Odisha News Portal

ମାଳିକା ଦେଲା ଆଶ୍ଚର୍ଯ୍ୟଜନକ ଭବିଷ୍ୟତବାଣୀ ! ଉଠିବ ପଡିବ ଚୌଦ୍ବାର, ଏହି ମହିଳା ଓଡିଶାରେ କରିବେ ଲୀଳା ! ଜାଣନ୍ତୁ ସେହି ମହିଳା ଜଣଙ୍କ କିଏ ?

0 4

ପ୍ରତ୍ୟେକ ଥର ପରି ଆଜି ଆମେ ସେହି ମହାପୁରୁଷଙ୍କ ମାଳ ମାଳ ହୋଇ ରଚିତ ହୋଇଥିବା ସେହି ମାଳିକା ଶାସ୍ତ୍ର ବିଷୟରେ ଆପଣ ମାନଙ୍କ ସାମ୍ନାରେ ଉପସ୍ଥାପନ କରିଥାଉ । ତେବେ ମହାପୁରୁଷ ମାନେ ତାଙ୍କ ଲିଖନୀରେ କଟକର ଚୌଦ୍ବାର ସଂପର୍କରେ କଣ ଲେଖି ଯାଇଛନ୍ତି ସେହି ବିଷୟରେ ଚାଲନ୍ତୁ ଜାଣିବା ।ତେବେ ମାଳିକାରେ କଟକର ଚୌଦ୍ବାରା କଥା ଲେଖା ହୋଇଛି । ତେବେ ଆମେ ଆପଣଙ୍କୁ କହିରଖୁଛୁ କି କଟକ କହିଲେ କେବଳ କଟକକୁ ବୁଝାଇନଥାଏ ବରଂ କଟକ ପାଞ୍ଚଟି ଅଛି । ଯଥା- ପୁରୁଷତ୍ତୋମ କଟକ, କଟକ, ଅମରାବତୀ କଟକ, ଯାଜପୁର କଟକ ଏବଂ ଚୌଦ୍ବାର କଟକ । ତେବେ ଏହି ଚୌଦ୍ବାର କଟକ ବିଷୟରେ ମହାପୁରୁଷ ଅରକ୍ଷିତ ଦାସ ପଦ୍ମକଳ୍ପ ମାଳିକାରେ ଲେଖିଛନ୍ତି । ପଦ୍ମକଳ୍ପ ମାଳିକାର ଷଷ୍ଠ ଅଧ୍ୟାୟରେ ମହାପୁରୁଷ ଚୌଦ୍ବାର କଟକ ସଂପର୍କରେ ଲେଖିଛନ୍ତି –

ମୋର ଦେହ ଛୁଇଁ ତୁହି ଶପଥ ଯେ କର
ନକହିବୁ କାହା ଆଗେ ଏ କଥା ସତ୍ବର ।

ଅର୍ଥାତ ମହାପୁରୁଷ କହୁଛନ୍ତି ମୋ ଦେହ ଛୁଇଂ ତୁ ଶପଥ କର ଯେମିତି ଏସବୁ କଥା ତୁ କାହା ଆଗରେ କେବେ କହିବୁ ନାହିଁ । ସେ ବାରଣ ସମୟରେ ସଙ୍କେତ କଣ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦଙ୍କୁ ରାମଚନ୍ଦ୍ର ଦାସ ପଚାରିଥିଲେ । ଆଉ ରାମଚନ୍ଦ୍ର ଦାସ କହିଥିଲେ ଗୁରୁଦେବ ଆପଣ ଯେଉଁ ଠାରଗାରର କଥା କହୁଛନ୍ତି ଏସବୁ ଜଣେ ସାଧାରଣ ମନୁଷ୍ୟ ବୁଝି ପାରିବ ନାହିଁ । ତେଣୁ ଗୋଟିଏ ସଂକେତ କୁହନ୍ତୁ ଯେ କେଉଂ ସମୟରେ ବାରଣ ବେଳା ଆସି ପହଞ୍ଚିଲା , ଶେଷବେଳା ବା ଅନ୍ତିମ ବେଳାରେ ଆସି ପହଞ୍ଚିବୁ ଏବଂ ନିଜକୁ ସତର୍କ କରିଦେବୁ ।

ତେବେ ମହାପୁରୁଷ ଅଚ୍ୟୁତାନନ୍ଦ କହିଲେ ହେ ରାମଚନ୍ଦ୍ର ଶୁଣ ସଂଙ୍କେତ ଶ୍ରୀମନ୍ଦିରରେ କହୁଛି -ଅରଡାବେଡାରୁ ଏକ ପଥର ଖସିବ, ତେଇଶି ବର୍ଷରେ କଳି ଦେଶ ଛାଡିଯିବ । ଆମେମାନେ ସମସ୍ତେ ଦେଖିଛେ 1990 ମସିହା ଜୁନ ମାସ 15 ତାରିଖ ଦିନ ଜଗନ୍ନାଥ ମହାପ୍ରଭୁଙ୍କର ଅରଡାବେଡାରୁ ଗୋଟିଏ ପଥର ଖସିଥିଲା, ଯେଉଁଟା ବର୍ତ୍ତମାନ ଲକ୍ଷ୍ମୀ ମନ୍ଦୀର ପାଖରେ ଅଛି । ତେବେ 1990ରେ ପଥର ଖସିଥିଲା ଏବଂ 2013ରେ 23ବର୍ଷ ହୋଇଥିଲା ଏବଂ ସେହି 2013 ମସିହାରେ ତେର ଦିନିଆ ବକ୍ଷ ପଡିଥିଲା ଏବଂ ସେବେଠାରୁ ଏହି ଗ୍ରନ୍ଥର ସବୁ ଗୁପ୍ତକଥା ସବୁ ମୁକ୍ତ ହୋଇଯିବ ।

କହିଲେ କଟକ ଚୌଦ୍ବାରରେ ରୋଣଗୋଳ ହେବ । କାହିଁକି ନାଁ କଟକଟ ଚୌଦ୍ବାରରେ ମାଟି,ତଳେ ପ୍ରାୟ30 କିଲୋମିଟିର ରେଡିଓସରେ ସବୁ ଅସ୍ତ୍ରଶସ୍ତ୍ର ଅଛି । ଚାଇନା ଚୌଦ୍ବାର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବ ଏବଂ ସେଠାରେ ହିଁ ରଣଗୋଳ ହେବ । ତେବେ ସେଠାରେ ମଧ୍ୟ ମହାଲକ୍ଷ୍ମୀ ଭକ୍ତ ମାନଙ୍କୁ ଦର୍ଶନ ଦେବେ । ତେବେ କଣ ଆପଣ ମାନେ ଭାବୁଛନ୍ତି ମାଁ ଶଙ୍ଖ,ଚକ୍ର,ଗଦା,ହସ୍ତରେ ଦେଖାଦେବେ ନାଁ ଆଜ୍ଞ ଜଣେ କେହି ମହିୟସୀ ମହିଳା ରୂପରେ ତାଙ୍କ ଭିତରେ ମାଁ ଲକ୍ଷ୍ମୀଙ୍କର ଶକ୍ତି ଥିବ ସେ ଏହି ଯୁଦ୍ଧଟିକୁ ବନ୍ଦ କରିଦେବେ ଏବଂ ଶାନ୍ତିର ବାତାବରଣ ସୃଷ୍ଟି କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।