Odisha News Portal

ମାଳିକା ଦେଲା ସ୍ପଷ୍ଟ ଭବିଷ୍ୟତବାଣୀ ! ସମୁଦ୍ର ପାଣି ଉଠିବ 80 ଫୁଟ୍ ବୁଡିବ ସାରା ବାଲେଶ୍ବର ?

ମହାପୁରୁଷ ଯାହା ଛଅ ଶହ ବର୍ଷ ତଳେ କଲମ କରିଯାଇଛନ୍ତି ଆଜି ଆମେ ସେହି କଥାକୁ ରଖିବା । ତେବେ ଆଜି ଆମେ ଏଭଳି ସ୍ଥାନ ନେଇଛୁ ଯାହାର ନାମ ହେଉଛି ବାଲେଶ୍ବର ଏବଂ ବହିର ନାମ ହେଉଛି ଓଡିଶା ସ୍ତାନ ତତ୍ବ ନିରୂପଣ । ତେଣୁ ସେହି ବାଲେଶ୍ବର ବିଷୟରେ ମହାପୁରୁଷ କଣ ଲେଖି ଯାଇଛନ୍ତି ଚାଲନ୍ତୁ ଜାଣିବା । ଯେଉଁ କ୍ଷେତ୍ରରେ ମହାପୁରୁଷ କହିଛନ୍ତି ପ୍ରଥମ ପଞ୍ଚଲିଙ୍ଗେଶ୍ବର ଙ୍କୁ ପ୍ରଣାମ କରିବା କଥା କହିଛନ୍ତି ।

ପଞ୍ଚଲିଙ୍ଗେଶ୍ବର ମହିମା ଅପାର ଶୁଣ ରାମ ମନ ଦେଇ, ଦର୍ଶ କରିଲେ କୋଟି ପାପ କ୍ଷୟ ତାପୂର୍ଣ୍ଣ୍ୟେ କେହୁ ବା କହି । ଅର୍ଥାତ ବାଲେଶ୍ବରର ଗୋଟିଏ ବହୁତ ବଡ ଧର୍ମପୀଠ ହେଉଛି ପଞ୍ଚଲିଙ୍ଗେଶ୍ବର , ଯେଉଁଠାରେ ଦେଦଦେବ ମହାଦେବ ବିରାଜମାନ କରିଛନ୍ତି ।

ତେଣୁ ଯେତେ କଷ୍ଟ ପଡିଲେ ମଧ୍ୟ ଆପଣ ମାନେ ଥରେ ସେହି ଜାଗାକୁ ଯାଆନ୍ତୁ ଏବଂ ପଞ୍ଚଲିଙ୍ଗେଶ୍ବର ଙ୍କର ସେହି ପବି କ୍ଷେତ୍ରକୁ ଯିବେ , ଆଉ ଦର୍ଶନ କରିଲେ କୋଟି ପାପ କ୍ଷୟ ହେବ ଏବଂ ତାର ପୂର୍ଣ୍ଣ୍ୟଙ୍କୁ ମଧ୍ୟ ବର୍ଣ୍ଣନା କରିପାରୁ ନାହାଁନ୍ତି ମହାପୁରୁଷ ।

ବହୁବାର ସେଠି ବତାଶ ବୋହିବ, ଘୂର୍ଣ୍ଣି ଝଡ ପୁଣି ହେବ , ସମୁଦ୍ର ଆସିଣ ଉଗ୍ର ରୂପ ଧରି ଗାଁଗଣ୍ଡା ଧୋଇ ଦେବ । ଅର୍ଥାତ ସେଠାରେ ସମୁଦ୍ର ମାଡି ଆସିବ ଏବଂ ବହୁ ଧନ ଜୀବନ ମଧ୍ୟ ନଷ୍ଟ କରିଦବେ । ତାସିହତ ଅନେକ ଥର ଘୂର୍ଣ୍ଣିବତାସ ମଧ୍ୟ ଆସିବ ଏବଂ ଝଡତୋଫାନରେ ଗାଁଗଣ୍ଡା ସମୁଦ୍ର ଭିତରକୁ ପ୍ରବେଶ କରିବ । ଆଉ ସେହି ଭିତରେ କିଏ ରକ୍ଷା କରିବ ବୋଲି ମଧ୍ୟ କହିଛନ୍ତି ମହାପୁରୁଷ ।

ଚନ୍ଦନେଶ୍ବର ରୂପରେ ହର , ଡାକିଲେ ଶୁଣନ୍ତି କୃପା ଅପାର । ଅର୍ଥାତ କହୁଛନ୍ତି ଏହି ମହାବିପତ୍ତିରୁ ରକ୍ଷା କରିବା ପାଇଁ ଚନ୍ଦନେଶ୍ବରର ଦେବ ଦେବ ମହାଦେବଙ୍କୁ ଡାକିଲେ ସେ କୃପା ଅପାର କରିବେ ଏବଂ ସମସ୍ତଙ୍କୁ ରକ୍ଷା କରିବେ । ତତସହିତ ପୁଣି କଲମ କରିଛନ୍ତି- କିଛି ଭକ୍ତ ସେଠି ଗୁପତେ ରହି, ପ୍ରଭୁଙ୍କୁ ସ୍ଥାପନା କରିବେ ସେହି । ଅର୍ଥାତ ବାଲେଶ୍ବର ମାଟିରେ ଅନେକ ଭକ୍ତ ଗୁପ୍ତରେ ଆସି ରହିବେ ଏବଂ ପ୍ରଭୁ ଙ୍କୁ ସେମାନେ ସ୍ଥାପନା କରିବେ ।

ଆପଣ ମାନେ ଜାଣିଥିବେ ଯେ କ୍ଷୀରଚୋରା ଗୋପିନାଥଙ୍କୁ ସ୍ଥାପନ କରିଦେଇଗଲେ ମହାପ୍ରଭୁଙ୍କୁ ସେଠି ଲାଲିତ୍ୟଲୀଳା ସ୍ଥଳ କ୍ଷୀରଚୋରା ଗୋପିନାଥ । ତେବେ ମହାପୁରୁଷ ଯାହା ଲେଖିଯାଇଛନ୍ତି ତାହା କେମିତି ଗୋଟିଏ ପରେ ଗୋଟିଏ କେମିତି ସତ୍ୟ ହେବାକୁ ଯାଉଛୁ ଦେଖନ୍ତୁ ।ନିୀଳଗିରି ଠାରେ ଲୀଳାମାନ ହେବ ପଞ୍ଚସଖାଙ୍କର ଭେଟ,ମଣି ନାଗେଶ୍ବର ମହାନିତ୍ୟ ସ୍ଥଲେ ପାତାଳକୁ ଅଛି ବାଟ । ଅର୍ଥାତ ନୀଳଗିରିଠାରେ ବହୁ ଲୀଳାମାନ ଏବଂ ପଞ୍ଚସଖାଙ୍କର ଭେଟ ହେବ ସେହିଠାରେ । ଆଉ ମଣିନାଗେଶ୍ବର ଯେଉଁ ସ୍ଥାନ ରହିଛି ସେହିଠାରୁ ପାତାଳକୁ ବାଟ ରହିଛି ବୋଲି କହିଛନ୍ତି ।

ଲଙ୍ଗଳେଶ୍ବର ହରଙ୍କ ସହିତ ପାର୍ବତୀଯେ ରହିଥିବେ , ହରପାର୍ବତୀଙ୍କ ବ୍ରହ୍ମଜ୍ଞାନ କଥା ରାତ୍ରରେ ଭକ୍ତ ଶୁଣିବେ । ଅର୍ଥାତ ମହାପୁରୁଷ କହିଛନ୍ତି ଲଙ୍ଗଳେଶ୍ବରରେ ପୂଜକମାନଙ୍କ ପ୍ରତି ପ୍ରଭୁଙ୍କର ଦୟାହେବ ଏବଂ ସେମାନେ ପ୍ରଭୁଙ୍କର କଥୋପକଥନ ସବୁ ଶୁଣିପାରୁଥିବେ । ମାଁ ମରିଚିଙ୍କ ପୀଠରେ ଲୀଳା, ଭୂଷଣ୍ଡେଶ୍ବର ଯେ ସହଜେ ଭୋଳା, ଦୁହେଁ ଦୁହିଁଙ୍କର ଭେଟ ଯେ ହେବ, ଭକ୍ତମାନେ ଏକଥା ଜାଣିଥା ଧ୍ରୁବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।