Odisha News Portal

ସତ ହେବାକୁ ଯାଉଛି କି ମାଳିକାର ଭବିଷ୍ୟତବାଣୀ !ଓଡିଶାକୁ କ୍ଷପଣାସ୍ତ୍ର ମାରିବ ଚୀନ୍ ,ଚୌଦ୍ବାରରେ ବାହାରିବ 30 କିମି ବ୍ୟାପି ଅସ୍ତ୍ରଶସ୍ତ୍ର ?

ପ୍ରତ୍ୟେକ ଥର ମହାପୁରୁଷଙ୍କର ମାଳିକା ଶାସ୍ତ୍ରକୁ ଆମେ ଆପଣ ମାନଙ୍କ ସାମ୍ନାରେ ଉପସ୍ଥାପନ କରିଥାଏ । ମହାପୁରୁଷ ଛଅ ଶହ ବର୍ଷ ତଳେ ଯେଉଁ କଥାକୁ ଆମ୍ଭ ମାନଙ୍କ ପାଇଁ ସତର୍କତା ନିମନ୍ତେ କହିଥିଲେ ସେହି ମାଳିକାଶାସ୍ତ୍ରକୁ ଆମେ ଆପଣ ମାନଙ୍କ ଆଗରେ ରଖିବୁ । ଆଉ ଆଜି ଯାହା ଆମେ ଏହି ଲେଖା ମାଧ୍ୟମରେ କିହବୁ ତାହା ପଢି ସାରିବା ପରେ ଆପଣ ମାନେ କହିବେ ମାଳିକା ହୋଇ ସାରିବା ପରେ ନୁହେଁ ବରଂ କେବେଠୁ ସତର୍କ କରି ଯାଇଛି ,

ଆଉ ଏହି ଅଜ୍ଞାନୀ ଜୀବ ତାକୁ ମାନିନି ତେଣୁ ତାଫଳ ଆଜି ସେ ଭୋଗି ଚାଲିଛି । ତେବେ ଆଜି ଆମେ ମାଳିକାରେ କଟକ ଚୌଦ୍ବାର ବିଷୟରେ କଣ ଲେଖିଯାଇଛନ୍ତି ମହାପୁରୁଷ ସେହି ବିଷୟରେ ଆଲୋଚନା କରିବା ।

ସେହି ଚୌଦ୍ବାରା କଟକ ବିଷୟରେ ମହାପୁରୁଷ ଅରକ୍ଷିତ ଦାଶ ପଦ୍ମକଳ୍ପ ମାଳିକା ଷଷ୍ଠ ଅଧ୍ୟାୟରେ ଲେଖିଛନ୍ତି । ଚୌଦ୍ବାର ରେ କଣ କଣ ସବୁ ଲୀଳା ହେବ । ମୋର ଦେହ ଛୁଇଁ ତୁହି ଶପଥ ଯେ କର , ନ କହିବୁ କାହା ଆଗେ ଏକଥା ସତ୍ବର । ତେବେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କୁ ରାମଚନ୍ଦ୍ର ଦାଶ ପଚାରିଥିଲେ ଏବଂ ରାମଚନ୍ଦ୍ର ଦାଶ କହିଲେ ଗୁରୁଦେବ ଆପଣ ଯେଉଁ ଠାରଗାର କଥା କହୁଛନ୍ତି ସାଧାରଣ ମନୁଷ୍ୟ ଏ ସବୁ ଠାରଗାରକୁ ବୁଝି ପାରିବ ନାହିଁ ।

ତେଣୁ ଗୋଟିଏ ସଂକେତ କୁହନ୍ତୁ କେଉଁ ସମୟରେ ବାରଣ ବେଳା ଆସି ପହଞ୍ଚିଲା , ଶେଷ ବେଳା ଆସି ପହଞ୍ଚିଲା ଅନ୍ତିମ ପର୍ଯ୍ୟାୟରେ ଆମେ ପହଞ୍ଚୁଛୁ ବୋଲି ଜାଣିବୁ ଏବଂ ନିଜକୁ ଟିକେ ସତର୍କ କରିଦେବୁ । ପ୍ରଭୁଙ୍କ ଚରଣାରବିନ୍ଦ ଯୁଗଳରେ ନିଜକୁ ଆଶ୍ରିର୍ତ କରିବୁ ।

ଅଚ୍ୟୁତାନନ୍ଦ ମହାପୁରୁଷ କହିଲେ ରାମଚନ୍ଦ୍ରଙ୍କୁ ହେ ରାମଚନ୍ଦ୍ର ଶୁଣ ସଂକେତ ଶ୍ରୀମନ୍ଦିରରୁ କହୁଛି , ଅଁଳା ବେଳାରୁ ଏକ ପଥର ଖସିବ, ତେଇଶି ବର୍ଷରେ କଳି ଦେଶ ଛାଡିଯିବ । ଆମେ ମାନେ ସମସ୍ତେ ଦେଖିଛେ 1990 ମସିହା ଜୁନ୍ ମାସ 15 ତାରିଖ ଦିନ ଜଗନ୍ନାଥ ମହାପ୍ରଭୁଙ୍କ ଅଁଳା ବେଳାରୁ ଏକ ପଥର ଖିସିଥିଲା । ଯେଉଁଟା ବର୍ତ୍ତମାନ ଲକ୍ଷ୍ମୀ ମନ୍ଦିର ପାଖରେ ଅଛି ପୂଜା ପାଉଛନ୍ତି ।

1990 ମସିହାରେ ପଥର ଖସିଥିଲା 2013ରେ 23 ବର୍ଷ ହୋଇଥିଲା ଏବଂ ସେହି 2013 13 ଦିନିଆ ବକ୍ଷ ପଡିଥିଲା । କହିଲେ 13 ଦିନିଆ ପକ୍ଷ ପଡିବ ଯେବେ, କଳଙ୍କିଙ୍କୁ ଚିନ୍ତା ଲାଗିବ ସେବେ । ଆଉ ସେହିଦିନ ଠାରୁ ଏହି ଗ୍ରନ୍ଥ ସବୁର ଗୁପ୍ତକଥା ସବୁ ଧୀରେ ଧୀରେ ମୁକ୍ତ ହୋଇଯିବ ।

ମହାପୁରୁଷ କହୁଛନ୍ତି କଟକ ଚୌଦ୍ବାର କଥା କହିବି ଯେ ଶୁଣ , କି ଖେଳ ଲାଗିବ ପୁଣି କରିବି ବଖାଣ । କଟକ ଚୌଦ୍ବାରେ ହେବ ରଣବଣ ଜ୍ବାଳ, ବିରାଟ ଗାଦି ଥିଲା ଏଠାରେ ଯେ ପ୍ରମାଣ ।

ଏହାସହିତ ଏଠାରେ ମଧ୍ୟ ଆହୁରି କିଛି ଭୟ କଥା ଘଟିବ । ଏହି ଠାରେ ଭକତଙ୍କର ଯେ ହୋଇବ ପରୀକ୍ଷା, କମଳା ଏହିଠାରେ ଦେବେ ପୁଣି ଦେଖା । ତେବେ କଟକ ଚୌଦ୍ବାରେ ମହାଲକ୍ଷ୍ମୀ ଦେଖାଦେବେ । ତେବେ ସେ ଜଣେ ମହୀୟସୀ ମହିଳା ଭାବରେ ଭକ୍ତମାନଙ୍କୁ ଦେଖାଦେବେ ଏବଂ ସମସ୍ତ ପାପ ନାଶ କରି ପୂର୍ଣ୍ଣ୍ୟ ପ୍ରତିଷ୍ଟା କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।