Odisha News Portal

ମାଳିକା କଲା ସାବଧାନ ! କରୋନା ପରେ ବଡ ଧରଣର ଦୁର୍ଘଟଣା ସହିତ ଆରମ୍ଭ ହେବ 2021 !

0 266

ପ୍ରତ୍ୟେକ ଥର ପରି ମହାପୁରୁଷଙ୍କର ସେହି ଠାରଗାରର ମାଳିକା ଶାସ୍ତ୍ର ବିଷୟରେ ଆମେ ଆପଣଙ୍କୁ ଆମର ଏହି ଲେଖା ମାଧ୍ୟମରେ ଜଣାଇଥାଉ । ତେବେ ଛଅ ଶହ ବର୍ଷ ତଳେ ମହାପୁରୁଷ ମାନେ ଯେଉଁ କଥାକୁ ଲେଖି୍ ଯାଇଛନ୍ତି ଯାହା ଆମେ ମାନେ ଭୋଗୁଛେ ଏବଂ ପରବର୍ତ୍ତି ସମୟ ଭିତରେ ଅନୁଭବ କରୁଛେ ପ୍ରକୃତରେ ମାଳିକାରେ ଯାହା ଥିଲା ତାହା ବାସ୍ତବରେ ଗୋଟିଏ ପରେ ଗୋଟିଏ ସତ୍ୟ ହେଉଛି । ଚାଲନ୍ତୁ ଜାଣିବା କଣ କରିଛନ୍ତି ମହାପୁରୁଷ ଭଭିଷ୍ୟ ବାଣୀ – ଅକାଳ ହୋଇବ କାଳ ଲୋ ବଉଳ , କୁହୁଡି ଆସିବ ମାଡି । ସାତ ଦିନ ଯାଏଁ ଅନ୍ଧାର ହୋଇବ , ବୁଦ୍ଧିଜ୍ଞାନ ଯିବ ହୁଡି ।

ଅର୍ଥାତ ମହାପୁରୁଷ ଭବିଷ୍ୟ ବାଣୀ କରିଛନ୍ତି ଯେ ଏହି କିଛି ଦିନ ଅପେକ୍ଷା କର ଏମିତି ଭୟଙ୍କର କୁହୁଡି ଆସିବ , ଯାହା ଫଳରେ ନାନ ପ୍ରକାର ଦୁର୍ଘଟଣା ମଧ୍ୟ ଘଟିବ । ଆଉ ତାସହିତ ସାତ ଦିନ ଅନ୍ଧାର ହେବ ତେବେ ସତ୍ୟ ଯୁଗରେ ମଧ୍ୟ ସାତ ଦିନ ଅନ୍ଧାର ହୋଇଥିଲା ମୁରାସୂର ର ବଦ୍ଧ ସମୟରେ ।

ଆଉ ତ୍ରେତୟା ଯୁଗରେ ଲକ୍ଷ୍ମଣ ଙ୍କ ର ଶକ୍ତି ଭେଦ ସମୟରେ ସାତ ଦିନ ଅନ୍ଧକାର ହୋଇଥିଲା । ଆଉ ଦ୍ବାପର ଯୁଗରେ ମଧ୍ୟ ଗିରି ଗୋବର୍ଦ୍ଧନ ଟେକି ଥରି ଥିବା ସମୟରେ ସାତ ଦିନ ଅନ୍ଧକାର ହୋଇଥିଲା ଏବଂ ଜରାସନ୍ଧ ପଛରେ ଦୌଡିବା ବେଳେ ବି ସାତ ଦିନ ଅନ୍ଧକାର ହୋଇଥିଲା ।

ତେଣୁ ସେହି ଭଳି ଭାବରେ କଳିଯୁଗରେ ମଧ୍ୟ ସାତ ଦିନର ଅଜ୍ଞାନ ଅନ୍ଧକାର ଏହି ସଂସାରରେ ହେବ । ଆଉ ଯାହା ଫଳରେ ସମସ୍ତେ ବ୍ୟତିବ୍ୟସ୍ତ ରହିବେ ଏବଂ ସମସ୍ତେ ଅଜ୍ଞାନ ଅନ୍ଧକାରରେ ରହିବେ । ସେଥିପାଇଁ ତ ଉଦ୍ଧବ ଭଗବାନଙ୍କୁ କହିଥିଲେ ମୋ ଘରେ ଜ୍ଞାନ ଦୀପ ଜାଳି ଅଜ୍ଞାନ ଖଣ୍ଡବ ନବାଳି । ସେଥିପାଇଁ ଆମେ ସବୁବେଳେ ପ୍ରଭୁଙ୍କୁ ପ୍ରାର୍ଥନା କରିବା ।

କହିବାର ତାତ୍ପର୍ୟ୍ୟ ହେଉଛି ଏହି ସାତ ଦିନର ଅନ୍ଧକାର ଆଉ ଏହି ସାତ ଦିନ ଅନ୍ଧକାର ଘୋଟିବ । ଆଉ ତା ସହିତ ମହାପୁରୁଷ କଲମ କରିଛନ୍ତି ସାତ ଦିନ ଅନ୍ଧାର ଆସିବ ସୂର୍ଯ୍ୟ ନ ହୋଇବ ଦେଖାଇ , ଜ୍ଞାନ ହେବ ଆଲୋକ ସୂର୍ଯ୍ୟ ନଦେବେ ଦେଖାଇ । ଆଉ ତତ୍ସହିତ ମହାପୁରୁଷ ପୁଣି କଲମ କରିଛନ୍ତି –

ବୁଲିବ ଯମକ ତୂରୀ ଲୋ ବଉଳ , ଏତେ ଅଟଇ ପ୍ରମାଣ । ଖଣ୍ଡାଧାର ମୂଖୁ ଯେ ବାର ବୋରିବ , କୂଳକୁ ହେବ ବିହନ । ଅର୍ଥାତ ମହାପୁରୁଷ କହିଛନ୍ତି ଏବେ ସମସ୍ତେ ଖଣ୍ଡା ଧାରରେ ବାଟ ଚାଲୁଛନ୍ତି , କ୍ଷଣେ କ୍ଷଣକେ ବିପଦ । ତେଣୁ ସେଥିପାଇଁ ମହାପୁରୁଷ କହୁଛନ୍ତି ସତର୍କ ହୋଇ ଯାଅ , ସଜାଗ ହୋଇଯାଅ । ଈଶ୍ବରଙ୍କ ପ୍ରତି ଭକ୍ତି , ସଜାଗ ରୁହ ଏବଂ ଅନ୍ୟାୟ ପଥରୁ ଓହରି ଆସ, ଆଉ ଧର୍ମକୁ ଚିନ୍ତା କର ଏବଂ ଧର୍ମ ପଥରେ ବାଟ ଚାଲ ।