Odisha News Portal

ମାଳିକାର ଭବିଷ୍ୟତ ବାଣୀ ! ଗୋପିନାଥପୁର ଗ୍ରାମର ଭଗବତୀ ପୀଠରେ ଥିବା ସମାଧି କହୁଛି କଥା , ବିଶ୍ବାସ ନହେଲେବି ସତ !ଜାଣନ୍ତୁ ସେହି ପୀଠ ସଂପର୍କରେ …

ଆଜି ଆମେ ମାଳିକାର ବର୍ଣ୍ଣିତ ଜଗତସିଂହପୁର ଜିଲ୍ଲାର ବିରିଡି ବ୍ଲକ ଅନ୍ତର୍ଗତ ବାଲିଆ ଗୋପିନାଥପୁର ଗ୍ରାମର ଭଗବତୀ ପୀଠ ବିଷୟରେ କିଛି କହିବାକୁ ଯାଉଛୁ । ଏହି ପୀଠରେ ଅନେକ କିଛି ବିଶେଷତଃ ରହିଛି । ତେବେ ଆଜି ଆମେ ଏହି ଭଗବତୀ ପୀଠ ସଂପର୍କରେ କଥା ରଖିବା । ଏହା ମାଳିକା ବର୍ଣ୍ଣିତ ଏ ହେଉଛି ଭଗବତୀ ପୀଠ ଏବଂ ମଠ ମଧ୍ୟ । ତେବେ ଚାଲନ୍ତୁ ଜାଣିବା କଣ ରହିଛି ବିଶେଷତଃ ସେହି ପୀଠରେ । ତେବେ ମାଳିକାରେ ବର୍ଣ୍ଣନା କରାଯାଇଛି ଯେ, ଗୋପତେ ଅଟେ ଏହି ସ୍ଥାନ, ଯେ ଯୋଗୀ ଜନଙ୍କୁ ଏ ଗୋପିୟାନ । ତେବେ ଯୋଗୀ ମାନଙ୍କୁ ମଧ୍ୟ ଏସ୍ଥାନ ଗୋପନ ବୋଲି କୁହାଯାଇଛି । ମାଳିକାରେ ଲେଖା ହୋଇଛି ଯେ

ଉପେନ୍ଦ୍ର ନାମରେ ଭକ୍ତ ମୋର
ସାଧନା କରିବ ତତ୍ପର ,
ବିଲୁଆ ଖାଇଣ ନଦୀର କୂଳେ
ବଟବୃକ୍ଷର ତରୁମୂଳେ ।।

 

ଅର୍ଥାତ ସେ ଜାଗାରେ ଯେଉଂ ବଟ ବୃକ୍ଷ ରହିଛି ସେହିଠାରେ ହିଁ ଉପେନ୍ଦ୍ର ନାମରେ ଭକ୍ତ ସାଧନା କରିବେ ଅପାର । ତେଣୁ ସେହି ସାଧୁଙ୍କ ନାଁ କହିଛନ୍ତି ମହାପୁରୁଷ ଅଚ୍ୟୁତ ଏବଂ ସେହି ସାଧୁଙ୍କ ନାଁ ହେଉଛି ଉପେନ୍ଦ୍ର ଦାଶ । ତେଣୁ ଉପେନ୍ଦ୍ର ବାବା ସାଧନା କରିବେ , ତେବେ ସେ ବିଲୁଆ ଖାଇର ନଦୀର କୂଳରେ ସାଧନା କରିବେ ବୋଲି ମହାପୁରୁଷ କହିଛନ୍ତି । ମାଳିକାରେ ମହାପୁରୁଷ ଅଚ୍ୟୁତ କହିଛନ୍ତି ଯେ ଉପେନ୍ଦ୍ର ଏଭଳି ଭାବରେ ସାଧକ ହେବେ ଯେଉଁ ସାଧକ ଧର୍ମକୁ ସ୍ଥାପନା କରିବେ । ଅର୍ଥାତ ଦେହ ଛାଡିଲେ ମଧ୍ୟ ସମାଧି ତାଙ୍କର କଥା କହିବ । ତେବେ 1998 ମସିହାରୁ ବାବା ଦେହ ଛାଡିଲେଣି ।

ତତ୍ବ ଭଜନ ବ୍ରହ୍ମଦର୍ଶୀ ଥିଲେ ବାବା ସେ , ଏଭଳି୍ ସାଧକ ବିରଣ । ବ୍ରାହ୍ମଣ ଘରେ ଜନ୍ମ ହୋଇଥିଲେ ଜଗତସିଂହପୁର ମାଟି ଗାନ୍ଧିଛକର ପଳଦାରେ ଜନ୍ମ ଗ୍ରହଣ କରି ପୁଣି ବିଲୁଆ ଖାଇ ନଦୀ ନିକଟରେ ଲୀଳା କରିଥିଲେ । ଏହା ମହାପୁରୁଷଙ୍କର ସ୍ଥାନତତ୍ବ ନିରୁପଣ ପୁସ୍ତକରେ ଲେଖା ହୋଇଛି । ସେହି ପୀଠରେ ବର୍ତ୍ତମାନ ପର୍ଯ୍ୟନ୍ତ ଧୂନି ଜଳୁଛି । ,ସେହି ପୀଠକୁ ଥରେ ଆପଣ ମାନେ ଯାଆନ୍ତୁ ସବୁ ବୁଝିପାରିବେ ।

ବାଲିଆ ଗୋପିନାଥପୁର ଗାଁରେ ଭଗବତୀ ମଠ କଥା ଆମେ କହୁଛୁ । ଏଠାରେ ଅଖଣ୍ଡ ଧ୍ବିନି ରହିଛି , ଏହି ଅଖଣ୍ଡ ଧ୍ବନି 1999 ମସିହାର ମହାବାତ୍ୟାରେ ମଧ୍ୟ ଲିଭିନଥିଲା । ବାତ୍ୟାର ତିନି ପରେ ଭକ୍ତ ଆସି ଦେଖିବା ବେଳକୁ ଏ ଧ୍ବନି ଲିଭିନଥିଲା ବରଂ ସେମିତି ହିଁ ଜଳୁଥିଲା । ଏଠାରେ ପାଖାପାଖି ସବୁ ବୃକ୍ଷ ଭାଙ୍ଗି ଗଲା କିନ୍ତୁ ବାବା ଯେଉଁ ବୃକ୍ଷମୂଳେ ବସିଥିଲେ ତାହା ସେମିତି ଥିଲା ।

ସେଠାରେ ଆହୁରି ମଧ୍ୟ ଦେଖିବାକୁ ପାଇବେ ଯେ ବାବା ଦେହ ଛାଡି ଦେଇଛନ୍ତି ସତ କିନ୍ତୁ ସମାଧୀରେ ରହି ବାବା କଥା କୁହନ୍ତି । ଅର୍ଥାତ ଭକ୍ତଙ୍କର ମନ କଥାକୁ ବୁଝନ୍ତି । ଟଙ୍କାଟିଏ ଭକ୍ତ ଦାନ ଦେଇ କହିଦିଏ ଯେ ବାବା ମୋର ଏହି ଦୁଃଖ । ସେଠାରେ ଯେଉଁ ସେବାୟତ ଅଛନ୍ତି ସେମାନେ ବାବାଙ୍କୁ କହିଦିଅନ୍ତି ଯେ ବାବା ଅମୁକ ଭକ୍ତ ଅମୁକ ଜାଗାକୁ ଆସିଛି ଏବଂ ଦଶଶହକୋଟି ଦେଇଛନ୍ତି ।କାହିଁକି ନାଁ ଶ୍ରଦ୍ଧାଟି ହେଉଛି ଅମୂଲ୍ୟ ।

ବାାବ ଜୀବନ ଭିତରେ କାହାକୁ ମାଗନ୍ତି ନାହିଁ ଯିଏ ତାଙ୍କୁ ଦେଲା ସେ ଖାଆନ୍ତି ନଚେତ ଉପାସ ରହିଯାଆନ୍ତି । ଏଭଳି ସାଧୁ ଥିଲେ ବାବା । ସବୁଠାରୁ ଅଲୌକିକ କଥା ହେଉଛି ବର୍ତ୍ତମାନ ମଧ୍ୟ ଭକ୍ତମାନେ ବାବାଙ୍କୁ ଯାହା ଭୋଜନ କରିବା ପାଇଂ ଦେଇଥାନ୍ତି ସେ ତାକୁ ଗ୍ରହଣ କରିଥାନ୍ତି । ତେଣୁ ଆପଣ ମାନଙ୍କୁ ଅନୁରୋଧ ନିଶ୍ଚୟ ଥରେ ଏହି ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ଏହି ଜାଗାକୁ ଆସନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।