ କୁ ଉଦ୍ଧାର କରିଥିଲେ ।

ତେବେ ସତ୍ୟ, ତ୍ରେତୟା ଏବଂ ଦ୍ବାପରେ ଯୁଗ ଗଲା ଆଉ ପରିଶେଷରେ ଆସି ପହଞ୍ଚିଛି କଳି ଯୁଗ । ତେବେ କଳି ଯୁଗରେ କଣ କେବଳ ବାତ୍ୟା ହେବ , ପବନ ହେବ, ଘଡଘଡ , ଭୂମିକମ୍ପ ହେବ, ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ ,ରାଜାରାଜୁଡା ଆଦି କଥା ମହାପୁରୁଷ ଲେକିଛନ୍ତି ।

ତେବେ କେଉଁ ସମୟରେ ଭଗବାନ ଶ୍ରୀ ଶ୍ରୀ କଳକି ନାରାୟଣ ଙ୍କ ସହିତ କଳି ଯୁଗର ଯୁଦ୍ଧ ହେବ । କଳି ଯୁଗ ଆମକୁ କେତେ ଦୁଃଖ ଦେଲାଣି । ତେବେ କରୋନା ର ଭ୍ୟାକ୍ସିନ ବାହାରିଲାଣି କିନ୍ତୁ କଳି କେମିତି ମରିବ ତାହା ଏପର୍ଯ୍ୟତ ଜଣା ପଡିଲାଣି ।

କଳି କେବେ ମରିବ ଏବଂ କଳି କୁ ପ୍ରଭୁ କେଉଁ ସମୟରେ ମାରିବେ । ତେଣୁ ମହାପୁରୁଷ ବଡ ସୁନ୍ଦର ଭବାରେ ଲେଖିଛନ୍ତି ଯେ କେଉଁ ସମୟରେ ପ୍ରଭୁ କଳକୀ କଳି କୁ ବିନାଶ କରିବେ ଏବଂ କଳିର ଅବକ୍ଷୟ ହୋଇୟିବ , କଳି ପ୍ରତି ଘରୁ ଛାଡି ପଳେଇବ ଚାଲନ୍ତୁ ଜାଣିବା ।ମହାପୁରୁଷ କଲମ୍ କରିଛନ୍ତି –

ବାତ, ପିତ , କଫ ଏକତ୍ର ହୋଇବ, ବିଂଶ ଚାରି ପୋଡ ପାଞ୍ଚ । ଭାଦ୍ରବ ଶୁକ୍ଳ ଅଷ୍ଟମୀ ଦିନରୁ ପ୍ରପୋଞ୍ଛନା ସବୁ ଆରମ୍ଭ । ଅର୍ଥାତ ମହାପୁରୁଷ କହୁଛନ୍ତି ବାତ ପିତ ଏବଂ କଫ ମିଶିଗଲେ ତିନି ବିଂଶ ଅର୍ଥ କୋଡିଏ , ତେଣୁ କୋଡିଏ ତିନି ମିଳିଗଲେ ତେଇଶ୍ ଏବଂ ତେଇଶ୍ ରେ ଚାରି ଯୋଗ କରିଲେ ସତେଇଶ୍ ଏବଂ ସତେଇଶ୍ ରେ ପାଞ୍ଚ ଯୋଗ କରିଲେ ବତିଶି ।

ଅର୍ଥାତ 2024-26 ବେଳକୁ କଳିର ପ୍ରଭାବ କମିଯିବ କିନ୍ତୁ 2032 ବେଳକୁ ସଂମ୍ପୂର୍ଣ୍ଣ ଘରୁ ଘରୁ ଆମ ମନରୁ ହୃଦୟରୁ ତଥା ପ୍ରାଣରୁ କଳି ସବୁ ଦିନ ପାଇଁ ପଳେଇ ଯିବ ।

ଯାଯନଗ୍ରେ ଯାଇ ବିପ୍ର କୂଳେ ଯେବେ ଜନ୍ମିବେ ବ୍ରଜ ଦୁଲାଳ । ବିଂଶ ଚାରି ପୋଡ ଆଠ ମିଶାଇଲେ ହୋଇବରେ ଅନ୍ତ କାଳ । ପ୍ରଭୁ ଆଚାର ସଂହିତା ମାନନ୍ତି ବା ବେଦକୁ ମାନନ୍ତି ତେଣୁ ଯାଯପୁର ରେ ଯେଉଁ ବ୍ୟକ୍ତି ବେଦ ପାଠ କରୁଥିବେ ପ୍ରଭୁ ତାଙ୍କରି ଘରେ ଜନ୍ମ ନେବେ । ବିଂଶ ଚାରି ବିଂଶ କହିଲେ କୋଡିଏ ଚାରି କହିଲେ ଚବିଶି ରେ ଆଠ ଯୋଗ କରିଲେ ବତିଶି ହୋଇବ ଏମନ୍ତ କାଳ ଅର୍ଥାତ କାଳ କହିଲେ ସମୟ ।

ବିଂଶ ରାଚି ପୋଡ ଆଠ ଠାରୁ ସୂତ, କଳକୀ କଳିର ସମର । ଅର୍ଥାତ ବିଂଶ ଚାରି ଚବିଶି ଆଠ ବତିଶି ଠାରୁ ସୂତ , ବିଂଶ ଚାରି ପୋଡ ଆଠ ଠାରୁ ସୂତ କଳକୀ କଳିର ସମର । ସୁଦ୍ଧ ବଛା ହେବେ ତର୍କି ନାଶ ଯିବେ ଶୁଣିଥା ବ୍ରଜ କୁମର ।

ଅର୍ଥାତ ଏହି ଭାରତର ବର୍ଷରେ କେବଳ ସୁଦ୍ଧ ହିଁ ରହିବେ । ପୁଣି କହିଛନ୍ତି ସେକାଳେ ଜାଣିବ ଅଣଚାଶ ବାୟୁ ଭାଦ୍ରବ ପୂର୍ଣ୍ଣିମା ଦିନ, ଏମନ୍ତ ପବନ ବୋହିବ ବାରଙ୍ଗ, ହେତୁ କର ବ୍ରଜବାଳ । 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।