Odisha News Portal

ହେ ଭଗବାନ !! ସତ ହେବାକୁ ଯାଉଛି ମାଳିକାର ଭବିଷ୍ୟତବାଣୀ , ଦେଶ ହେବ ଭୟଙ୍କର ଋଣଗ୍ରସ୍ତ ମାଳିକା ଦେଲା ବଡ ଚେତାବନୀ…..

ପ୍ରତ୍ୟେକ ଥର ମହାପୁରୁଷଙ୍କ ସେହି ମାଳ ମାଳ ହୋଇ ରଚିତ ହୋଇଥିବା ମାଳିକ ଶାସ୍ତ୍ରକୁ ଆମେ ଆପଣଙ୍କ ସାମ୍ନାରେ ଉପସ୍ଥାପନ କରିଥାଉ । ଆଜି ଆମେ ସେହି ବିଷୟରେ ଆପଣ ମାନଙ୍କୁ ଜଣାଇବୁ ଯାହା ମହାପୁରୁଷ ଛଅ ଶହ ବର୍ଷ ତଳେ ଲେଖି ଯାଇଥିଲେ । ତେବେ ମହାପୁରୁଷ କହିଥିଲେ ଏମିତି ଏକ ସମୟ ଆସିବ ଯେଉଁ ସମୟ ଭିତରେ ,ଗ୍ରାମେ ଗ୍ରାମେ ଛେଳି ହଣା ଦେଖି ଦେବାଦେବୀ ହୋଇବେ ବଣା ଲୋ ଜାଇଫୁଲ , ଆଲୋ ଜାଇଫୁଲ । ଘୋର ଲାଗିବ ରାତି ଅଣା ଜାଇଫୁଲ ।

ଅର୍ଥାତ ମହାପୁରୁଷ ବଡ ସୁନ୍ଦର ଭାବରେ କହିଛନ୍ତି ଯେ ଏମିତି ଏକ ସମୟ ଆସିବ ଯେଉଁ ସମୟ ଭିତରେ ଗ୍ରାମ ଗ୍ରାମରେ ଛେଳି ହଣା ହେବ । ତେବେ ଆପଣ ମାନେ ଆପଣଙ୍କର ଗୁରୁଜନ ମାନଙ୍କୁ ପଚାରିବେ ଆଗ ସମୟରେ ବଜାରରେ ଛେଳି ମାଂସ ମିଳୁନଥିଲା , ଏମିତି କେବଳ କିଛି ପର୍ବ ପର୍ବାଣୀରେ ହିଁ ମିଳୁଥିଲା ।

କିନ୍ତୁ ସମୟ ଆଜି ଆସି ଯାଇଛି ଯେ ବଳି ନାମରେ ହଜାର ହଜାର ଜୀବ ହତ୍ୟା କରାଯାଉଛି । ଆଉ ଏହି ଘୋର କଳିକାଳ ସମୟ ଭିତରେ ଦେବାଦେବୀ ମାନେ କଣ କରିବେ ନାଁ ବଳି ନାମରେ ଘୋର ଅନ୍ଧବିଶ୍ବାସ ଚାଲିବ । ବଳି ଅର୍ଥ ସମର୍ପଣ ଆଉ ଯେତେବେଳେ ଆମେ ଆମ ନିଜ ଭିତରେ ଥିବା ପଶୁତ୍ବକୁ ବଳି ଦେଇ ପାରିଲେଣୀ ସେତେବଳେ ଏହି ନିରିହ ପଶୁମାନଙ୍କୁ ବଳି ଦେବାକୁ ଲାଗିଲେ । ତେବେ ମହାପୁରୁଷ ପୁଣି କହିଛନ୍ତି –


କାଗଜେ କାଗଜେ ପୃଥୀ ଚଳିବ ଲୋ ଜାଇଫୁଲ , ଆଲୋ ଜାଇଫୁଲ । ଦେଶେ ଟଙ୍କା ପଇଲା ନ ଥିବ ଜାଇଫୁଲ ।
ତେବେ ମହାପୁରୁଷ କହିଲେ ସମସ୍ତେ କଣ୍ଟ୍ରୋଲ ହେବେ । ଅର୍ଥାତ କଣ୍ଟ୍ରୋଲ ଚାଉଳ ଠାରୁ ଆରମ୍ଭ କରି ଅନେକ ଜିନିଷ ସବୁ ମିଳିବ । ଆଉ କାଗଜ କାଗଜରେ ଦେଶ ଚଳିବ , ତେବେ କେବଳ ଲେଖା ମାଧ୍ୟମରେ ସବୁ କାର୍ଯ୍ୟ ହୋଇ ପାରିବ । ସରକାରଙ୍କ ଠାରୁ ଆରମ୍ଭ କରି ସବୁଠି କେବଳ କାଗଜ କଲମରେ ସବୁ କାର୍ଯ୍ୟ ଚାଲିବ କିନ୍ତୁ ଦେଶ ସେଠାରେ କରଜ କରିବ ଦେଶରେ ଟଙ୍କା ନଥିବ ।

ତେବେ ଆପଣ ଏହି କିଛି ଦିନ ପୂର୍ବରୁ ଶୁଣିଥିବେ ଓଡିଶା ଋଣ କରିବ, ଭାରତ ଋଣଗ୍ରସ୍ଥ ଅଛି । ଅର୍ଥାତ ଗୋଟିଏ ପିଲାଟିଏ ଜନ୍ମ ହେବା ମଧ୍ୟ ସେ ଋଣ ମୁଣ୍ଡରେ ବୋହିକି ଆସୁଛି । ତେଣୁ ଆପଣ ମାନେ ବିଚାର କରୁଥିବେ ଏହି ଛଅ ଶହ ବର୍ଷ ତଳେ ମାଳିକା ଯାହା ଲେଖା ହୋଇଥିଲା ତାହା ସତ୍ୟ ହୋଇଛି । ସଂସାର ଭିତରେ ସବୁ ଭଲ ଜିନିଷ ପଳେଇ ଯିବ ମଣିଷ କଳିଗ୍ରସ୍ଥ ହୋଇ ଅର୍ଥାତ ଖରାପ କୁ ଆପଣେଇବ । ତେଣୁ ଆପଣ ମାନଙ୍କୁ ସତର୍କ କରି ଦେବାର ସୂଚନା ଦେଇଛନ୍ତି ମାଳିକା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।