Odisha News Portal

ହେ ଭଗବାନ ! ଜଣେ ମୁସଲମାନ ହେଲେ ଭକ୍ତ , ଗାଈ ମାଂସ ପାଲଟିଲା ମହା ପ୍ରସାଦ !

ଆମ ଦେଶ ଭାରତ ହେଉଛି ଏକ ପବିତ୍ର ମୟ ଦେଶ ଏଠାରେ ପ୍ରତ୍ୟେକ ଧର୍ମର ଲୋକମାନେ ବାସ କରନ୍ତି ଏବଂ ସେମାନେ ନିଜ ନିଜର ଇଷ୍ଟ ଦେବଙ୍କୁ ପୂଜା କରିଥାନ୍ତି । ଭାରତରେ ଦେବତାଙ୍କର ଜନ୍ମ ଭୂମି ତେଣୁ ଭାରତକୁ ଦେବଭୂମି ମଧ୍ୟ କୁହାଯାଏ । ଏହା ବ୍ୟତୀତ ଏହି ଭାରତରେ ଅନେକ ଦେବତୁଲ୍ୟ ମଣିଷ ମାନେ ଜନ୍ମଗ୍ରହଣ କରିଛନ୍ତି ଯେଉଁମାନେ ଭାରତକୁ ନେଇ କରି ଅନେକ କଥା ମଧ୍ୟ କହିଛନ୍ତି । ଏହି ଭାରତରେ ଅନେକ ମନ୍ଦିର ମାନ ମଧ୍ୟ ରହିଛି ଏଠାରେ ପ୍ରତ୍ୟେକ ଧର୍ମର ଦେବାଦେବୀ ମାନେ ବାସ କରିଥାନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ମାଳିକା ସମ୍ବଦ୍ଧିତ ଏପରି ଏକ କଥା ବିଷୟରେ କହିବୁ ଯେଉଁ କଥାଟି ସଂପୂର୍ଣ୍ଣ ସତ୍ୟ ଅଟେ । କାରଣ ସେହି କଥାର ସତ୍ୟତା ଏବେ କିଛି ମାତ୍ରାରେ ଦେଖିବାକୁ ମିଳିଛି । ତେବେ ସେହି କଥାଟି ସ୍ୱାମୀ ଅଚ୍ୟୁତାନନ୍ଦଙ୍କ ବିଷୟରେ ବର୍ଣ୍ଣିତ ଅଟେ , ଯାହା ପୁରାଣ ଶାସ୍ତ୍ରରେ ସଠିକ ରୂପରେ ବର୍ଣ୍ଣିତ ରହିଛି । ତେବେ ଆସନ୍ତୁ ଜାଣିବା ସେହି ମନ୍ଦିର ବିଷୟରେ ।

ଆମେ ଆପଣ ମାନଙ୍କୁ ଯେଉଁ ମନ୍ଦିର ବିଷୟରେ କହୁଛୁ ସେ ମନ୍ଦିରଟି ହେଉଛି ନେମାଳା ବଟ ମନ୍ଦିର । ଯେଉଁ ମନ୍ଦିରରେ ଅଚ୍ୟୁତାନନ୍ଦ ଆସି ସ୍ୱୟଂ ବିରାଜମାନ କରିଥିଲେ । ତେବେ ସୂଚନା ଯୋଗ୍ୟ କି ଥରେ ମହାପୁରୁଷ ଅଚ୍ୟୁତାନନ୍ଦ ପ୍ରଭୁଙ୍କର ଆଜ୍ଞାମାଳା ନେଇ ସାରା ପୃଥିବୀ ବୁଲିକରି ଆସିଥିଲେ ଏବଂ ସେଷରେ ବୁଲି ବୁଲି ସେ ନେମାଳ ବଟ ଠାରେ ପହଞ୍ଚିଥିଲେ ।

ସେହି ସମୟରେ ଅଚ୍ୟୁତାନନ୍ଦ ଯେଉଁ ମାଳ ପିନ୍ଦିଥିଲେ ସେହି ମାଳ ତାଙ୍କର ପାଦ ଠାରୁ ଗୋଡ ପର୍ଯ୍ୟନ୍ତ ଲମ୍ବା ହୋଇ ଭୂମିରେ ଲାଗିଯାଉଥିଲା । ସେହି ଦିନ ଠାରୁ ଏ ସ୍ଥାନର ନାମ ନେମାଳ ବଟ ନାମ ଅନୁସାରେ ନାମିତ ହେଲା ।

ମହାପୁରୁଷ ଅଚ୍ୟୁତାନନ୍ଦ ସେଠାରେ ପହଞ୍ଚିବା ପରେ ସେ ଗାୟତ୍ରୀ ମନ୍ତ୍ର ଜପ କରିବାରେ ଲାଗିଲେ । ତାଙ୍କର ମନ୍ତ୍ର ଜପ କରୁଥିବା ଦେଖି ସେହି ସ୍ଥାନରେ ରହୁଥିବା ଜଣେ ମୁସଲମାନ ଯିଏ କି ସେ ଅଞ୍ଚଳର ମୁଖିଆ ତାଙ୍କ ପାଖରେ ଯାଇ କରି ଅନେକ ଲୋକ ପହଞ୍ଚିଲେ ଏବଂ କହିଲେ କି ତୁମେ ଆଉ ତମର ଜାଗା ରହିବ ନାହିଁ । କାହିଁକିନା ସେଠାରେ ଜମେ ସାଧୁ ଆସିକରି ନିଜର ଆସ୍ଥାନ କରିସାରିଲେଣି ।

ତେବେ ଲୋକମାନଙ୍କର ଏପରି କଥା ଶୁଣି ରାଜା କହିଲେ କି ସେହ ସାଧୁ ଯେଉଁଠାରେ ଜପ କରୁଛନ୍ତି ସେଠାରେ କିଛି ହାଡ , ଗରୁ ମାଂସ ପକେଇ ଦେବାର ଏବଂ ଲୋକମାନେ ମଧ୍ୟ ସେିଆ କଲେ । ତହିଁପରେ ଯେତେବେଳେ ଅଚ୍ୟତାନନ୍ଦ ସେହିଠାକୁ ଯଜ୍ଞ କରିବା ପାଇଁ ଆସିଲେ ସେଠାରେ ଥିବା ସେହି ଗୋରୁ ମାଂସ ଏବଂ ହାଡରେ ତୁଳସୀ ମନ୍ତ୍ର ଅଭିମନ୍ତ୍ରିତ କରି ଛିଞ୍ଚିଦେଲେ ତାହା ପରେ ସେହି ସମସ୍ତ ଜିନିଷ କୁଆଡେ ଗାଏବ ହୋଇଗଲା ।

ଏହା ଦେଖିକରି ସେହି ଲୋକମାନେ ଯାଇକରି ତାଙ୍କର ମୁଖିଆ ପାଖରେ କହିଲେ ଏବଂ ଏକଥା ଶୁଣିବା ପରେ ମୁଖିଆ ଜଣକ ନିଜର ସୈନ୍ୟ ଦୂତ ସହ ଅଚ୍ୟୁତାନନ୍ଦ ପାଖରେ ପହଞ୍ଚିଲେ । ଏହାପରେ ସେ ତାଙ୍କୁ ନିଜର ମିତ୍ର କଲେ ଏବଂ ଅଚ୍ୟୁତାନନ୍ଦଙ୍କର ନାମ ଅନୁସାରେ ତାଙ୍କର ନାମ ଅଚ୍ୟୁତି ଖାନ ହୋଇଗଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।