Odisha News Portal

ମାଳିକା ଦେଲା ସ୍ପଷ୍ଟ ଭବିଷ୍ୟତବାଣୀ ! “ଆ “ଡାକିଲେ ବାହାରି ଆସେ ସାପ ଆଉ ଟାଣି ନିଏ ବିଷ ! ଜାଣନ୍ତୁ ପୁରା ସତ୍ୟତା….

0 5

ମାଳିକାର ପ୍ରତ୍ୟେକଟି କଥା ଧିରେ ଧିରେ ପ୍ରମାଣିତ ହେବାକୁ ଯାଉଛି । ତେବେ ଆଜି ଆମେ ମାଳିକାର ସେହି ପରି ଗୋଟିଏ କ୍ଷେତ୍ରର ପ୍ରମାଣ ଦେବାକୁ ଯାଉଛୁ । ଆଜି ଆମେ ଜଗତସିଂହପୁର ଜିଲ୍ଲାର ବାଲୁକୁଦା ବ୍ଲକ ଅନ୍ତର୍ଗତ ବଡାଗର ଗ୍ରାମରେ ଥିବା ବେଲବନ ସତ୍ୟା ସେବା ଆଶ୍ରମ ବା ମଠ ବିଷୟରେ କିଛି କଥା ଜଣାଇବାକୁ ଯିବା । ତେବେ ଏହି ଆଶ୍ରମଟି କେବେ ପ୍ରତିଷ୍ଠା ହୋଇଥିଲା ତାହା କେହି ସଠିକ ଭାବରେ ଜାଣି ନାହାଁନ୍ତି । କିନ୍ତୁ 1955-56 ମସିହାରେ ଯେତେବେଳେ ଗୁରୁଦେବ ବାବା ବୈକୁଷ୍ଠନାଥ ବ୍ରହ୍ମଚାରୀ ଏହି ଅଞ୍ଚଳକୁ ଆସିଥିଲେ , ଦିନେ ସଂନ୍ଧ୍ୟା ସମୟରେ ଏହି ଗ୍ରାମରୁ ଏହି ଆଶ୍ରମ ଦିଗରେ ଯିବା ସମୟରେ ହଠାତ ପ୍ରବେଶ କରି କହିଥିଲେ ଯେ ଏମିତି ଦିବ୍ୟ ସ୍ଥାନ ଥିବା ବେଳେ ତମେମାନେ ମୋତେ ଗ୍ରାମ ଭିତରେ ରଖିଛ କଣ ପାଇଂ ବୋଲି ବାବା କହିଥିଲେ ।

ତେବେ ଏହି ସ୍ଥାନରେ ମହାପୁରୁଷ ଅଚ୍ୟୁତାନନ୍ଦ ପ୍ରଥମେ ପୁରୀରୁ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞା ମାଳ ନେଇ ନେମାଳ ଅଭିମୁଖ ଯାଉଥିଲେ କିଛି ସମୟ ପାଇଂ ଏହି ବେଳବୱ ଆଶ୍ରମରେ ବିଶ୍ରାମ ନେଇ ଥିଲେ । ଏହି ଘଟଣାଟି 1955-56 ମସିହାର କଥା ଯେତେବେଳେ ଏହି ଜାଗା ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ବିଶ୍ରାମ ସ୍ଥଳ ଥିଲା ବୋଲି ପ୍ରତିଷ୍ଠିତ ହୋଇଥିଲା ଗୁରୁଦେବ ବୈକୁଣ୍ଠନାଥଙ୍କ ଦ୍ବାରା ।

ତେବେ ସେହି ଗୁରୁଗେବଙ୍କର ଆଶ୍ରମ ହେଉଛି ବେଲବଣ ଏବଂ ବାବାଙ୍କର ପଦରଜ ମଧ୍ୟ ସେଠାରେ ରହିଛି । ତେବେ ସେହି ଗୁରୁଦେବଙ୍କ ବିଷୟରେ ପାଞ୍ଚଶହ ବର୍ଷ ପୂର୍ବେ ଅଚ୍ୟୁତାନନ୍ଦ ମହାପୁରୁଷ ନିଜ କଲମରେ ଲେଖିଥିଲେ । ତେବେ ସେହି ସମୟରେ ବଡାଗର ଗ୍ରାମକୁ ଆସିଥିଲେ ଗୁରୁଦେବ ବୈକୁଷ୍ଠନାଥ ବ୍ରହ୍ମଚାରୀ ସେତେବେଳେ ସଂନ୍ଧ୍ୟା ସମୟରେ ଗୋଟିଏ ଭୋଜି ହୋିଥିଲା ଏବଂ ଭୋଜିରେ ଆମିଷ ହୋଇଥିଲା ।

ଯେଉଁଥିପାଇଁ ସେ କହିଥିଲେ ସଂନ୍ଧ୍ୟା ସମୟରେ ମୋତେ ଆମିଷ ଧୂପ ଦେଲେ କଣ ତୁମର ଏଠାରେ କୌଣସି ମଠ ନାହିଁ ଯେଉଂଠାରେ ତୁମେ ପୂର୍ଣ୍ଣ୍ୟପାଳିଥାଉ । ଏହାପରେ ସେମାନେ ଏହି ସ୍ଥାନକୁ ଆସିଥିଲେ ଏବଂ ବାବା ଏଠାରେ ରହିଥିଲେ । ତେବେ ଅଚ୍ୟୁତାନନ୍ଦ ମହାପୁରୁଷ ଯେଉଁଠି ଯେଉଁଠି ବିଶ୍ରାମ ନେଇଛନ୍ତି ବା ତାଙ୍କର ଗାଦି ରହିଛି ସେଠାରେ ନିଶ୍ଚୟ ବେଲ ବୃକ୍ଷ ଥିବ । ସେଥିପାଇଁ ଏହି ଜାଗାର ନାମ ହେଉଛି ବେଲବଣ ।

ସେଠାରେ ବାବାଙ୍କ ଆସ୍ଥାନ ରହିଛି ଏବଂ ସେଠାରେ ଗୋଟିଏ ବଡ କନ୍ଦମ୍ବ ବୃକ୍ଷ ଥିଲା ଯାହା 1999 ମହାବାତ୍ୟାରେ ଭାଙ୍ଗି ଯାଇଥିଲା । କିନ୍ତୁ ସେହି କନ୍ଦମ୍ବ ବୃକ୍ଷକୁ ଚଢିଗଲେ ସଂମ୍ପୂର୍ଣ୍ଣ ଗ୍ରାମକୁ ଦେଖି ହେଉଥିଲା । ଏହାସହିତ ଗୋଟିଏ ମାଟି ହୁଙ୍କା ଥିଲା ଏବଂ ସାପମାନେ ଆସି ସେଠାରେ ଖେଳୁଥିଲେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସେଠାରେ ଥରେ ଜଣଙ୍କୁ ସର୍ପାଘାତ ହେଲା ଏବଂ ସେ ବାବାଙ୍କ ପାଦ ତଳେ ପଡିଗଲା ।

ଏହାପରେ ବାବା ଡାକିଲେ ଆ ଆ ଏବଂ ଗୋଟିଏ ସାପ ଆସିଲା ଓ ସେହି ବ୍ୟକ୍ତିଙ୍କ ଠାରୁ ବିଷ ଶୋଷଣ କରିଥିଲା । ଆଉ ତାହା ଏବେ ମଧ୍ୟ ହୋଇଥାଏ । ତେବେ ମହାପୁରୁଷ ଅଚ୍ୟୁତାନନ୍ଦ ଏଠାରେ ବିଶ୍ରାମ ନେଇଥିବାରୁ ଏହି ଜାଗାଟି ପ୍ରସିଦ୍ଧ ଲାଭ ହୋଇ ପାରିଛି । ତେବେ ସେଠାରେ ଥିବା ବଟ ଏବଂ ଅଶ୍ବତ୍ଥ ବୃକ୍ଷମୂଳରୁ ହିଁ ସାପମାନେ ବାହାରନ୍ତି ବୋଲି ଜନସ୍ମୃତି ରହିଛି  ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।